ଭାରତୀୟ ସୁନା ଶିଳ୍ପ ପକ୍ଷରୁ ସ୍ୱଚ୍ଛତା ଓ ପାରଦର୍ଶିତା ପାଇଁ ସଂଘ ପ୍ରତିଷ୍ଠା

Spread the love

ଭୁବନେଶ୍ୱର: ଭାରତୀୟ ସୁନା ଶିଳ୍ପ ପକ୍ଷରୁ ଇଣ୍ଡିଆନ୍ ଆସୋସିଏଶନ ଫର୍ ଗୋଲ୍ଡ ଏକ୍ସିଲେନ୍ସ ଆଣ୍ଡ ଷ୍ଟାଣ୍ଡାର୍ଡସ (ଆଇଏଜିଇଏସ) ର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ହେଉଛି ଏକ ସେଲ୍ଫ-ରେଗୁଲେଟୋରୀ ଅର୍ଗାନାଇଜେଶନ (ଏସ୍‌ଆର୍‌ଓ) ଯାହା ଭାରତୀୟ ସୁନା ଶିଳ୍ପ ଦ୍ୱାରା, ଭାରତୀୟ ସୁନା ଶିଳ୍ପ ପାଇଁ ସ୍ଥାପନ କରାଯାଇଛି ଏବଂ ଏହା ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ ଦ୍ୱାରା ସମର୍ଥିତ । ସମଗ୍ର ଶିଳ୍ପ ମୂଲ୍ୟ ଶୃଙ୍ଖଳାରେ ଭାରତୀୟ ସୁନା ଶିଳ୍ପ ପାଇଁ ନିରପେକ୍ଷ, ସ୍ୱଚ୍ଛ ଏବଂ ସ୍ଥାୟୀ ଅଭ୍ୟାସ ଗ୍ରହଣ, ନିୟାମକ ଅନୁପାଳନ, ଆଚରଣ ବିଧି ପ୍ରତିଷ୍ଠା ଏବଂ ଏକ ଅଡିଟ୍ ଢାଂଚା ପ୍ରଚଳନ ମାଧ୍ୟମରେ ଭାରତୀୟ ସୁନା ଶିଳ୍ପ ଉପରେ ଉପଭୋକ୍ତାଙ୍କ ଆତ୍ମବିଶ୍ୱାସ ଏବଂ ବିଶ୍ୱାସ ବୃଦ୍ଧି କରିବାକୁ ଆଇଏଜିଇଏସ ଲକ୍ଷ୍ୟ ରଖିବ । ଏହା ବିଶ୍ୱ ଗୋଲ୍ଡ କାଉନସିଲର ରିଟେଲ ଗୋଲ୍ଡ ଇନଭେଷ୍ଟମେଂଟ ପ୍ରିନ୍ସିପାଲ୍ସ ଦ୍ୱାରା ଅନୁପ୍ରାଣିତ ହେବ । ଆଇଏଜିଇଏସ୍‌କୁ ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ (ଆଇବିଜେଏ), ଅଲ୍ ଇଣ୍ଡିଆ ଜେମ୍‌ସ ଆଣ୍ଡ ଜୁଏଲାରୀ କାଉନ୍ସିଲ ଅଫ୍ ଇଣ୍ଡିଆ (ଜିଜେସି) ଓ ଜେମ୍ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋଶନ କାଉନ୍ସିଲ (ଜିଜେଇପିସି) ସମେତ ରାଷ୍ଟ୍ରୀୟ ଶିଳ୍ପ ସଂଘଗୁଡିକ ଦ୍ୱାରା ଗଠନ କରାଯିବ । ଏହା ଦ୍ୱାରା ସୃଷ୍ଟି କରାଯାଇଥିବା ଆଚରଣ ବିଧି ଶିଳ୍ପର ସମସ୍ତଙ୍କ ପାଇଁ ଉପଲବ୍ଧ ହେବ, ତେବେ ଏହାର ଗ୍ରହଣୀୟତା ସମ୍ପୂର୍ଣ୍ଣ ସେଚ୍ଛାକୃତ ହେବ । ଆଇଏଜିଇଏସ୍‌ର ସଦସ୍ୟତା ପାଇଁ ପଞ୍ଜୀକରଣ ଖୁବ୍‌ଶୀଘ୍ର ଘୋଷଣା ହେବ ଏବଂ ଏହି ସଂଗଠନ ୨୦୨୫ ଆରମ୍ଭରୁ କାର୍ଯ୍ୟକ୍ଷମ ହେବ ।

ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ, ଇଣ୍ଡିଆର ଆଂଚଳିକ ସିଇଓ ସଚିନ ଜୈନ କହିଛନ୍ତି, “ଆଇଏଜିଇଏସ୍‌ର ଶୁଭାରମ୍ଭ ଭାରତୀୟ ସୁନା ଶିଳ୍ପ ପାଇଁ ବିଶ୍ୱାସ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ସ୍ୱ-ନିୟନ୍ତ୍ରଣ ହିତାଧିକାରୀଙ୍କୁ ଏକ ସ୍ଥାୟୀ ଓ ବିଶ୍ୱସନୀୟ ସୁନା ବଜାର ନିର୍ମାଣ କରିବା ପାଇଁ ସଶକ୍ତ କରିବାରେ ସାହାଯ୍ୟ କରିବ । ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲରେ ଆମେ ଆଇଏଜିଇଏସ୍‌କୁ ସହଯୋଗ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିଛୁ । ଏହା ଏକ ସ୍ୱତନ୍ତ୍ର ପଦକ୍ଷେପ ଏବଂ ଆନ୍ତର୍ଜାତୀୟ ସୁନା ଶିଳ୍ପ ଏହା ଉପରେ ନଜର ରଖିବ, ଏହା ଭାରତର ସୁନା ବଜାରକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରିବ ।” ସେହିଭଳି ଜେମ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋଶନ କାଉନ୍ସିଲ (ଜିଜେଇପିସି)ର ଅଧ୍ୟକ୍ଷ ବିପୁଲ ଶାହ କହିଛନ୍ତି, “ଆଇଏଜିଇଏସ୍‌ର ଗଠନ ଭାରତୀୟ ସୁନା ଶିଳ୍ପ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଅଟେ । ଏହା ନୈତିକତା, ସ୍ୱଚ୍ଛତା ଓ ସ୍ଥାୟିତ୍ୱର ସର୍ବୋଚ୍ଚ ମାନ ସ୍ଥାପନ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି ।
ଅଲ୍ ଇଣ୍ଡିଆ ଜେମ୍‌ସ ଆଣ୍ଡ ଜୁଏଲାରୀ କାଉନ୍ସିଲ ଅଫ୍ ଇଣ୍ଡିଆ (ଜିଜେସି)ର ଅଧ୍ୟକ୍ଷ ସୈୟାମ ମେହେରା କହିଛନ୍ତି, “ଆଇଏଜିଇଏସ୍ ନିଶ୍ଚିତ ରୂପେ ବର୍ତମାନର ଆବଶ୍ୟକତା ଅଟେ ଏବଂ ଏହି ସହଭାଗିତା ଭାରତରେ ସୁନା ଶିଳ୍ପ ମଧ୍ୟରେ ଉତ୍କର୍ଷତା ଓ ସ୍ୱଚ୍ଛତାର ମାନକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ପ୍ରତିନିଧିତ୍ୱ କରୁଛି ।”ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ (ଆଇବିଜେଏ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପୃଥ୍ୱୀରାଜ କୋଠାରୀ କହିଛନ୍ତି, “ଏକ ସ୍ୱ-ନିୟାମକୀୟ ସଂସ୍ଥାର ସ୍ଥାପନା ମାଧ୍ୟମରେ ଆମେ ଭାରତୀୟ ଜେମ୍ ଓ ଜୁଏଲାରୀ କ୍ଷେତ୍ରରେ ସରକାରୀ ସଂସ୍ଥା, ଉପଭୋକ୍ତା, ନିବେଶକ ଓ ଆନ୍ତର୍ଜାତୀୟ ସହଯୋଗୀଙ୍କ ମଧ୍ୟରେ ସକ୍ରିୟ ଭାବେ ବିଶ୍ୱାସ ଓ ଆତ୍ମବିଶ୍ୱାସକୁ ବିକଶିତ କରୁଛୁ ।”


Spread the love

Leave A Reply

Your email address will not be published.