ଭୁବନେଶ୍ୱର: IDFC FIRST Bank ପକ୍ଷରୁ ଗଜ୍ କ୍ରେଡିଟ କାର୍ଡର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ହେଉଛି ବ୍ୟାଙ୍କର ଧନୀ ଗ୍ରାହକ ବା ହାଇ-ନେଟ୍-ୱର୍ଥ ଇଣ୍ଡିଭିଜୁଆଲ (ଏଚଏନଆଇ)ଙ୍କ ପାଇଁ ନିର୍ମିତ ଏକ ପ୍ରିମିୟମ, ଇନ୍ଭିଟେଶନ-ଓନ୍ଲି ମେଟାଲ କ୍ରେଡିଟ କାର୍ଡ । ଗଜ ହେଉଛି ବ୍ୟାଙ୍କର ପ୍ରିମିୟମ ମେଟାଲ କ୍ରେଡିଟ କାର୍ଡର ଏକ ସ୍ୱତନ୍ତ୍ର ସିରିଜ୍ । ‘କ୍ରାଫ୍ଟେଡ ଅନ୍ ମେଟାଲ’ ସିଗ୍ନେଚର ଟ୍ୱିନ-ଏଲିଫ୍ୟାଂଟ ମୋଟିଫ ହେଉଛି ଏକ କାରିଗରୀ ମାଷ୍ଟରପିସ ଯାହାକୁ ଆନ୍ତର୍ଜାତୀୟ ମଂଚରେ ଭାରତୀୟ ଉତ୍କର୍ଷତାର ଏକ ନୀରବ ଆମ୍ବାସାଡରରେ ପରିଣତ ହେବା ପାଇଁ ଡିଜାଇନ କରାଯାଇଛି ।
ଗଜ୍:କ୍ରେଡିଟ କାର୍ଡ ୧୨,୫୦୦ ଟଙ୍କା +ଜିଏସ୍ଟିର ଏକ ଜଏନିଂ ଓ ବାର୍ଷିକ ଫି’ ବହନ କରିଥାଏ । ଏହି କାର୍ଡ ୧ଆର୍ପି = ୧ ଟଙ୍କାର ୧୨୫୦୦ ଇନ୍ଭିଟେଶନ ରିୱାର୍ଡସ ପଏଂଟ ସହ ଆସୁଛି, ଯାହାକୁ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ ଆପ୍ ମାଧ୍ୟମରେ ଟ୍ରାଭେଲ ବୁକିଂ ଉପରେ ରିଡିମ୍ କରାଯାଇପାରିବ, ଯାହା ଜଏନିଂ ଫି’କୁ ପ୍ରଭାବୀ ରୂପେ ହ୍ରାସ କରିଥାଏ । ସେହିପରି ୧୦ ଲକ୍ଷ ଟଙ୍କାର ବାର୍ଷିକ ବ୍ୟୟ ଉପରେ ବାର୍ଷିକ ଫି’ ମଧ୍ୟ ଛାଡ କରାଯାଉଛି । ଏହାପରେ ଗଜ୍ ଏକ ପ୍ରେରଣାଦାୟକ ମେଟାଲ କାର୍ଡ ଡିଜାଇନ, ଜିରୋ ଫରେନ ଏକ୍ସଚେଞ୍ଜ ମାର୍କ-ଅପ, ଏକ ସରଳ ୧:୧ ରିୱାର୍ଡସ ଢାଂଚା ଏବଂ ପ୍ରିମିୟମ ଟ୍ରାଭେଲ ଓ ଲାଇଫଷ୍ଟାଇଲ ସୁବିଧାର ଏକ ଶୃଙ୍ଖଳା ପ୍ରଦାନ କରୁଛି ।
IDFC FIRST Bankର କ୍ରେଡିଟ କାର୍ଡସ, ଫାଷ୍ଟଟ୍ୟାଗ୍ ଆଣ୍ଡ ଲୟାଲ୍ଟି ବିଭାଗର ମୁଖ୍ୟ ଶିରିଶ ଭଣ୍ଡାରୀ କହିଛନ୍ତି, “ଗଜ୍: କ୍ରେଡିଟ କାର୍ଡ ଭାରତୀୟ ଐତିହ୍ୟ ଓ ଏହାର ଆଚିଭରଙ୍କ ପାଇଁ ଆମର ଗଭୀର ସମ୍ମାନକୁ ପ୍ରତିଫଳନ କରୁଛି । ଏହା ଏକ ପ୍ରେରଣାଦାୟକ ଭାରତୀୟ ଡିଜାଇନ ସହ ଗଭୀରତାକୁ ଏକତ୍ରିତ କରିଛି । ଆମର ଅଶ୍ୱ – ମୟୂର – ଗଜ: ଟ୍ରାଇଲୋଜିର ଶୀର୍ଷତା ଭାବେ ଏହା ଆଧୁନିକ ଭାରତୀୟ ସଫଳକାରୀଙ୍କ ଜ୍ଞାନ ଓ ଶକ୍ତିକୁ ସମ୍ମାନିତ କରୁଛି ।”
ଏଥିରେ ୦% ଫୋରେକ୍ସ ମାର୍କଅପ୍ ଓ ସୁଧ-ମୁକ୍ତ ଗ୍ଲୋବାଲ ଏଟିଏମ କ୍ୟାଶ ଆକ୍ସେସ ରହିଛି, ଏହାଦ୍ୱାରା ବିଦେଶୀ ମୁଦ୍ରା ନୋଟ ଓ ଟ୍ରାଭେଲ କାଡ୍ର୍ ବହନ କରିବାର କୌଣସି ଆବଶ୍ୟକତା ପଡିବ ନାହିଁ । ଏକ ଉତ୍ସର୍ଗୀକୃତ ୫୦,୦୦୦ ଟଙ୍କା ଟ୍ରିପ କ୍ୟାନ୍ସେଲେଶନ କଭର ରହିଛି ଯେବେକି IDFC ଫାର୍ଷ୍ଟ ଇକୋସିଷ୍ଟମ ମାଧ୍ୟମରେ ହୋଟେଲ ଉପରେ ୫୦ ଗୁଣ ଓ ଫ୍ଲାଇଟ ଉପରେ ୨୫ଗୁଣ ରିୱାର୍ଡ ପାଇଁ ସ୍ୱତନ୍ତ୍ର ପହଂଚ ପ୍ରଦାନ କରୁଛି, ଯାହା ୩୩.୩୩% ପର୍ଯ୍ୟନ୍ତ ଏକ ଭାଲ୍ୟୁ-ବ୍ୟାକ ପ୍ରଦାନ କରୁଛି । ମାଗଣା ଇଂଟରନ୍ୟାଶନାଲ ଓ ଘରୋଇ ଲାଉଞ୍ଜ ସହିତ ସହଜ ରୂପାନ୍ତରଣ ସୁବିଧା ରହିଛି ଯେଉଁଥିରେ ଅତିଥିଙ୍କ ପାଇଁ ଗୋଟିଏ ସାମିଲ ରହିଛି ।