ଭୁବନେଶ୍ୱର: ଏଚ୍ପି ଇିଆ ପକ୍ଷରୁ ନୂଆ ଲେଜର୍ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ ପ୍ରିଂଟର୍ର ଶୁଭାରମ୍ଭ କରାଯାଇଛି । ଏହି ବହୁମୂଖୀ ପ୍ରିଂଟର୍ଗୁଡିକ ସୁଲଭ ଓ ଉନ୍ନତ ପ୍ରିଂଟିଙ୍ଗ୍, ସ୍କାନିଙ୍ଗ୍ ଓ କପିଙ୍ଗ୍ କ୍ଷମତା ସହିତ ୩ ବର୍ଷର ଏକ ଇନ୍-ବିଲ୍ଟ ୱାରେଂଟି ପ୍ରଦାନ କରୁଛନ୍ତି । ଲେଜର୍ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ ପ୍ରିଂଟର୍ଗୁଡିକୁ ଶକ୍ତିଶାଳୀ ପ୍ରଦର୍ଶନ ଓ ବାଧାମୁକ୍ତ ପରିଚାଳନା ପାଇଁ ନିର୍ମାଣ କରାଯାଇଛି । ମିନିଟ୍ ପିଛା ୪୦ଟି ପୃଷ୍ଠାର ଏକ ଉଲ୍ଲେଖନୀୟ ପ୍ରିଂଟିଙ୍ଗ୍ ବେଗ ଏବଂ ୬.୩ ସେକେ ଅଧିନରେ ଏକ ପ୍ରଥମ ପ୍ରିଂଟ୍ଆଉଟ୍ ସମୟ ସହିତ ବ୍ୟବସାୟଗୁଡିକ ବିନା ବିଳମ୍ବରେ ଦ୍ରୁତ ଓ ଦକ୍ଷ ପ୍ରିଂଟିଙ୍ଗ୍ର ଅନୁଭୂତି ପାଇପାରିବେ ।
ଏହି ପ୍ରିଂଟର୍ଗୁଡିକ ଡୁପ୍ଲେକ୍ସ ପ୍ରିଂଟିଙ୍ଗ ଓ ସିଙ୍ଗଲ୍-ପାସ୍ ଡୁଆଲ ସାଉଡ୍ ସ୍କାନିଙ୍ଗ୍ ସହ ସୁସଜ୍ଜିତ ରହିଥିବା ବେଳେ ଏହା ପେପର୍ ବ୍ୟବହାର କମ୍ କରିଥାଏ ଓ ଖର୍ଚ୍ଚ ହ୍ରାସ କରିଥାଏ । ଏହି ଡିଭାଇସ୍ରେ ୮୦,୦୦୦ ପୃଷ୍ଠାର ଏକ ଡ୍ୟୁଟି ସାଇକେଲ୍ ଓ ୯୮୦୦ ପୃଷ୍ଠା ପର୍ଯ୍ୟନ୍ତ ଏକ ଟୋନର୍ ୟିଲ୍ଡ ରହିଛି । ଏଚ୍ପି ଲେଜରଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ ଡିଡବ୍ଲ୍ୟୁ (ଡୁପ୍ଲେକ୍ସ ଓ ୱାୟାରଲେସ୍), ଏଫ୍ଡିଏନ୍ (ଫ୍ୟାକ୍ସ, ଡୁପ୍ଲେକ୍ସ ଓ ନେଟ୍ୱର୍କ) ଏବଂ ଏଫ୍ଡିଡବ୍ଲ୍ୟୁ (ଫ୍ୟାକ୍ସ, ଡୁପ୍ଲେକ୍ସ ଓ ୱାୟାରଲେସ୍) ଭଳି ୩ଟି ଭାରିଆଂଟ୍ ଉନ୍ମୋଚନ ହୋଇଥିବା ବେଳେ ବ୍ୟବସାୟଗୁଡିକ ସେମାନଙ୍କର ଆବଶ୍ୟକତା ସହ ସର୍ବୋତମ ମେଳ ଖାଉଥିବା ମଡେଲ୍ ଚୟନ କରିପାରିବେ । ଏଚ୍ପି ଲେଜର୍ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ଡବ୍ଲ୍ୟୁର ମୂଲ୍ୟ ୪୩୦୨୮ ଟଙ୍କା, ଏଚ୍ପି ଲେଜର୍ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ଏଫ୍ଡିଏନ୍ର ମୂଲ୍ୟ ୪୫୭୧୭ ଟଙ୍କା ଏବଂ ଏଚ୍ପି ଲେଜର୍ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ଏଫ୍ଡିଡବ୍ଲ୍ୟୁର ମୂଲ୍ୟ ୪୮୪୦୭ ଟଙ୍କା ରହିଛି । ଏହି ଡିଭାଇସ୍ଗୁଡିକ ଏଚ୍ପି ଇଷ୍ଟୋର୍ ଓ ଏଚ୍ପି ଅଥୋରାଇଜ୍ଡ ପାର୍ଟନର୍ ମାଧ୍ୟମରେ ବିକ୍ରି ପାଇଁ ଉପଲବ୍ଧ ରହିଛି ।

