ଇନ୍‌ଫୋସିସ ଫାଉଣ୍ଡେଶନ ପକ୍ଷରୁ ଆରୋହଣ ସୋସିଆଲ ଇନୋଭେଶନ ଆୱାର୍ଡସର ୪ର୍ଥ ସଂସ୍କରଣର ଘୋଷଣା

Spread the love

ଭୁବନେଶ୍ୱର : ଇନ୍‌ଫୋସିସର ଜନହିତକାରୀ ଓ ସିଏସ୍‌ଆର ଶାଖା ଇନଫୋସିସ ଫାଉଣ୍ଡେଶନ ପକ୍ଷରୁ ଏହାର ଆରୋହଣ ସୋସିଆଲ ଇନୋଭେଶନ ଆୱାର୍ଡସର ୪ର୍ଥ ସଂସ୍କରଣର ଶୁଭାରମ୍ଭ ଘୋଷଣା କରାଯାଇଛି । ଭାରତରେ ସାମାଜିକ ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ପ୍ରତି ଏହାର ପ୍ରତିଶ୍ରୁତିବଦ୍ଧତାକୁ ବଜାୟ ରଖି ଇନ୍‌ଫୋସିସ୍ ଫାଉଣ୍ଡେଶନ ଦେଶବ୍ୟାପୀ ଉଦ୍ଭାବନକାରୀ ଓ ସାମାଜିକ ଉଦ୍ୟୋଗୀମାନଙ୍କୁ ଏହି ଆୱାର୍ଡରେ ଅଂଶଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରିଛି । ଆରୋହଣ ସୋସିଆଲ ଇନୋଭେଶନ ଆୱାର୍ଡସ୍ ୨୦୨୫, ଭାରତ ଓ ବ୍ୟାପକ ସ୍ତରରେ ବଂଚିତ ସମୁଦାୟଗୁଡିକ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିବା ପାଇଁ ସ୍ୱତନ୍ତ୍ର ଟେକ୍ନୋଲୋଜି-ଆଧାରିତ ସମାଧାନ ବିକଶିତ କରିଥିବା ବ୍ୟକ୍ତିବିଶେଷ, ଟିମ, ଏନ୍‌ଜିଓ ଓ ସାମାଜିକ ଉଦ୍ୟୋଗଗୁଡିକୁ ସ୍ୱୀକୃତି ଓ ପୁରସ୍କୃତ କରିବାକୁ ଲକ୍ଷ୍ୟ ରଖିଛି । ଇନ୍‌ଫୋସିସ ଫାଉଣ୍ଡେଶନ ମୋଟ ୨ କୋଟି ଟଙ୍କାର ପୁରସ୍କାର ରାଶି ସହିତ ପ୍ରତ୍ୟେକ ବିଜେତାଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି ।

ଏସମ୍ପର୍କରେ ଇନ୍‌ଫୋସିସ ଫାଉଣ୍ଡେଶନର ଟ୍ରଷ୍ଟି ସୁମିତ ବିରମାନି କହିଛନ୍ତି, “ଆରୋହଣ ସୋସିଆଲ ଇନୋଭେଶନ ଆୱାର୍ଡସ ମାଧ୍ୟମରେ ଆମେ ପରିବର୍ତନକାରୀଙ୍କୁ ଚିହ୍ନଟ ଓ ସମର୍ଥନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ ଯେଉଁମାନେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପରିବେଶ ସ୍ଥାୟିତ୍ୱ କ୍ଷେତ୍ରରେ ପ୍ରଭାବଶାଳୀ ସମାଧାନଗୁଡିକୁ ପରିଚାଳନା କରୁଛନ୍ତି । ଆମେ ଭାରତର ସାମାଜିକ ଉଦ୍ଭାବନକାରୀଙ୍କୁ ଆଗକୁ ବଢିବା, ନିଜର ବିଚାରଗୁଡିକୁ ବାଂଟିବା ଓ ଏକ ବାସ୍ତବ ପରିବର୍ତନ ସୃଷ୍ଟି କରିବା ପାଇଁ ପ୍ରୋତ୍ସାହିତ କରୁଛୁ ।”

ଆରୋହଣ ସୋସିଆଲ ଇନୋଭେଶନ ଆୱାର୍ଡସର ୪ର୍ଥ ସଂସ୍କରଣ ପାଇଁ ଦାଖଲ ପ୍ରକ୍ରିୟା ଏପ୍ରିଲ ୨୪ ତାରିଖ ୨୦୨୫ରୁ ଆରମ୍ଭ ହେବ ଏବଂ ଜୁନ ୧୫ ତାରିଖ, ୨୦୨୫ରେ ଶେଷ ହେବ । ଭାରତରେ ବାସ କରୁଥିବା ୧୮ ବର୍ଷ ଓ ତାହାଠାରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକମାନେ ଆବେଦନ ଦାଖଲ କରିପାରିବେ । ଅଂଶଗ୍ରହଣକାରୀମାନେ ନିଜର କାର୍ଯ୍ୟକୁ ବର୍ଣ୍ଣନା କରୁଥିବା ଆବେଦନକୁ ଭିଡିଓ ଆକାରରେ ଦାଖଲ କରିପାରିବେ ଯାହାକୁ ଆରୋହନ ସୋସିଆଲ ଇନୋଭେଶନ ଆୱାର୍ଡସ ୱେବ୍‌ସାଇଟରେ ଅପ୍‌ଲୋଡ କରାଯାଇପାରିବ । ଆବେଦନଗୁଡିକ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରୋଟୋଟାଇପ କିମ୍ବା ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ହୋଇଥିବା ଉଚିତ ଏବଂ କେବଳ ଏକ ଧାରଣା, ବିଚାର କିମ୍ବା ମକ୍‌ଅପ ହୋଇନଥିବା ଉଚିତ ।

 


Spread the love

Leave A Reply

Your email address will not be published.