ଭୁବନେଶ୍ୱର : ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ବିତରଣ ନିଗମ (ଏମଏସଇଡିସିଏଲ) କେବଳ ଗୋଟେ ମାସରେ ୪୫,୯୧୧ଟି ସୋଲାର ପମ୍ପିଙ୍ଗ ସିଷ୍ଟମ୍ ସ୍ଥାପନା କରି ଗିନିଜ୍ ୱର୍ଲ୍ଡ ରେକର୍ଡ ସୁନିଶ୍ଚିତ କରିଛି । ଭାରତର ଏହି ପରିବର୍ତନକାରୀ ସୌର ଅଭିଯାନରେ ସି.ଆର.ଆଇ. ପମ୍ପସର ସୋଲାର ଡିଭିଜନ୍ (ସୋଲାର ଡିଭିଜନ୍) ଏକ ପ୍ରମୁଖ ସହଯୋଗୀ ଭାବରେ ଯୋଗଦାନ କରିଛି । ମହାରାଷ୍ଟ୍ରର ୧୬୮୬ ଟି ଗ୍ରାମରେ ସୌର ପମ୍ପ ସ୍ଥାପନ କରି ସି.ଆର.ଆଇ. ସୋଲାର, ହଜାର ହଜାର କୃଷକଙ୍କୁ ସ୍ଥାୟୀ ଜଳ ସମାଧାନ ମାଧ୍ୟମରେ ସଶକ୍ତ କରିପାରିଛି । ଅତ୍ୟନ୍ତ ସଠିକତା, ଶୃଙ୍ଖଳିତ କାର୍ଯ୍ୟଶୈଳୀ ଏବଂ ସମନ୍ୱିତ ଟିମ୍ୱାର୍କ ସହିତ ପ୍ରତ୍ୟେକଟି ପମ୍ପ ସ୍ଥାପନ କରାଯାଇଛି ।
ଏହି ମାଇଲଖୁଂଟ ଭାରତର ସ୍ୱଚ୍ଛ-ଶକ୍ତି ବିକାଶକୁ ଆଗେଇ ନେବା ପାଇଁ ସି.ଆର.ଆଇ. ର ବ୍ୟାପକ ଲକ୍ଷ୍ୟ ସହିତ ସମ୍ପୂର୍ଣ୍ଣ ରୂପେ ମେଳ ଖାଉଛି । କମ୍ପାନୀ ପୂର୍ବରୁ ସାରା ଦେଶରେ ୨୧୦୦୦୦୦ ରୁ ଅଧିକ ଆଓଟି-ସକ୍ଷମ (ଆଓଟି –ଏନାବେଲ୍ଡ) ସୌର ପମ୍ପିଂ ସିଷ୍ଟମ କାର୍ଯ୍ୟକାରୀ କରିଛି ଏବଂ ୩.୦୪ ମିଲିୟନରୁ ଅଧିକ ବିଇଇ ଷ୍ଟାର-ରେଟେଡ୍, ଶକ୍ତି-କୁଶଳ (ଏନର୍ଜି ଏଫିସିଏଂଟ) ପମ୍ପ ସ୍ଥାପନ କରିଛି । ସାମଗ୍ରିକ ଭାବରେ, ସି.ଆର.ଆଇ. ର ଏହି ପଦକ୍ଷେପଗୁଡ଼ିକ ଭାରତକୁ ୭୬୦୦ ମିଲିୟନ କିଲୋୱାଟ ଶକ୍ତି ସଂଚୟ କରିବାରେ ଏବଂ ୬ ମିଲିୟନ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବାରେ ସାହାଯ୍ୟ କରିଛି । ବୁଦ୍ଧିମାନ, ସ୍ଥାୟୀ ଏବଂ ଦୀର୍ଘସ୍ଥାୟୀ ପମ୍ପିଂ ସମାଧାନ ପ୍ରଦାନ କରି ଏହି କାର୍ଯ୍ୟଗୁଡ଼ିକ ବିଭିନ୍ନ ସମ୍ପ୍ରଦାୟର ଜୀବନଶୈଳୀକୁ ଉନ୍ନତ କରିବାରେ ଜାରି ରହିଛି ।

ଏହି ସଫଳତା ଉପରେ ନିଜର ମତ ରଖି ସି.ଆର.ଆଇ. ଗ୍ରୁପ୍ର ଚେୟାରମ୍ୟାନ୍ ଶ୍ରୀ ଜି. ସୌନ୍ଦରରାଜନ କହିଛନ୍ତି, “ଏହି ଗିନିଜ୍ ୱାର୍ଲ୍ଡ ରେକର୍ଡ କେବଳ ଏକ ଉଲ୍ଲେଖନୀୟ ସଫଳତା ନୁହେଁ । ଏହା ଏକ ଜାତୀୟ ଗୌରବର ମୁହୂର୍ତର୍ ଏବଂ ଭାରତର ସ୍ୱଚ୍ଛ-ଶକ୍ତି ଯାତ୍ରାରେ ଏକ ମାଇଲଖୁଂଟ । ଆମ ଉପରେ ଭରସା ରଖି ଏହି ସୁଯୋଗ ଦେଇଥିବାରୁ ଆମେ ଏମଏସଇଡିସିଏଲ ନିକଟରେ ଗଭୀର ଭାବେ କୃତଜ୍ଞ ।”
ଛଅ ଦଶନ୍ଧିରୁ ଅଧିକ ସମୟ ଧରି, ସି.ଆର.ଆଇ. ପମ୍ପସ୍ ଅତ୍ୟାଧୁନିକ ତରଳ-ପରିଚାଳନା (ଫ୍ଲୁଏଡ-ମ୍ୟାନେଜମେଂଟ) ସମାଧାନ ମାଧ୍ୟମରେ ବିଶ୍ୱବ୍ୟାପୀ ଶିଳ୍ପ, ସହର ଏବଂ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିଆସୁଛି । ୧୦,୦୦୦ରୁ ଅଧିକ ଉତ୍ପାଦ, ୧୨୦ରୁ ଅଧିକ ଦେଶରେ ଉପସ୍ଥିତି, ୨୨ଟି ଇଇପିସି ରପ୍ତାନି ଉତ୍କର୍ଷ ପୁରସ୍କାର (ଏକ୍ସପୋର୍ଟ ଏକ୍ସିଲେନ୍ସ ଆୱାର୍ଡସ), ଆଠଟି ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର, ୩୦୦୦୦ରୁ ଅଧିକ ରିଟେଲ ଆଉଟଲେଟ୍ର ଏକ ମଜଭୁତ ନେଟୱାର୍କ ଏବଂ ୧୫୦୦ରୁ ଅଧିକ ସର୍ଭିସ ସେଂଟର ସହିତ ସି.ଆର.ଆଇ. ବିଶ୍ୱସନୀୟତା, ସ୍ଥାୟିତ୍ୱ ଏବଂ ନବସୃଜନ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରିଚାଲିଛି । ଏହାର ଇଞ୍ଜିନିୟରିଂ ନେତୃତ୍ୱର ମୂଳରେ ରହିଛି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଏହାର ନିଜସ୍ୱ ଅତ୍ୟାଧୁନିକ ‘ଫ୍ଲୁଡାଇନ୍ ଟେକ୍ନୋଲୋଜି’ ‘ଫ୍ଲୁଡାଇନ୍ ଟେକ୍ନୋଲୋଜି) ଆରଏଣ୍ଡଡି କେନ୍ଦ୍ର ।