ପ୍ରଜନନ ସମସ୍ୟାରେ ଠିକ ସମୟରେ ସଠିକ ଚିକିତ୍ସା ଦେଇପାରିବ ସଫଳତା

Spread the love

ଭୁବନେଶ୍ୱର : ଭୁବନେଶ୍ୱରର ଅନେକ ଦମ୍ପତିଙ୍କ ପାଇଁ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଗର୍ଭଧାରଣ ପାଇଁ କରାଯାଉଥିବା ପ୍ରୟାସ ଶେଷରେ ନିରାସା ଏବଂ ଅନିଶ୍ଚିତତାର କାରଣ ପାଲଟୁଛି । କମ ବୟସର ମହିଳାଙ୍କଠାରେ ଡିମ୍ବାଣୁ ଅଭାବ କିମ୍ବା ପୁରୁଷଙ୍କଠାରେ ଦୁର୍ବଳ ଶୁକ୍ରାଣୁ ଭଳି ପ୍ରଜନନ ସମସ୍ୟା ଆଜିକାଲି ଅତି ସାଧାରଣ ହୋଇଗଲାଣି । ଏହି କାରଣରୁ, ଚିକିତ୍ସା ସହିତ କିମ୍ବା ବିନା ଚିକିତ୍ସାରେ ମଧ୍ୟ ଲୋକଙ୍କ ପିତାମାତା ହେବାର ସ୍ୱପ୍ନ ପୂରଣ ହେବାରେ ବିଳମ୍ବ ହେଉଛି ।

ଏସମ୍ପର୍କରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ, ଭୁବନେଶ୍ୱରର କନସଲଟାଂଟ ଓ ସେଂଟର ମୁଖ୍ୟ ଡା. ଅମ୍ରିତ ନନ୍ଦା କହିଛନ୍ତି, “ଭୁବନେଶ୍ୱରରେ ଆମେ ବହୁମାତ୍ରାରେ କମ୍ ବୟସ୍କ ମହିଳାଙ୍କଠାରେ ଗର୍ଭାଶୟ ସଂରକ୍ଷଣ ହ୍ରାସ ପାଉଥିବା ଏବଂ ନିର୍ଦ୍ଧିଷ୍ଟ ଭାବେ ଦୁର୍ବଳ ଶୁକ୍ରାଣୁ ଗୁଣବତା ସହ ଜଡିତ ପୁରୁଷ ବନ୍ଧ୍ୟାପଣ ସଂଖ୍ୟାରେ ନିରନ୍ତର ବୃଦ୍ଧି ପରିଲକ୍ଷିତ କରୁଛୁ । ଅନେକ ଦମ୍ପତି ପ୍ରାୟତଃ ଆରମ୍ଭରେ ଏକ ବିସ୍ତୃତ ପ୍ରଜନନ ମୂଲ୍ୟାଙ୍କନ ନକରି ଅନେକ ମାସ କିମ୍ବା ବର୍ଷ ଧରି ଗର୍ଭଧାରଣ ପାଇଁ ପ୍ରୟାସ କରିବା ପରେ ଆମ ପାଖକୁ ଆସିଥାନ୍ତି ।”

ଅଧିକାଂଶ କ୍ଷେତ୍ରରେ ପ୍ରକୃତ ସମସ୍ୟା ଚିକିତ୍ସାର ଅଭାବ ନୁହେଁ, ବରଂ ରୋଗ ଚିହ୍ନଟ ହେବାରେ ବିଳମ୍ବ ଏବଂ ଅସମ୍ପୂର୍ଣ୍ଣ ଚିକିତ୍ସା ଅଟେ । ଯଦି ଠିକ ଭାବରେ ଯାଂଚ କରାନଯାଏ, ତେବେ ମହିଳାଙ୍କ ଡିମ୍ବାଶୟର ସାମାନ୍ୟ ଦୁର୍ବଳତା ଏବଂ ପୁରୁଷଙ୍କ ପ୍ରଜନନ ସମସ୍ୟା ସହଜରେ ଧରାପଡ଼େ ନାହିଁ । ଡାକ୍ତରୀ ଦୃଷ୍ଟିକୋଣରୁ ଦେଖିଲେ, ଠିକ୍ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା, ଉନ୍ନତ ଶୁକ୍ରାଣୁ ଯାଂଚ ଏବଂ ରୋଗୀ ଅନୁସାରେ ସଠିକ ଚିକିତ୍ସା ଯୋଜନା ପ୍ରସ୍ତୁତ କରିବା ଦ୍ୱାରା ସଫଳତାର ସମ୍ଭାବନା ଅନେକ ଗୁଣ ବଢ଼ିଯାଏ ।

ଆଜିକାଲିର ପ୍ରଜନନ ଚିକିତ୍ସାରେ ବାରମ୍ବାର ସମାନ ପ୍ରକ୍ରିୟା ଆପଣେଇବା ଅପେକ୍ଷା ସଠିକତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଯେତେବେଳେ ରୋଗୀର ଆବଶ୍ୟକତା ଅନୁଯାୟୀ ଠିକ ପରୀକ୍ଷା କରାଯାଏ ଏବଂ ଶୀଘ୍ର ଚିକିତ୍ସା ଆରମ୍ଭ ହୁଏ, ସେତେବେଳେ ଜଟିଳ ସମସ୍ୟାର ମଧ୍ୟ ସହଜରେ ସମାଧାନ ହୋଇପାରେ । ଏହାଦ୍ୱାରା ଦମ୍ପତିମାନଙ୍କୁ ସଫଳତାର ଏକ ସ୍ପଷ୍ଟ ରାସ୍ତା ଏବଂ ପ୍ରକୃତ ଆଶା ମିଳିଥାଏ ।” ବିଶେଷଜ୍ଞଙ୍କ ମତରେ ଶୀଘ୍ର ଏବଂ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ଦମ୍ପତିମାନେ ବାରମ୍ବାର ଚିକିତ୍ସା ବିଫଳ ହେବା କଷ୍ଟରୁ ବର୍ତି ପାରିବେ । ଏହାସହ ସେମାନେ ଅଧିକ ସ୍ପଷ୍ଟତା, ଆତ୍ମବିଶ୍ୱାସ ଏବଂ ବାସ୍ତବିକ ଆଶା ସହିତ ଆଗକୁ ବଢ଼ିପାରିବେ ।


Spread the love

Leave A Reply

Your email address will not be published.