ଭାରତର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଯାତ୍ରୀବାହୀ ଜାହାଜର ବାରାଣସୀରେ ବାଣିଜ୍ୟିକ ଶୁଭାରମ୍ଭ

Spread the love

ଭୁୁବନେଶ୍ୱର: ଫୋନପେ ୱେଲଥ ବ୍ରୋକିଂ ପ୍ରାଇଭେଟ ଲିମିଟେଡ (ଫୋନପେ ୱେଲଥ) ପକ୍ଷରୁ ମ୍ୟୁଚୁଆଲ ଫଣ୍ଡରେ ଏହାର ଦୈନିକ ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ) ଫିଚରର ଶୁଭାରମ୍ଭ କରାଯାଇଛି । ଏହା ୟୁଜରମାନଙ୍କୁ ଫୋନପେ ଆପ ମାଧ୍ୟମରେ ପ୍ରତିଦିନ ମାତ୍ର ଟ.୧୦ ଭଳି କମ୍ ରାଶିରୁ ସିଧାସଳଖ ବିନିଯୋଗ କରିବାକୁ ସକ୍ଷମ କରିବ । ଏହା ସମ୍ଭାବ୍ୟ ବିନିଯୋଗକାରୀମାନଙ୍କୁ ସେମାନଙ୍କର ଦୈନିକ ସଂଚୟକୁ ଅତି ସହଜରେ ବିନିଯୋଗରେ ପରିଣତ କରିବାକୁ ସଶକ୍ତ କରିବ ଏବଂ ଅଧିକ ସଂଖ୍ୟକ ଭାରତୀୟଙ୍କୁ ସମୟକ୍ରମେ ସମ୍ପତି ବୃଦ୍ଧି କରିବାରେ ସାହାଯ୍ୟ କରିବ । ଏହି ସୁବିଧା ସେହି ବ୍ୟକ୍ତିବିଶେଷଙ୍କ ପାଇଁ ବିଶେଷ ଲାଭଦାୟକ ଅଟେ, ଯେଉଁମାନଙ୍କର ରୋଜଗାର ଏବଂ ସଂଚୟ ଦୈନିକ ହୋଇଥାଏ । ଏହି ସୁବିଧା ସେମାନଙ୍କ ପାଇଁ ମ୍ୟୁଚୁଆଲ ଫଣ୍ଡ ବିନିଯୋଗକୁ ଅତ୍ୟନ୍ତ ସହଜ ଏବଂ ସୁଲଭ କରିଥାଏ, ଏବଂ ଏହା ହିଁ ସେମାନଙ୍କର ଆର୍ôଥକ ସମ୍ପତି ଗଠନ ଦିଗରେ ପ୍ରଥମ ପଦକ୍ଷେପ ।


ଏହି ଶୁଭାରମ୍ଭ ସମ୍ପର୍କରେ ଶେୟାର.ମାର୍କେଟ (ଫୋନପେ ୱେଲଥ)ର ଇନଭେଷ୍ଟମେଂଟ ପ୍ରଡକ୍ଟ ହେଡ ନୀଳେଶ ଡି. ନାୟକ କହିଛନ୍ତି, “ଦୈନିକ ଏସଆଇପି ସହିତ, ଆମେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ବିନିଯୋଗକୁ ଅଧିକ ଅଭ୍ୟାସଗତ କରୁଛୁ । ଦୈନିକ ବିନିଯୋଗ ମାଧ୍ୟମରେ, ବିନିଯୋଗକାରୀମାନେ ଟଙ୍କା-ଖର୍ଚ୍ଚ ହାରାହାରିରୁ ଉପକୃତ ହୁଅନ୍ତି, ଯାହା ସ୍ୱଳ୍ପକାଳୀନ ବଜାର ଅସ୍ଥିରତାକୁ ଦୂର କରିବାରେ ସାହାଯ୍ୟ କରେ । ପ୍ରତିଦିନ ମାତ୍ର ଟ.୧୦ ର ବିନିଯୋଗ ମଧ୍ୟ ଶୃଙ୍ଖଳିତ, ଦୀର୍ଘକାଳୀନ ବିନିଯୋଗକୁ ଉତ୍ସାହିତ କରିଥାଏ ଏବଂ ଦୀର୍ଘକାଳୀନ ସମ୍ପତି ସୃଷ୍ଟିରେ ସହାୟକ ହୋଇଥାଏ । ପ୍ରଡକ୍ଟ ସହିତ ଆମର ଲକ୍ଷ୍ୟ ହେଉଛି ବିନିଯୋଗକୁ ସରଳ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଦେଶର ଅଭିବୃଦ୍ଧି କାହାଣୀରେ ଅଂଶଗ୍ରହଣ କରିବାରେ ସାହାଯ୍ୟ କରିବା ।


