ମାପରେ ଠକୁଛନ୍ତି ସୁନା ଦୋକାନୀ,ସୁନା କିଣିବା ପୂର୍ବରୁ ରୁହନ୍ତୁ ସାବଧାନ !

Spread the love

ଭୁବନେଶ୍ଵର,୧୮/୦୨:ବଡ଼ ବଡ଼ ସୋ ରୁମ୍ ରୁ ସୁନା କିଣୁଛନ୍ତି କି ତେବେ ହୁଅନ୍ତୁ ସାବଧାନ ।ମାପରେ ଠକୁଛନ୍ତି ସୁନା ଦୋକାନୀ।ମାପରେ ତ୍ରୁଟି ପାଇଁ ଗୋଟିଏ ବର୍ଷରେ 7 ଜୁଏଲାରୀ ଦୋକାନ ଉପରେ ହୋଇଛି ଆକ୍ସନ।ଆଦାୟ ହୋଇଛି 80 ହଜାର ଜରିମାନା।ଏଥିରେ ବହୁ ବଡ଼ ବଡ଼ ଜୁଏଲାରୀ ବ୍ରାଣ୍ଡର ନାଁ ବି ରହିଛି।କେନ୍ଦୁଝରର 3 ଟି ସୋ ରୁମ୍ ,ସମ୍ବଲପୁରର 2 ଟିଏବଂ ସୁନ୍ଦରଗଡ଼ ଏବଂ ପୁରୀରେ ଗୋଟିଏ ଦୋକାନ ରହିଛି।ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର କହୁଛି ଗତ 4 ବର୍ଷରେ 23ଟି ଗହଣା ଦୋକାନ ବା ପ୍ରତିଷ୍ଠାନ ମାପରେ ତ୍ରୁଟି କରୁଥିବା ଧରା ପଡିଛନ୍ତି, ସେମାନଙ୍କ ଠାରୁ 5 ଲକ୍ଷ 18 ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି।


Spread the love

Leave A Reply

Your email address will not be published.