ଭୁବନେଶ୍ବର : ଆମ ଶିଶୁମାନଙ୍କୁ ସୁସ୍ଥ ଭବିଷ୍ୟତ ପ୍ରଦାନ କରିବା ପାଇଁ ସ୍ତନ୍ୟପାନ ସମର୍ଥନକୁ ସୁଦୃତ କରିବା ଉପରେ ଗୁରୁତ୍ବ ଦିଆଯାଉଛି । ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳନ ହେଉଥିବା ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅବସରରେ, ଓଡ଼ିଶା ସରକାରଙ୍କ ସାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଭାଗିତାରେ ଏକ ସୁସ୍ଥ ପିଢ଼ି ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି । ଏହି ଉପଲକ୍ଷେ ଗୁରୁବାର ଦିନ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ସ୍ତନ୍ୟପାନର ଗୁରୁତ୍ବ ଉପରେ ପ୍ରାଧାନ୍ୟ ଦେଇ ସାରା ଓଡ଼ିଶାରେ ସ୍ତନ୍ୟପାନ ପାଇଁ ଉନ୍ନତ ସହାୟକ ବ୍ୟବସ୍ଥା ର ଆହ୍ବାନ ଦିଆଯାଇଥିଲା । ଏହି ବର୍ଷର ବିଷୟବସ୍ତୁ, ‘ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ; ନିରନ୍ତର ସହାୟତା ପ୍ରଦାନର ବ୍ୟବସ୍ଥା କରନ୍ତୁ/ସ୍ତନ୍ୟପାନରେ ନିବେଶ, ଭବିଷ୍ୟତ ପାଇଁ ନିବେଶ’ ଶିଶୁଙ୍କୁ ଜୀବନର ସର୍ବୋତ୍ତମ ଆରମ୍ଭ ପ୍ରଦାନ କରିବା ପାଇଁ ପରିବାର, ସାମାଜିକ ଗୋଷ୍ଠୀ ଏବଂ ନୀତିନିର୍ମାତାଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା ।
ଏହି ବର୍ଷର ବିଷୟବସ୍ତୁ ‘ସ୍ତନ୍ୟପାନରେ ନିବେଶ, ଲବିଷ୍ୟତ ପାଇଁ ନିବେଶ ଉପରେ ଗୁରୁତ୍ବ ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡ. ରାଜ୍ୟଶ୍ରୀ ପଟ୍ଟନାୟକ କହିଥିଲେ, “ ଆମ ବିଭାଗ ସକ୍ରିୟ ଭାବରେ ଶକ୍ତିଶାଳୀ ପରାମର୍ଶ ସେବା ଏବଂ ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମା ମାନଙ୍କ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରୁଛି । ଏହା ଦ୍ଵାରା ସେମାନେ ସନ୍ୟପାନ ଜାରି ରଥୁବା ପାଇଁ ସଠିକ୍ ସୂଚନା, ସମୟୋପଯୋଗୀ ମାର୍ଗଦର୍ଶନ ଏବଂ ଭାବନାତ୍ମକ ସମର୍ଥନ ପାଇବେ ।”
ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ସ୍ତନ୍ୟପାନକୁ ପ୍ରାଥମିକତା ଦେବା କେବଳ ସାସ୍ଥ୍ୟ ପାଇଁ ନିଷ୍ପତି ନୁହେଁ; ଏହା ଆମ ଶିଶୁମାନଙ୍କ ଏବଂ ଆଗାମୀ ପିଢିଙ୍କ ପାଇଁ ଏକ ସୁସୁ ଓ ସୁଦୃଢ଼ ଭବିଷ୍ୟତ ଦିଗରେ ଏକ ଗୁରୁତ୍ଵପୂର୍ଣ ନିବେଶ ।”
ଗଣମାଧମକୁ ସମ୍ବୋସ୍ତ କରି ୟୁନିସେଫ୍ ଓଡ଼ିଶା ପୋଷଣ ବିଶେଷଜ୍ଞ ଶ୍ରୀ ସୌରର ଭଟ୍ଟାଚାର୍ଯ୍ୟ ବିଶ୍ଵ ଓ ରାଜ୍ୟ ସ୍ତରରେ ସ୍ଥାୟୀ ସ୍ତନ୍ୟପାନ ସହାୟତା ବ୍ୟବସ୍ଥା ସୃଷ୍ଟି ପାଇଁ ଆବଶ୍ୟକ ରଣନୀତି ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, “ ସ୍ତନ୍ୟପାନ କେବଳ ବ୍ୟକ୍ତିଗତ ପସନ୍ଦ ନୁହେଁ। ଏହା ଏକ ସାମାଜିକ ଦାୟିତ୍ବ I ମା ମାନଙ୍କ ଅସୁବିଧାକୁ ଦୂର କରିବା ଏବଂ ସେମାନଙ୍କ ଶିଶୁମାନଙ୍କୁ ସର୍ବୋତ୍ତମ ପୋଷଣ ଦେବା ପାଇଁ, ମାତୃତ୍ଵ ସୁରକ୍ଷା ଠାରୁ ଆରମ୍ଭ କରି ଉପଯୁକ୍ତ ମାର୍ଗ ଦର୍ଶନ ଏବଂ ସାମୁଦାୟିକ ସଚେତନତା ପର୍ଯ୍ୟନ୍ତ ଦୃଢ ସମର୍ଥନ ବ୍ୟବସ୍ଥା ଆବଶ୍ୟକ ରହିଛି ।”
ଓଡ଼ିଶା ସ୍ତନ୍ୟପାନ ଅଭ୍ୟାସରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଏଏଏସ୍ -୫ ଅନୁଯାୟୀ, ଓଡ଼ିଶାରେ ୬୮.୫% ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରନ୍ତି, ଯାହା ଜାତୀୟ ହାର ୪୧.୮% ଅପେକ୍ଷା ବହୁତ ଅଧିକ । ସେହିପରି, ରାଜ୍ୟରେ ୬ ମାସରୁ କମ୍ ବୟସର ୭୨.୯% ଶିଶୁ ସତନ୍ତ୍ର ସ୍ତନ୍ୟପାନ କରନ୍ତି, ଯାହା ଜାତୀୟ ହାର ୬୩.୭% ଅପେକ୍ଷା ଅଧୂକ ।
କର୍ମଶାଳାରେ ଶିଶୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ଆଦିତ୍ୟ ମହାପାତ୍ର, ମା ଓ ଶିଶୁ ଉଭୟଙ୍କ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ସେ କହିଥିଲେ, “ ସ୍ତନ୍ୟପାନ ଶିଶୁ ପାଇଁ ପ୍ରଥମ ଟିକା ଭାବେ କାର୍ଯ୍ୟ କରେ, ଯାହା ସଂକ୍ରମଣରୁ ସୁରକ୍ଷା ଦେଇ ଶିଶୁର ସୁସ୍ଥ ବିକାଶ ସୁନିଶ୍ଚିତ କରେ । ଏହା ମା ମାନଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ରୋଗରୁ ସୁରକ୍ଷା ପ୍ରଦାନ କରେ । ଆମର ଲକ୍ଷ୍ୟ ହେଉଛି ନିରନ୍ତର ସଚେତନତା ଏବଂ ସ୍ତନ୍ୟପାନକୁ ସାଧାରଣ କରୁଥିବା ଏକ ପରିବେଶ ଗଠନ କରିବା ।”