୭,୫୦୦ କୋଟି ଟଙ୍କାର ପାଣ୍ଠି ସଂଗ୍ରହକୁ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ବୋର୍ଡ ପକ୍ଷରୁ ମଞ୍ଜୁରି

Spread the love

ଭୁବନେଶ୍ୱର: ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ବୋର୍ଡ ଅଫ ଡାଇରେକ୍ଟର୍ସ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ, ୱାର୍ବର୍ଗ ପିଙ୍କସ୍ ଏଲଏଲସିର ଅନୁବନ୍ଧିତ କମ୍ପାନୀ କୁରାଂଟ ସି ଇନଭେଷ୍ଟମେଂଟ ବିଭିକୁ ପ୍ରାୟ ୪,୮୭୬ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି କ୍ୟାପିଟାଲ (ସିସିପିଏସ) ଏବଂ ଆବୁଧାବି ନିବେଶ କର୍ତୁୃପକ୍ଷ (ଏଡିଆଇଏ)ର ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା, ପ୍ଲାଟିନମ୍ ଇନଭିକ୍ଟସ୍ ବି ୨୦୨୫ ଆରଏସସି ଲିମିଟେଡକୁ ପ୍ରାୟ ୨,୬୨୪ କୋଟି ଟଙ୍କାର ଅଗ୍ରାଧିକାର ପ୍ରଦାନ କୁ ଅନୁମୋଦନ କରାଯାଇଛି । ପ୍ରସ୍ତାବିତ ପ୍ରସଙ୍ଗଗୁଡ଼ିକ ଅଂଶୀଦାର ଏବଂ ନିୟାମକ ଅନୁମୋଦନ ଉପରେ ନିର୍ଭର କରୁଛି । ଗତ ଛଅ ବର୍ଷ ମଧ୍ୟରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଭିତିଭୂମି କେନ୍ଦ୍ରିତ ଡିଏଫଆଇରୁ ଏକ ଆଧୁନିକ, ପ୍ରଯୁକ୍ତି ଭିତିକ, ସର୍ବଭାରତୀୟ, ସାର୍ବଜନୀନ ବ୍ୟାଙ୍କ ରେ ପରିଣତ ହେବାରେ ସଫଳ ପରିବର୍ତନ ଆଣିଛି ।
ଏହି ସମୟ ମଧ୍ୟରେ ଜମା ପରିମାଣ ୬ ଗୁଣ, ଋଣ ଓ ଅଗ୍ରୀମ ଦ୍ୱିଗୁଣିତ ହୋଇଛି ଏବଂ ସିଏଏସଏ ଅନୁପାତ ୮.୭%ରୁ ୪୭.୭%କୁ ଯଥେଷ୍ଟ ଉନ୍ନତ ହୋଇଛି । ପିଏଟି ଆିର୍ଥକ ବର୍ଷ ୨୦୧୯ରେ ୧,୯୪୪ କୋଟି ଟଙ୍କାର କ୍ଷତିରୁ ୨୦୨୪ ଆôର୍ଥକ ବର୍ଷରେ ୨,୯୫୭ କୋଟି ଟଙ୍କା ଲାଭରେ ପହଂଚିଛି । ଏହି ପାଣ୍ଠି ସଂଗ୍ରହ ଦ୍ୱାରା ସାମଗ୍ରିକ ପୁଞ୍ଜି ପର୍ଯ୍ୟାପ୍ତତା ୧୬.୧%ରୁ ୧୮.୯%କୁ ବୃଦ୍ଧି ପାଇବ(ଡିସେମ୍ବର ୩୧, ୨୦୨୪ ସୁଦ୍ଧା ବ୍ୟାଙ୍କର ପୁଞ୍ଜି ସ୍ଥିତି କୁ ହିସାବ କଲେ, ସିଇଟି-୧ ଅନୁପାତଯ୧୬.୫%ରେ ରହିଛି), ଯାହା ବ୍ୟାଙ୍କର ବାଲାନ୍ସ ସିଟକୁ ସୁଦୃଢ଼ କରିବ ଏବଂ ଏହାକୁ ଏକ ସୁଦୃଢ଼ ଏବଂ ଆତ୍ମନିର୍ଭରଶୀଳ ଲାଭଜନକ ଅଭିବୃଦ୍ଧି ପାଇଁ ଅବସ୍ଥାପିତ କରିବ ।
