ସେୟାର ବଜାରରେ ଝଟକା, କମିଲା ସୁନା–ରୁପା ଦାମ୍

Spread the love

ନୂଆଦିଲ୍ଲୀ, ୦୫|୦୨ : ସେୟାର ବଜାରରେ ଝଟକା, କମିଲା ସୁନା–ରୁପା ଦାମ।ଆଜି ସକାଳେ ଦେଶର ଆର୍ଥିକ ବଜାରରେ ବଡ଼ ଝଟକା ଦେଖିବାକୁ ମିଳିଛି। ସୁନା ଓ ରୁପା ଦାମ କ୍ରାଶ୍ କରିଥିବା ବେଳେ, ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ହଠାତ୍ ତଳକୁ ଖସିଛି। ସପ୍ତାହର ଚତୁର୍ଥ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE) ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE) ଦୁହେଁ ରେଡ୍ ଜୋନ୍‌ରେ ଖୋଲିଛି।

ସେୟାର ବଜାରରେ ମାନ୍ଦା
ଗୁରୁବାର ବଜାର ଖୋଲୁ ଖୋଲୁ ବିଏସଇ ସେନସେକ୍ସ ପ୍ରାୟ ୫୦୦ ଅଙ୍କ ଖସି ଯାଇଛି। ବୁଧବାର ସେନସେକ୍ସ ୮୩,୮୧୭ ଅଙ୍କରେ ବନ୍ଦ ହୋଇଥିବା ବେଳେ, ଗୁରୁବାର ସକାଳେ ଏହା ୮୩,୭୫୭ ଅଙ୍କରେ ଖୋଲିଥିଲା। କିଛି ସମୟ ମଧ୍ୟରେ ହଠାତ୍ ଖସି ୮୩,୩୧୩ ଅଙ୍କକୁ ଆସିଯାଇଛି।ସେହିପରି, ନିଫ୍ଟି ୧୫୦ ଅଙ୍କରୁ ଅଧିକ ହ୍ରାସ ପାଇଛି। ବୁଧବାର ୨୫,୭୭୬ ଅଙ୍କରେ ବନ୍ଦ ହୋଇଥିବା ନିଫ୍ଟି, ଗୁରୁବାର ୨୫,୬୧୨ ଅଙ୍କକୁ ଖସି ଆସିଛି।

ବିଶ୍ୱ ବଜାରର ପ୍ରଭାବ
କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ମଧ୍ୟ ବଜାର ମାନ୍ଦା ଦେଖାଯାଉଛି। ଜାପାନ, ହଙ୍ଗକଙ୍ଗ ଓ ଦକ୍ଷିଣ କୋରିଆର ଷ୍ଟକ୍ ମାର୍କେଟରେ ମଧ୍ୟ ହ୍ରାସ ରେକର୍ଡ ହୋଇଛି, ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି।

ସୁନା–ରୁପା ଦାମ୍ ରେ ବଡ ପରିବର୍ତ୍ତନ
ସେୟାର ବଜାର ସହିତ ସହିତ କମୋଡିଟି ମାର୍କେଟ୍‌ରେ ମଧ୍ୟ ଆଶ୍ଚର୍ଯ୍ୟଜନକ ପତନ ଦେଖାଯାଇଛି। MCXରେ ସୁନା ଓ ରୁପା ଦୁହେଁ କ୍ରାଶ୍ କରିଛନ୍ତି।ମାର୍ଚ୍ଚ ୫ ଡିଲିଭରୀ ରୁପାର ଭବିଷ୍ୟତ ଦର ୨୪ ହଜାର ଟଙ୍କା କମିଛି।ସେହିପରି ସୁନା ଦାମ ମଧ୍ୟ ୨,୪୦୦ ଟଙ୍କା ହ୍ରାସ ପାଇଛି।

ବଜାର ବିଶେଷଜ୍ଞମାନଙ୍କ ମତାନୁସାରେ, ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ଆନ୍ତର୍ଜାତିକ ବଜାରର ମାନ୍ଦା ପ୍ରଭାବରେ ଏହି ପତନ ଘଟିଛି। ଆଗାମୀ ଦିନଗୁଡ଼ିକରେ ବଜାର ଚଳାଚଳ ଉପରେ ସବୁଙ୍କ ନଜର ରହିଛି।


Spread the love

Leave A Reply

Your email address will not be published.