ଏହି ଉନ୍ମୋଚନ ଅବସରରେ ଏଚ୍ପି ଇିଆ ମାର୍କେଟ୍ର ପ୍ରିଂଟିଙ୍ଗ୍ ସିଷ୍ଟମ୍ସ ବିଭାଗର ବରିଷ୍ଠ ର୍ନିେଶକ ସୁନିଶ ରାଘବନ କହିଛନ୍ତି, ଆମେ ଜାଣିବାକୁ ପାଇଥିଲୁ ଯେ, ବ୍ୟବସାୟଗୁଡିକ ଦକ୍ଷତାର ସହ ବିକଶିତ ହେବା ପାଇଁ ସ୍ମାର୍ଟ ଓ ସୁଲଭ ଟେକ୍ନୋଲୋଜିର ଆବଶ୍ୟକ କରୁଛନ୍ତି ଏବଂ ଆମେ ସେମାନଙ୍କୁ ଆଗକୁ ବଢିବା ପାଇଁ ସେମାନେ ଆବଶ୍ୟକ କରୁଥିବା ଟୁଲ୍ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ । ଏହି ବୁଝାମଣା ସହିତ ଆମେ ଗର୍ବର ସହିତ ଏଚ୍ପି ଲେଜର୍ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ର ଉନ୍ମୋଚନ କରିଛୁ, ଏକ ପ୍ରିଂଟର୍ ଶୃଙ୍ଖଳା ଯାହାକୁ ସ୍ୱତନ୍ତ୍ର ଭାବେ ଭାରତୀୟ ବ୍ୟବସାୟଗୁଡିକର ବହୁମୂଖୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମାଣ କରାଯାଇଛି । ଆମର ପ୍ରାଥମିକ ଉଶ୍ୟେ ହେଉଛି ଉଚ୍ଚମାନର, ନିର୍ଭରଯୋଗ୍ୟ ପ୍ରିଂଟିଙ୍ଗ୍, ସ୍କାନିଙ୍ଗ୍ ଓ କପିଙ୍ଗ୍ ସଲ୍ୟୁଶନ ପ୍ରଦାନ କରିବା ଯାହା ସାଧାରଣ କାର୍ଯ୍ୟକାରିତାଠାରୁ ଅଧିକ କିଛି କରିପାରିବ ।
ଲେଜର୍ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ ସିରିଜ୍ ଡୁଆଲ-ବ୍ୟା ୱାଇଫାଇ, ବ୍ଲୁଟୁଥ୍ କନେକ୍ଟିଭିଟି, ଏଚ୍ପି ସ୍ମାର୍ଟ ଆପ୍ ଓ ସ୍ମାର୍ଟ ଆଡ୍ଭାନ୍ସ ସ୍କାନିଙ୍ଗ୍ ଫିଚର ସମେତ ଉତ୍କୃଷ୍ଟମାନର ୱାୟାରଲେସ୍ ପ୍ରଦର୍ଶନ ସହିତ ଏକ ସ୍ମାର୍ଟ ପ୍ରିଂଟିଙ୍ଗ୍ ଅନୁଭୂତିକୁ ସୁନିଶ୍ଚିତ କରୁଛି । ଏହି ପ୍ରିଂଟର୍ ରେଞ୍ଜ ଏଚ୍ପି ୱଲ୍ଫ ଏସେନ୍ସିଆଲ ସିକ୍ୟୁରିଟି ପ୍ରଦାନ କରୁଛି ଯାହା ସମ୍ଭାବ୍ୟ ବିପଦ ବିରୋଧରେ ସର୍ବୋତମ ଶ୍ରେଣୀର ସୁରକ୍ଷା ଦେବା ସହିତ ଡାଟା ସୁରକ୍ଷା ସୁନିଶ୍ଚିତ କରୁଛି । ଉତ୍କୃଷ୍ଟମାନର ପ୍ରିଂଟିଙ୍ଗ୍ ପାଇଁ ଏଚ୍ପି ଇକୋ-ସ୍ମାର୍ଟ ବ୍ଲାକ୍ ଟୋନ୍ର ବ୍ୟବହାର ଓ ୨୨% ପର୍ଯ୍ୟନ୍ତ ଶକ୍ତି ସଂଚୟ ଏକ ଅଧିକ ସ୍ଥାୟୀ ପ୍ରିଂଟିଙ୍ଗ୍ ସମାଧାନ ପ୍ରତି ଯୋଗଦାନ ଦେଉଛି ।