ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ଏକ ସ୍ୱତନ୍ତ୍ର ଯୋଜନା \”ସୁଗମଋଣଭୁଗତାନଯୋଜନା (ସୁଗମ)’ ସମ୍ପର୍କରେ ଘୋଷଣା କରିଛି, ଯାହା କି ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରିଟେଲ ଏନପିଏର ଏକକାଳୀନ ସମାଧାନ ମାଧ୍ୟମରେ ଏହାର ପୁନରୁଦ୍ଧାର ପ୍ରୟାସକୁ ତ୍ୱରାନ୍ୱିତ କରିବ । ଯେଉଁଥିରେ ଋଣଧାରୀଙ୍କ ୦.୧୦ କୋଟି ଟଙ୍କାରୁ ଅଧିକ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବକେୟା (ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ) ରିହାତି ସର୍ତରେ ରହିଥିବ । ଯେଉଁ ଋଣଦାତାମାନେ ଅସୁବିଧାରେ ଅଛନ୍ତି ଏବଂ ଆଇନଗତ ଜଟିଳତାକୁ ଏଡ଼ାଇବା ପାଇଁ ସେମାନଙ୍କର ପ୍ରାପ୍ୟ ସମାଧାନ କରିବାକୁ ଇଚ୍ଛୁକ ଏହା ସେମାନଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରୁଛି । ଏହି ଯୋଜନାର ସଂକ୍ଷିପ୍ତ ବିବରଣୀ https://www.idbibank.in/idbi-bank-sugam-rinn-bhugtan-yojana.aspxରେ ଉପଲବ୍ଧ ରହିଛି ।