ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ସଂସ୍ଥା ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ୟୁନିଟ-3 ରାମ ମନ୍ଦିର ଠାରେ ଏକ ଦିବସୀୟ ବିଶ୍ବ ଶାନ୍ତି ମହା ଯଜ୍ଞ ଓ 20,000 ଘୃତ ଦୀପ ପ୍ରଜ୍ବଳିତ କାଯ୍ୟକ୍ରମ ଗତକାଲି ଗୁରୁବାରଦିନ ଅନୁଷ୍ଠିତ କରାଯାଇଥିଲା। ଦେବ ଦିପାବଳୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ମାଘ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳପକ୍ଷ ପ୍ରତିପ୍ରଦା ଦିନ ତାଙ୍କ ଦ୍ଵାରା ଅବତାରିତ ଚାରି ଯୁଗର ପିତାମାତା ଯଥା – ଅଦିତି- କଶ୍ୟପ, କୌଶଲ୍ୟା -ଦଶରଥ, ନନ୍ଦ – ଯଶୋଦା, ଦେବକୀ -ବାସୁଦେବ, ଇନ୍ଦ୍ରଦ୍ରୁମ -ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ପ୍ରଦାନ କରିବା ସହିତ ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେଇଥାଆନ୍ତି। ଏହି ପରମ୍ପରାକୁ ବ୍ୟାପକ କରିବା ନିମିତ୍ତ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରର, ୟୁନିଟ୍ ୩, ଶ୍ରୀରାମମନ୍ଦିର ଠାରେ ବିଗତ 9 ବର୍ଷ ଧରି ଦୀପ ଉତ୍ସବ ପାଳନ କରାଯାଇଆସୁଅଛି। ଏଥିରେ ଓଡିଶା ସରକାରଙ୍କର ମାନ୍ୟବର ସ୍ୱାସ୍ଥ୍ୟ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଓ ଧର୍ମପତ୍ନୀ ଡ଼. ଅନିତା ମହାଲିଙ୍ଗ ବିଶ୍ୱ ଶାନ୍ତି ମହା ଯଜ୍ଞରେ କର୍ତ୍ତକର୍ତ୍ତୀ ଭାବେ ଯୋଗ ଦେବା ସହିତ ଆହୁତି ପ୍ରଦାନ କରିଥିଲେ। ଏହି ଭକ୍ତି ପୃତ କାଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ବଂଶୀ ସୁରଜ, ରାଜନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର, ମାନ୍ୟବର ବିଧାୟକ ଆକାଶ ଦାସନାୟକ, ମାନ୍ୟବର ବିଧାୟକ ବାବୁସିଂହ,
ଆଦିଙ୍କ ସହିତ ଓଡ଼ିଶାର ବହୁ ସାଧୁ ସନ୍ଥ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ। ହାପି ଲିଭିଙ୍ଗ ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼. ମନୋଜ ଲେଙ୍କା, ତମାମ କାଯ୍ୟକ୍ରମକୁ ପରିଚାଳନା କରିବା ସହିତ ଦେବ ଦିପାବଳୀର ମହତ୍ୱ ବିଷୟରେ ଅବଗତ କରାଇଥିଲେ। ଫାଉଣ୍ଡେସନର ଆବାହକ ଡ଼. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଅତିଥି ସତ୍କାର କରିବା ବେଳେ ହାପି ଲିଭିଙ୍ଗ ଫାଉଣ୍ଡେସନର କାଯ୍ୟକାରୀ ସଭାପତି ଇ. ସନ୍ତୋଷ ସ୍ୱାଇଁ, ସମ୍ପାଦକ ପ୍ରଭାତ କୁମାର ନାୟକ, କାଯ୍ୟକାରୀ ନିର୍ଦେଶୀକା ଲୋପାମୁଦ୍ରା ଜେନା, ମମତା ପରିଡା, ତନୁଜା ନାୟକ ଇତ୍ୟାଦି କାଯ୍ୟକାରୀ ସଦସ୍ୟମାନେ ସୁପରିଚାଳନା କରିବା ସହିତ ସୋମୁ,ରଶ୍ମି, କାଜଲ, କୋମଲ, ଜଗା, ହରି, ଅଶୋକ, କାହ୍ନ, ମାନସ, ସନ୍ତୋଷ, ଗୁଗୁ, ଉମେଶ, ମନୋଜ, ରାମ ଇତ୍ୟାଦି କାଯ୍ୟକାରୀ ସଦସ୍ୟ ମାନେ ସହଯୋଗ କରିଥିଲେ। ଏଥିରେ ଓଡିଶା ସରକାର, ଓଡିଶା ପୋଲିସସେବା ବିଭାଗ, ଓଡିଶା ଫାୟାର ବିଭାଗ, ଓଡିଶା ଟ୍ରାଫିକ ବିଭାଗ ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯିବ ସହିତ 3 ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।