Holi 2026: ଏହି ମାର୍ଚ୍ଚ ମାସରେ, ବହୁ ପ୍ରତୀକ୍ଷିତ ସନବର୍ଣ୍ଣ ହୋଲି ୱିକେଣ୍ଡ(Sunburn Holi Weekend)ବିଶ୍ୱ ପ୍ରସିଦ୍ଧ ଡିଜେ ତଥା ପ୍ରଯୋଜକ କ୍ୟାଶମିରଙ୍କୁ ଭୁବନେଶ୍ୱରକୁ ଆଣୁଛି । ଶନିବାର, ୭ ମାର୍ଚ୍ଚ ୨୦୨୬ ରେ ୱଣ୍ଡରଲା ଆମ୍ୟୁଜମେଟ୍ ପାର୍କରେ ସେ ତାଙ୍କର ପ୍ରଥମ ପ୍ରଦର୍ଶନ ଦେବେ । ସେ ତାଙ୍କର ଦମଦାର ସଙ୍ଗୀତ, ସିନେମାଟିକ୍ ସାଉଣ୍ଡ ଏବଂ ବିଶ୍ୱସ୍ତରୀୟ ସଙ୍ଗୀତ ସହିତ ଭାରତୀୟ ସ୍ୱରର ଏକ ଅନନ୍ୟ ମିଶ୍ରଣ ପାଇଁ ଜଣାଶୁଣା । ବିଗତ ବର୍ଷଗୁଡିକରେ, ସେ ସମଗ୍ର ଭାରତରେ ପ୍ରଶଂସକଙ୍କ ସହ ଏକ ଦୃଢ ସମ୍ପର୍କ ଗଢି ତୋଳିଛନ୍ତି ।
ଚମକôାର ପ୍ରଡକ୍ସନ୍, ଉଜ୍ଜ୍ୱଳ ଭିଜୁଆଲ୍ସ ଏବଂ ଲୋକପ୍ରିୟ ଗୀତରେ ଭରପୁର ଏକ ବଡ଼ ତଥା ଅବିସ୍ମରଣୀୟ ଶୋ’ର ପ୍ରତିଶ୍ରୁତି ଦେଉଛନ୍ତି କ୍ୟାଶମିର । ହୋଲିର ଉତ୍ସାହ ସହିତ ମେଳ ଖାଉଥିବା ଦମଦାର ବିଲ୍ଡ-ଅପ୍, ଶକ୍ତିଶାଳୀ ଡ୍ରପ୍ସ ଏବଂ ଉଚ୍ଚାଙ୍ଗର ଶକ୍ତିର ଆଶା କରନ୍ତୁ । ନାଇଲ୍ସ ହୋଲୋୱେଲ-ଧର ଓରଫ କ୍ୟାଶମିର ହେଉଛନ୍ତି ବିଶ୍ୱ ଇଲେକ୍ଟ୍ରୋନିକ୍ ସଙ୍ଗୀତ ଜଗତର ଅନ୍ୟତମ ପ୍ରସିଦ୍ଧ ନାମ । ସେ ଡିଜେ ମ୍ୟାଗ୍ର ଶ୍ରେଷ୍ଠ ୧୦୦ ଡିଜେ ତାଲିକାରେ ସ୍ଥାନ ପାଇଛନ୍ତି ଏବଂ ଟୁମୋରୋଲ୍ୟାଣ୍ଡ, ଅଲ୍ଟ୍ରା ମ୍ୟୁଜିକ ଫେଷ୍ଟିଭାଲ ଏବଂ ଇଲେକ୍ଟ୍ରିକ ଡେଜି କାର୍ଣ୍ଣିଭାଲ ଭଳି ପ୍ରମୁଖ ଉତ୍ସବରେ ପ୍ରଦର୍ଶନ କରିଛନ୍ତି ।
Also Read : JioAirFiber : ଦୁଇ ଲକ୍ଷ ପରିବାରରେ ପହଞ୍ଚିଲା
ତାଙ୍କ ସଙ୍ଗୀତରେ ବାଦ୍ୟଯନ୍ତ୍ରର ଉପାଦାନଗୁଡିକ ସହିତ ଶକ୍ତିଶାଳୀ ଇଲେକ୍ଟ୍ରୋନିକ୍ ବିଟ୍ର ମିଶ୍ରଣ ରହିଥାଏ, ଯାହା ଭାବପ୍ରବଣ ତଥା ବଡ ମଂଚ ପାଇଁ ଉପଯୁକ୍ତ ଗୀତ ସୃଷ୍ଟି କରେ । ବିଗତ ବର୍ଷଗୁଡିକରେ, ସେ ଏକ ମଜବୁତ ବିଶ୍ୱସ୍ତରୀୟ ପ୍ରଶଂସକ ଆଧାର ଗଠନ କରିଛନ୍ତି, ଯେଉଁଥିରେ ଭାରତ ତାଙ୍କ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି ।
ଦର୍ଶକଙ୍କୁ ଏକ ଉଚ୍ଚ-ଶକ୍ତି ସମ୍ପନ୍ନ ଅନୁଭୂତି ଦେବା ପାଇଁ ତାଙ୍କର ଲାଇଭ୍ ସେଟ୍ ଗୁଡିକ ପ୍ରସ୍ତୁତ କରାଯାଇଛି । ସନବର୍ଣ୍ଣ ହୋଲି ୱିକେଣ୍ଡ ୨୦୨୬ ହେଉଛି ସଙ୍ଗୀତ, ରଙ୍ଗ ଏବଂ ଏକତାର ଏକ ଉତ୍ସବ । ଆପଣଙ୍କ ସାଙ୍ଗମାନଙ୍କୁ ଏକାଠି କରନ୍ତୁ ଏବଂ ଭୁବନେଶ୍ୱରରେ ତାଙ୍କୁ ସିଧାସଳଖ ଦେଖିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଭାରତର ଅଗ୍ରଣୀ ମନୋରଞ୍ଜନ ଡେଷ୍ଟିନେସନ୍ BookMyShowରେ ଉପଲବ୍ଧ ।