ଐତିହାସିକ ଜିଏସଟି ସଂସ୍କାରକୁ ସିଆଇଆଇ ଓଡ଼ିଶାର ସ୍ୱାଗତ

Spread the love

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ସଂସ୍କାରକୁ ସ୍ୱାଗତ କରାଯିବା ସହ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି ।
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଏବଂ ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁନୀଲ ଗୁପ୍ତା ଆଲୁମିନିୟମ୍ ଫଏଲ୍ ଏବଂ ରୋଷେଇ ଘର ବାସନ ଉପରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରିବା ପାଇଁ ସରକାରଙ୍କ ନିଷ୍ପତିର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ସାହସିକ ସଂସ୍କାର ଆଲୁମିନିୟମ୍ ଶିଳ୍ପକୁ ବିଶେଷ ଭାବରେ ଉତ୍ସାହିତ କରିବ ଯାହାଦ୍ୱାରା ଉତ୍ପାଦକ ଏବଂ ଉପଭୋକ୍ତା ଉଭୟ ଉପକୃତ ହେବେ ।’’
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଏବଂ ଏଏମ୍‌/ଏନ୍‌ଏସ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ – ଓଡ଼ିଶା ଆସେଟ୍ ଅପରେସନ୍ ଶ୍ରୀ ଜି. ସୁରେଶର ଇସ୍ପାତ କ୍ଷେତ୍ର ଉପରେ ଥିବା ସକାରାତ୍ମକ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଜିଏସ୍ଟି ସଂସ୍କାର ଇସ୍ପାତ ମୂଲ୍ୟ ଶୃଙ୍ଖଳାରେ ସ୍ପଷ୍ଟତା ଏବଂ ସମାନତା ପ୍ରଦାନ କରିଛି । ଏହା ଭାରତର ଶିଳ୍ପ ଏବଂ ଭିତିଭୂମି ମହତ୍ତ୍ୱାକାଂକ୍ଷା ପାଇଁ ପ୍ରକୃତ ସକ୍ଷମକାରୀ ହୋଇଛି ।’’
ପାରାଦୀପ ଫସଫେଟ୍ ଲିମିଟେଡର ମୁଖ୍ୟ, କର୍ପୋରେଟ୍ ବ୍ୟାପାର ଶ୍ରୀ ସୁଧି ରଞ୍ଜନ ମିଶ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜିଏସଟି ୨.୦କୁ ଅଗ୍ରଗତି କରିବା, କର ଢ଼ାଂଚାକୁ ଦୁଇ ସ୍ତରରେ ସରଳୀକରଣ କରିବା ଏବଂ ମୌଳିକ ପଣ୍ୟଦ୍ରବ୍ୟ ଉପରେ ରାହତି ପ୍ରଦାନ କରିବା ପାଇଁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ଐତିହାସିକ ସଂସ୍କାର ସୁଖମୟ ଜୀବନ, ସାମାଜିକ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି, ଏବଂ କୃଷକ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ, ଏବଂ ସର୍ବସାଧାରଣଙ୍କ ପାଇଁ ସମର୍ଥନ ପ୍ରତି ଏକ ପ୍ରତିବଦ୍ଧତା ପ୍ରତିଫଳିତ କରୁଛି ।’’
ଏହି ସଂସ୍କାରଗୁଡ଼ିକ ହାର ବିଭିନ୍ନ କ୍ଷେତ୍ର ଏବଂ ସାମାଜିକ ସ୍ତରକୁ ଉପକୃତ କରିବ । ଘରୋଇ ସାମଗ୍ରୀ ଏବଂ ପ୍ୟାକେଜଡ୍ ଖାଦ୍ୟର ମୂଲ୍ୟ ହ୍ରାସ ପାଇବ । ମୌଳିକ ଔଷଧ ଏବଂ ଯନ୍ତ୍ରପାତି ଉପରେ ଜିଏସଟି ହ୍ରାସ ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଶକ୍ତିଶାଳୀ ହୋଇଛି । କୃଷି, ଶ୍ରମ ସମ୍ବେଦନଶୀଳ କ୍ଷେତ୍ର, ବୟନ କ୍ଷେତୟ ମଧ୍ୟ ଉପକୃତ ହେବ ।


Spread the love

Leave A Reply

Your email address will not be published.