ଏସମ୍ପର୍କରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭି ବୈଦ୍ୟନାଥନ କହିଛନ୍ତି ଯେ, “ୱାର୍ବର୍ଗ ପିଙ୍କସ କୁ ପୁଣି ପାଇବା ଏବଂ ଆମର ଅଂଶୀଦାର ଭାବରେ ଏଡିଆଇଏର ଏକ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥାକୁ ସ୍ୱାଗତ କରି ଆମେ ଉତ୍ସାହିତ । ଆମେ ଉଭୟଙ୍କୁ ଧନ୍ୟବାଦ ଜଣାଉଛୁ ଯେ ସେମାନେ ଆମ ଉପରେ ଏବଂ ଆମର ଭବିଷ୍ୟତ ଅଭିବୃଦ୍ଧି ଯୋଜନା ଉପରେ ବିଶ୍ୱାସ ରଖିଛନ୍ତି ଏବଂ ଅସ୍ଥିର ବୈଶ୍ୱିକ ପରିସ୍ଥିତିରେ ମଧ୍ୟ ଆମ ଉପରେ ପୁଞ୍ଜିନିବେଶ କରିଛନ୍ତି । ଆମର ବିଶ୍ୱାସ ଯେ କେବଳ ଗ୍ରାହକମାନଙ୍କ ଦ୍ୱାରା ପସନ୍ଦ କରାଯାଇଥିବା ଏକ ଶକ୍ତିଶାଳୀ, ସମ୍ମାନଜନକ ଫ୍ରାଂଚାଇଜ୍ ନିର୍ମାଣ କରି ଏବଂ ଦୃଢ଼ ୟୁନିଟ୍ ଅର୍ଥନୀତି ସମର୍ଥନରେ ଆମେ ଆମର ଅଂଶୀଦାରମାନଙ୍କୁ ସ୍ଥାୟୀ ଦୀର୍ଘମିଆଦୀ ରିଟର୍ଣ୍ଣ ପ୍ରଦାନ କରିବୁ ।”
ଏସିଆ ପ୍ରାଇଭେଟ ଇକ୍ୱିଟି ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ୱାର୍ବର୍ଗ ପିଙ୍କସର ଫାଇନାନ୍ସିଆଲ ସର୍ଭିସେସର ଗ୍ଲୋବାଲ କୋ-ହେଡ ବିଶାଲ ମହାଦେବିଆ କହିଛନ୍ତି ଯେ, “ଅଭିବୃଦ୍ଧିର ପରବର୍ତୀ ପର୍ଯ୍ୟାୟ ଏବଂ ସ୍ଥାୟୀ ଆରଓଇ ଉନ୍ନତିକରଣକୁ ସମର୍ଥନ କରିବା ପାଇଁ ଆମେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଟିମ୍ ପଛରେ ପୁନଃ ନିବେଶ କରିବାକୁ ନେଇ ଉତ୍ସାହିତ ।” ସେହିଭଳି ଏଡିଆଇଏର ଘରୋଇ ଇକ୍ୱିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମାଦ ଶାୱାନ ଅଲଧାହେରୀ କହିଛନ୍ତି, “ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ଏକ ଅଭିଜ୍ଞ ପରିଚାଳନା ଦଳ ସମର୍ଥିତ ଭାରତର ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଭାବରେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିଛି । ଏହି ପୁଞ୍ଜିନିବେଶର ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କର ନିରନ୍ତର ଅଭିବୃଦ୍ଧିକୁ ସମର୍ଥନ କରିବା, ଯାହା ଦ୍ୱାରା ଏହା ଦେଶରେ ଆର୍ଥିକ ଉତ୍ପାଦର ବଢୁଥିବା ଚାହିଦାକୁ ପୂରଣ କରିବାରେ ସକ୍ଷମ ହେବ ।”


Spread the love

Leave A Reply

Your email address will not be published.