ଦୈନିକ ଏସଆଇପି ମୁଖ୍ୟ ଫିଚରଗୁଡ଼ିକ ମଧ୍ୟରେ ରହିଛି ପ୍ରତିଦିନ ମାତ୍ର ସର୍ବନିମ୍ନ ଟ.୧୦ ରୁ ଆରମ୍ଭ କରି ଯେକୌଣସି ୟୁଜର ନିୟମିତ ଅବଦାନ ମାଧ୍ୟମରେ ସମ୍ପତି ଗଠନ ଆରମ୍ଭ କରିପାରିବେ । ନିୟମିତ ଏବଂ ସ୍ୱୟଂଚାଳିତ ଦୈନିକ ବିନିଯୋଗ ପାଇଁ ଫୋନପେ ଆପରେ ୟୁପିଆଇ (ୟୁନିଫାଇଡ ପେମେଂଟ ଇଂଟରଫେସ) ଅଟୋପେ ମାଧ୍ୟମରେ ତୁରନ୍ତ ଏକ ଦୈନିକ ଏସଆଇପି ଆରମ୍ଭ କରିପାରିବେ । ୟୁଜରମାନେ ଇକ୍ୱିଟି ଫଣ୍ଡ, ଗୋଲ୍ଡ ଫଣ୍ଡ, ମଲ୍ଟି-ଆସେଟ ଫଣ୍ଡ ଭଳି ବିଭିନ୍ନ ଶ୍ରେଣୀରୁ ମନୋନୀତ ମ୍ୟୁଚୁଆଲ ଫଣ୍ଡ ବାଛିପାରିବେ, ଯାହା ବିଭିନ୍ନ ପ୍ରକାରର ବିନିଯୋଗ ଆବଶ୍ୟକତା ଏବଂ ରିସ୍କ ଗ୍ରହଣ କରିବାର କ୍ଷମତା ପୂରଣ କରିବା ପାଇଁ ପରିକଳ୍ପିତ ହୋଇଛି । ଫୋନପେ ଆପ ବ୍ୟବହାର କରୁଥିବା ସମ୍ଭାବ୍ୟ ବିନିଯୋଗକାରୀମାନେ ସେମାନଙ୍କର ସୁବିଧା ଏବଂ ବ୍ୟକ୍ତିଗତ ବିନିଯୋଗ ଲକ୍ଷ୍ୟ ଆଧାରରେ ପରିମାଣକୁ ବୃଦ୍ଧି କିମ୍ବା ହ୍ରାସ କରି ସେମାନଙ୍କର ଅବଦାନକୁ କଷ୍ଟମାଇଜ କରିବାର ବିକଳ୍ପ ପାଇଛନ୍ତି । ଯଦି କୌଣସି ବିନିଯୋଗକାରୀ ଅନୁଭବ କରନ୍ତି ଯେ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନିଯୋଗ ଜାରି ରଖିପାରିବେ ନାହିଁ, ତେବେ ସେମାନେ ସହଜରେ ସେମାନଙ୍କର ଏସଆଇପି ବନ୍ଦ କରିଦେଇପାରିବେ ଏବଂ ବିନିଯୋଗ କରାଯାଇଥିବା ଅର୍ଥକୁ ବୃଦ୍ଧି ପାଇବାକୁ ଦେଇପାରିବେ ।

 


Spread the love

Leave A Reply

Your email address will not be published.