ଭୁବନେଶ୍ୱର : ରାଜ୍ୟର ସବୁଠୁ ପ୍ରତିଷ୍ଠିତ କ୍ଳବ୍ ର ନିର୍ବାଚନ ସମ୍ପନ୍ନ ହୋଇଛି । ଏଥିରେ ସଭାପତି ଭାବରେ ବିଜୟ ହୋଇଛନ୍ତି ପୁର୍ବତନ ମୂଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା । ସେ ତାଙ୍କର ମୂଖ୍ୟ ପ୍ରତିଦ୍ବନ୍ଦୀ ଶ୍ରୀ ଅସିତ୍ କୁମାର ତ୍ରିପାଠୀଙ୍କୁ ପଛରେ ପକାଇ ୧୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
ଏହି ନିର୍ବାଚନରେ ଦୁଇ ପୁର୍ବତନ ମୂଖ୍ୟ ଶାସନ ସଚିବ ରାଜ୍ୟର ଏହି ପ୍ରମୁଖ କ୍ଲବର ସଭାପତି ପଦବୀ ପାଇଁ ଲଢେଇ କରିଥିଲେ । ୧୨ ରାଉଣ୍ଡ ଗଣତି ପରେ ପ୍ରଦୀପ କୁମାର ଜେନା ୮୯୧ଖଣ୍ଡ ଭୋଟ ପାଇଥିଲେ ଓ ଅସିତ୍ କୁମାର ତ୍ରିପାଠୀ ମିଳିଛି ୮୭୩ ଖଣ୍ଡ ଭୋଟ ପାଇଥିଲେ।
ତେବେ ଏହି ନିର୍ବାଚନର ଅନ୍ୟ ଫଳାଫଳ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ପଦ ପାଇଁ ଶ୍ରୀ ପ୍ରଗତି ମହାନ୍ତି ୬୦ ଭୋଟର ଲିଡ୍ ସହିତ ବିଜୟୀ ହୋଇଛନ୍ତି । ଏବଂ ସଚିବ ପଦ ପାଇଁ ଶ୍ରୀ ଲଳିତ ଦାସ ୭୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜେବେକି ଯୁଗ୍ମ ସମ୍ପାଦକ ଭାବେ ସମ୍ବିତ ମହାନ୍ତି ୬୮ ଭୋଟରେ ବିଜୟୀ ହୋଇଛନ୍ତି ।