୨୦ତମ ଭବ୍ୟ ତୋଷାଳି ସ୍ବଦେଶୀ ମେଳା ରେ ହସ୍ତତନ୍ତ ଫ୍ୟାଶନ୍ ଶୋ

Spread the love

ଭୁବନେଶ୍ୱର,୨୨/୦୨: ୨୦ତମ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏକ ଆକର୍ଷଣୀୟ ହସ୍ତତନ୍ତ ଫ୍ୟାଶନ୍ ଶୋ ଅନୁଷ୍ଠିତ ହୋଇଥିଲା। ଏହି ଶୋ ଓଡ଼ିଶାର ସମୃଦ୍ଧ ବୟନ ପାରମ୍ପରିକତାକୁ ଆଧୁନିକ ମଞ୍ଚରେ ଉପସ୍ଥାପନ କରି ମେଳାର ମୁଖ୍ୟ ଆକର୍ଷଣରେ ପରିଣତ ହୋଇଥିଲା।
ଏହି ଅବସରରେ ଜାତୀୟ ସ୍ତରରେ ପୁରସ୍କୃତ ପ୍ରସିଦ୍ଧ ବୁଣାକାରମାନଙ୍କୁ ସମ୍ମାନ ଜଣାଯାଇଥିଲା। ସେମାନେ ହେଲେ Bhakta Raj Meher (ଶ୍ରୀ ଭକ୍ତରାଜ ମେହେର), R. K. Meher (ଶ୍ରୀ ଆର୍‍. କେ. ମେହେର), Bhikari Meher (ଶ୍ରୀ ଭିକାରୀ ମେହେର), Hari Sankar Meher (ଶ୍ରୀ ହରିଶଙ୍କର ମେହେର), Uttam Meher (ଶ୍ରୀ ଉତ୍ତମ ମେହେର) ଓ Arindra Meher (ଶ୍ରୀ ଅରିନ୍ଦ୍ର ମେହେର)। ସେମାନଙ୍କ ଅସାଧାରଣ କୌଶଳ ଓ ସୃଜନଶୀଳତା ଓଡ଼ିଶାର ହସ୍ତତନ୍ତକୁ ଜାତୀୟ ସ୍ତରରେ ଗୌରବାନ୍ବିତ କରିଛି।

ରନୱେରେ କୋଟପାଡ଼, ଇକତା ସମ୍ବଲପୁରୀ, ବୋମକାଇ, ପସାପଲ୍ଲି, ନୁଆପଟଣା, ବରମପୁର  ପଟ୍ଟ ଓ ଅନ୍ୟାନ୍ୟ ପାରମ୍ପରିକ ବୟନ ଶୈଳୀର ଆକର୍ଷଣୀୟ ପ୍ରଦର୍ଶନ ହୋଇଥିଲା। ପାରମ୍ପରିକ ସାଡ଼ି ସହିତ ଆଧୁନିକ ଫ୍ୟୁଜନ୍ ଶୈଳୀର ପୋଷାକ, ଗାର୍ମେଣ୍ଟ୍‌ସ ଓ ନୂତନ ଡିଜାଇନ୍‌ର ହସ୍ତତନ୍ତ ପରିଧାନ ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା। ପ୍ରତ୍ୟେକ ପରିଧାନରେ ପରମ୍ପରା, ପରିଚୟ ଓ କୌଶଳର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିଥିଲା।

ଏହି ହସ୍ତତନ୍ତ୍ର ଫ୍ୟାଶନ୍ ଶୋରେ ରିମ୍ଲି, ଏନ୍‌ଆଇଏଫ୍‌, ସିଞ୍ଜିନୀ, ଲୟାତ୍ମିକା, ପ୍ରିୟା ମହାପାତ୍ର, ଆର୍ଟିସିଆନ୍‌, ବିନୟ ମୁଣ୍ଡା ଓ ୱିଭର୍‌ଙ୍କ ସୃଜନଶୀଳ ଡିଜାଇନ୍‌ ପ୍ରଦର୍ଶିତ ହୋଇଥିଲା। ସେମାନଙ୍କ ପ୍ରୟାସ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ବସ୍ତ୍ରକୁ ଆଧୁନିକ ଫ୍ୟାଶନ୍ ମଞ୍ଚରେ ସଫଳତାର ସହିତ ଉପସ୍ଥାପନ କରାଯାଇଥିଲା।
ଦର୍ଶକମାନଙ୍କ ଉତ୍ସାହପୂର୍ଣ୍ଣ ହାତତାଳି ମଧ୍ୟରେ ଆୟୋଜିତ ଏହି ହସ୍ତତନ୍ତ ଫ୍ୟାଶନ୍ ଶୋ ୨୦ତମ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳାକୁ ଅଧିକ ଗୌରବାନ୍ବିତ କରିଥିଲା ଏବଂ ହସ୍ତତନ୍ତ ବୁଣାକାରମାନଙ୍କ ସଶକ୍ତିକରଣ ସହ ସ୍ୱଦେଶୀ ଶିଳ୍ପର ପ୍ରଚାର ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରିଥିଲା।


Spread the love

Leave A Reply

Your email address will not be published.