ଆଇଡିବିଆଇ ବ୍ୟାଙ୍କ ଲାଭରେ ବାର୍ଷିକ ଆଧାରରେ ୪୦% ବୃଦ୍ଧି

Spread the love

ଭୁବନେଶ୍ୱର: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି । ୨୦୨୫ ଆର୍ଥିକ ବର୍ଷର ୧ମ ତ୍ରୈମାସିକରେ ଶୁଦ୍ଧ ଲାଭ ୧୭୧୯ କୋଟି ଟଙ୍କା ରହିଥିବା ବେଳେ ବ୍ୟାଙ୍କ ବାର୍ଷିକ ଆଧାରରେ ୪୦%ର ଏକ ମଜବୁତ ଅଭିବୃଦ୍ଧି ହାସଲ କରିଛି । ସେହିପରି ପରିଚାଳନାଗତ ଲାଭ ୨୦୭୬ କୋଟି ଟଙ୍କା ରହିଛି । ଏନ୍‌ଆଇଏମ୍ ୪.୧୮% ରହିଛି ଏବଂ ଶୁଦ୍ଧ ସୁଧ ଆୟ ୨୦୨୫ ଆର୍ଥିକ ବର୍ଷର ୧ମ ତ୍ରୈମାସିକରେ ୩୨୩୩ କୋଟି ଟଙ୍କା ରହିଛି ଯାହା ୨୦୨୪ ଆର୍ଥିକ ବର୍ଷର ୧ମ ତ୍ରୈମାସିକରେ ୩୯୯୮ କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷର ୧ମ ତ୍ରୈମାସିକରେ ବ୍ୟାଙ୍କର ଜମା ଖର୍ଚ୍ଚ ବା କଷ୍ଟ୍ ଅଫ୍ ଡିପୋଜିଟ୍ ୪.୫୮% ରହିଛି ଯାହା ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୪.୧୨% ଥିଲା । ସିଆର୍‌ଏଆର୍ ବାର୍ଷିକ ଆଧାରରେ ୨୦୯ ବିପିଏସ୍ ବୃଦ୍ଧି ହୋଇ ୨୨.୪୨% ରହିଛି । ରିଟର୍ଣ୍ଣ ଅନ୍ ଆସେଟ୍‌ସ (ଆର୍‌ଓଏ) ବାର୍ଷିକ ଆଧାରରେ ୩୪ ବିପିଏସ୍ ବୃଦ୍ଧି ହୋଇ୧.୮୩% ରହିଛି ଏବଂ ରିଟର୍ଣ୍ଣ ଅନ୍ ଇକ୍ୱିଟି (ଆର୍‌ଓଇ) ବାର୍ଷିକ ଆଧାରରେ ୧୨୩ ବିପିଏସ୍ ବୃଦ୍ଧି ହୋଇ ୧୯.୮୭% ରହିଛି । ଜୁନ୍ ୩୦, ୨୦୨୩ର ୦.୪୪% ତୁଳନାରେ ଶୁଦ୍ଧ ଏନ୍‌ପିଏ ୦.୨୩% ରହିଛି ଏବଂ ଜୁନ୍ ୩୦, ୨୦୨୩ର ୫.୦୫% ତୁଳନାରେ ଗ୍ରସ୍ ଏନ୍‌ପିଏ ୩.୮୭% ରହିଛି ।


Spread the love

Leave A Reply

Your email address will not be published.