ଭୁବନେଶ୍ୱର: ଏଚ୍ପି ପକ୍ଷରୁ ଭାରତରେ ଏହାର ନୂଆ ପାଭିଲିଅନ୍ ପ୍ଲସ୍ ନୋଟ୍ବୁକ୍ଗୁଡିକର ଶୁଭାରମ୍ଭ କରାଯାଇଛି । ନୂଆ ଏଚ୍ପି ପାଭିଲିଅନ୍ ପ୍ଲସ୍ ଲାପ୍ଟପ୍ଗୁଡିକ୧୩ ଜେନ୍ ଇଂଟେଲ୍ କୋର୍ ପ୍ରୋସେସର ଦ୍ୱାରା ସୁସଜ୍ଜିତ ରହିଛି । ଏଚ୍ପି ପକ୍ଷରୁ ଉନ୍ନତ ପ୍ରଦର୍ଶନ, ଡିଜାଇନ୍ ଓ ସୁରକ୍ଷା ଫିଚରଗୁଡିକ ସହିତ ଏହାର ଏଚ୍ପି ୧୪ ଓ ୧୫ ଲାପ୍ଟପଗୁଡିକର ମଧ୍ୟ ଉନ୍ମୋଚନ କରାଯାଇଛି ।
ଉଭୟ ପାଭିଲିଅନ ଏବଂ ଏଚ୍ପି ୧୪ ଓ ୧୫ ସିରିଜ୍ ଭାରତରେ ଏଚ୍ପିର ସବୁଠାରୁ ଲୋକପ୍ରିୟ ଓ ସର୍ବାଧିକ ବିକ୍ରି ହେଉଥିବା କଞ୍ଜ୍ୟୁମର ନୋଟ୍ବୁକ୍ ଅଟେ । ଏଚ୍ପି ପାଭିଲିଅନ୍ ପ୍ଲସ୍ ୧୪କୁ ହାଇବ୍ରିଡ୍ ଲାଇଫ୍ଷ୍ଟାଇଲ୍ ପାଇଁ ଏକ୍ସ୩୬୦ ହାଇଞ୍ଜ ଏବଂ ମଲ୍ଟି ଟଚ୍ ସହିତ ନିର୍ମାଣ କରାଯାଇଛି । ଏହା ଫୁଲ୍-ଫଙ୍କ୍ଶନ ୟୁଏସ୍ବି-ସି ପୋର୍ଟ, ୟୁଏସ୍ବି-ସି ପାୱାର ଆଡାପ୍ଟର ସପୋର୍ଟ, ଏଚ୍ଡିଏମ୍ଆଇ ଓ ହେଡ୍ଫୋନ୍ ଜ୍ୟାକ୍ ଭଳି ମଲ୍ଟିପୁଲ ପୋର୍ଟ ବିକଳ୍ପ ସହିତ ଆସୁଛି ।

ଏଚ୍ପି ପାଭିଲିଅନ୍ ଏକ୍ସ ୩୬୦ ୧୪ ଇଂଚ୍ ଲାପ୍ଟପ୍ ଏକ ମାନୁଆଲ କ୍ୟାମେରା ସଟର୍ ଡୋର୍ ସହ ସୁସଜ୍ଜିତ ରହିଛି । ପାଭିଲିଅନ୍ ପ୍ଲସ୍ ୧୪ର ଓଜନ ମାତ୍ର ୧.୩୯ କିଲୋଗ୍ରାମ ରହିଛି । ପାଭିଲିଅନ ରେଞ୍ଜର ଲାପ୍ଟପ୍ଗୁଡିକ ୩ଟି ବିଳାସର୍ପୂ ରଙ୍ଗ ନାଚୁରାଲ ସିଲ୍ଭର, ରୋଜ୍ ଗୋଲ୍ଡ, ୱାର୍ମ ଗୋଲ୍ଡ ଓ ସ୍ପ୍ରୁସ୍ ବ୍ଲୁରେ ଉପଲବ୍ଧ ହେଉଛି । ନୂଆ ଏଚ୍ପି ୧୪ ଓ ଏଚ୍ପି ୧୫ ଏଫ୍ଏଚ୍ଡି କ୍ୟାମେରା, କ୍ୟୁଏଚ୍ଡି ଡିସ୍ପ୍ଲେ ଓ ଫିଙ୍ଗରପ୍ରିଂଟ୍ ରିଡର୍ ସହ ଆସୁଛି । ଏଚ୍ପି ୧୪, ଏଚ୍ପି ପାଭିଲିଅନ୍ ଏକ୍ସ୩୬୦ ଏବଂ ଏଚ୍ପି ପାଭିଲିଅନ୍ ପ୍ଲସ ୧୪ ଯଥାକ୍ରମେ ୩୯,୯୯୯ ଟଙ୍କା, ୫୭,୯୯୯ ଟଙ୍କା ଏବଂ ୮୧,୯୯୯ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ ହେଉଛି ।
ଏସମ୍ପର୍କରେ ଏଚ୍ପି ଇିଆର ପର୍ସନାଲ ସିଷ୍ଟମ୍ସ ବିଭାଗର ବରିଷ୍ଠ ର୍ନିେଶକ ବିକ୍ରମ ବେଦୀ କହିଛନ୍ତି, ଆମେ ହାଇବ୍ରିଡ୍ ଲାଇଫ୍ଷ୍ଟାଇଲ୍ର ଆବଶ୍ୟକତାକୁ ପୂରଣ କରିବା ଲାଗି ମଲ୍ଟି-ଟଚ୍ ଓ ଏକାଧିକ ପୋର୍ଟ ଭଳି ଫିଚର ସହିତ ନୂଆ ଏଚ୍ପି ପାଭିଲିଅନ୍ ପ୍ଲସ୍ ୧୪ ଲାପ୍ଟପ୍ଗୁଡିକୁ ନିର୍ମାଣ କରିଛୁ । ଏହାବ୍ୟତୀତ ଆମର ନୂଆ ଏଚପି ୧୪ ଓ ଏଚ୍ପି ୧୫ ଲାପ୍ଟପ୍ଗୁଡିକୁ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରଦାନ କରିବା ପାଇଁ ନିର୍ମାଣ କରାଯାଇଛି ଯାହାଫଳରେ ଉପଭୋକ୍ତାମାନେ ସବୁବେଳେ ସଂଯୋଜିତ, ନିୟୋଜିତ ଓ ସୃଜନଶୀଳ ରହିବେ । ଏଚ୍ପିର ସ୍ଥାୟିତ୍ୱ ପ୍ରତିବଦ୍ଧତା ସହ ଜଡିତ ରହି ନୂଆ କରି ଲଂଚ୍ ହୋଇଥିବା ସମସ୍ତ ଡିଭାଇସ୍- ଏଚ୍ପି ପାଭିଲିଅନ ପ୍ଲସ୍, ଏଚ୍ପି ପାଭିଲିଅନ ଏକ୍ସ୩୬୦, ଏଚ୍ପି ୧୪ ଓ ଏଚ୍ପି ୧୫କୁ ଓସନ୍-ବାଉ ପ୍ଲାଷ୍ଟିକ୍ ଓ ପୋଷ୍ଟ-କଞ୍ଜ୍ୟୁମର ରିସାଇକେଲ୍ଡ ପ୍ଲାଷ୍ଟିକ୍ରେ ନିର୍ମାଣ କରାଯାଇଛି ।