ଭୁବନେଶ୍ୱର,୧୮/୦୩:ପ୍ରାଣୀଉଦ୍ୟାନର ଶାଗୁଣା ପ୍ରଜନନ କେନ୍ଦ୍ରରେ ଏକ ଶାଗୁଣା ଛୁଆ ଜନ୍ମ ନେଇଛି। ଚଳିତ ମାସ ୧୧ ତାରିଖରେ ଅଣ୍ଡାରୁ ଛୁଆଟି ସଫଳତାର ସହ ଫୁଟି ବାହାରିଥିଲା। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ କାର୍ଯକ୍ରମ ଅଧିନରେ ୨୦୧୨ ମସିହାରେ ଏହି ଶାଗୁଣା ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରଯାଇଥିଲା। ଗୋଟିଏ ହଳ ଶାଗୁଣା କେ 42 ଏବଂ କେ 46 ଦୁଇଟିଙ୍କୁ ଗତବର୍ଷ ଡ଼ିସେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ମଧ୍ୟରେ ମିଳନ କରାଯାଇଥିଲା। ଚଳିତ ବର୍ଷ ଜାନୁୟାରୀ ୧୬ ତାରିଖରେ ଶାଗୁଣା ଅଣ୍ଡା ଦେଇଥିଲା। ପରେ ତାହା ମାର୍ଚ୍ଚ ୧୧ରେ ଅଣ୍ଡାରୁ ଛୁଆ ବାହାରିଥିଲା। ଛୁଆଟି ବର୍ତ୍ତମାନ୍ ସୁସ୍ଥ ଅଛି। ଛୁଆଟିକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି। ଏହି ଶାଗୁଣା ଜନ୍ମ ହେବା ପରେ ନନ୍ଦନକାନନରେ ଲମ୍ବା ଥଣ୍ଟିଆ ଶାଗୁଣା ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଅଣ୍ଡିରା, ୫ ଜଣ ମାଇ ଏବଂ ଗୋଟିଏ ଲିଙ୍ଗ ନିରୂପଣ ହୋଇନଥିବା ଛୁଆ ରହିଛି।