ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

Spread the love

ଭୁବନେଶ୍ୱର, ତା ୨୭.୧ : ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଇନ୍ଦିରାଗାନ୍ଧୀ ପାର୍କସ୍ଥିତ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ଏହାର ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏଥିରେ ୬ ବର୍ଷ ବୟସ୍କ ଛାତ୍ରଛାତ୍ରୀ ଶିବାଶିଷ କୁମାର (କାହ୍ନା) ଓ ଅନନ୍ୟା ଅନିନ୍ଦିତା (ସାରା) ମୁଖ୍ୟଅତିଥି ରୂପେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଆସୋସିଏସନର ଆବାହକ ତଥା କ୍ରୀଡ଼ା ସଂଗଠକ ଶକ୍ତି ରଞ୍ଜନ ମହାନ୍ତିି, ଅନ୍ୟତମ ଆବାହକ ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ସଚିବାଳୟ କର୍ମଚାରୀନେତା ତଥା ଆବାହକ ଚିତ୍ତରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା, ସ୍ୱାମୀ ନିତ୍ୟାନନ୍ଦ, ଆମ୍ବେଦକର ସମାଜସେବା ଆସୋସିଏସନ (ଆଶା)ର ସଭାପତି ମୁରଲୀଧର ଦାସ, ନିଳୟ ଘୋଷ, ପ୍ରବୀର ଦାସ, ବିକ୍ରମ ପାତ୍ର, ସାମ୍ବାଦିକ ଉମେଶ ରାୟ ଓ ରମେଶ ଚନ୍ଦ୍ର ମହାନ୍ତି, ଗୋବିନ୍ଦ ଦାସ, ପ୍ରମୋଦ ଚରଣ ପ୍ରହରାଜ, ଗଗନ ବିହାରୀ ମହାନ୍ତି, ସିଦ୍ଧାର୍ଥ ସାମଲ, ବିରଞ୍ôଚ ପାତ୍ର, ପ୍ରଭାକର ମଲ୍ଲିକ, ସୁରେନ୍ଦ୍ର ପଣ୍ଡା, ମୋହନ ପ୍ରଧାନ, ପ୍ରାଣପ୍ରିୟ ପାଢୀ, ସୁଶାନ୍ତ ଦାସ, ଅନନ୍ତ ସାମଲ, ବିଭୂତି ଭୂଷଣ ପତି, ଜିତେନ୍ଦ୍ର କର, ଚିନ୍ମୟ ସାମନ୍ତରାୟ, ଦିଲ୍ଲୀପ କୁମାର ପାଢୀ, ଅଶୋକ ଦାସ, ବିମଳେନ୍ଦୁ ମହାନ୍ତି, ତାପସ ପଣ୍ଡା, ଲିପନ ସାହୁ, ଦେବେନ୍ଦ୍ର ଛୋଟରାୟ, ଏ.ଏମ୍‌. ଜମାନ, ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଶତାଧିକ ମର୍ଣ୍ଣିଂ ୱାକର୍ସ ଯୋଗଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିବା ସହିତ ଜାତୀୟ ସଙ୍ଗୀତ ଗାନ କରିବା ସହିତ ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଆଦି ଧ୍ୱନିମାନ ଦେଇଥିଲେ।


Spread the love

Leave A Reply

Your email address will not be published.