ରାଜ୍ୟରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା

Spread the love

ଭୁବନେଶ୍ଵର,୧୦/୦୩:ଓଡ଼ିଶାରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ତଥ୍ୟ ବିଧାନସଭାରେ ସାମ୍ନାକୁ ଆସିଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ମୋଟ ୨୧୯୩ଟି କୁମ୍ଭୀର ରହିଛନ୍ତି। ଗତବର୍ଷ ସହିତ ତୁଳନା କଲେ କୁମ୍ଭୀରଙ୍କ ସଂଖ୍ୟାରେ ୪.୫୪ ପ୍ରତିଶତ ବୃଦ୍ଧି ହୋଇଛି।ସାତକୋଶିଆ ଓ ଟିକରପଡା ଅଞ୍ଚଳରେ ୬୫ଟି କୁମ୍ଭୀର ସହ ୨୨ଟି ଶାବକ ଥିବା ସୂଚନା ମିଳିଛି। ଏହା କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ସଫଳ ହେଉଥିବାର ସୂଚନା ଦେଉଛି।

ଏହା ସହ ଚଳିତ ବର୍ଷ ୨୦୨୫–୨୬ ଗଣନା ଅନୁଯାୟୀ ରାଜ୍ୟର ବିଭିନ୍ନ ଜଳାଶୟ ଓ ଅଭୟାରଣ୍ୟକୁ ମୋଟ ୨୪,୯୦,୯୮୬ଟି ପକ୍ଷୀ ଆସିଥିବା ତଥ୍ୟ ମଧ୍ୟ ଦିଆଯାଇଛି। ଏହି ବର୍ଷ ଗଣନାରେ କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀ ଚିହ୍ନଟ ହୋଇନଥିଲେ ମଧ୍ୟ କିଛି ନୂତନ ପକ୍ଷୀ ପ୍ରଜାତି ଚିହ୍ନଟ ହୋଇଛି।ଚିଲିକା ହ୍ରଦରେ ୨ଟି ନୂତନ ପକ୍ଷୀ ପ୍ରଜାତି ଓ ହୀରାକୁଦ ଜଳଭଣ୍ଡାରରେ ୫ଟି ନୂତନ ପକ୍ଷୀ ପ୍ରଜାତି ଚିହ୍ନଟ ହୋଇଥିବା ସୂଚନା ବିଧାନସଭାରେ ଦିଆଯାଇଛି।


Spread the love

Leave A Reply

Your email address will not be published.