ଭୁବନେଶ୍ୱରରେ ଇନଷ୍ଟାମାର୍ଟ ବ୍ୟବସାୟରେ ୪୬୫% ବୃଦ୍ଧି

Spread the love

ଭୁବନେଶ୍ୱର : ଭାରତର ଅଗ୍ରଣୀ ବାଣିଜ୍ୟ ପ୍ଲାଟଫର୍ମ ଇନଷ୍ଟାମାର୍ଟ ତାହାର ବାର୍ଷିକ ରିପୋର୍ଟ “ହାଓ ଇଣ୍ଡିଆ ଇନଷ୍ଟାମାର୍ଟେଡ୍ ୨୦୨୫”ପ୍ରକାଶ କରିଛି । ଏହି ରିପୋର୍ଟ ରୁ ଜଣାଡିଛି ଯେ ଭୁବନେଶ୍ୱରବାସୀ ଏବେ ଭାରତର ସୁବିଧାଜନକ ବାଣିଜ୍ୟ ପରିବର୍ତନରେ ସବୁଠାରୁ ଆଗୁଆ । ସହରରେ ଅର୍ଡରରେ ପ୍ରାୟ ୪୬୫% ବୃଦ୍ଧି ଘଟିଛି ।
ଉକ୍ତ ରିପୋର୍ଟ ସମ୍ପର୍କରେ ସ୍ୱିଗିର ଚିଫ୍ ବିଜନେସ୍ ଅଫିସର ହରି କୁମାର ଜି କହିଛନ୍ତି –“ଦ୍ରୁତ ବାଣିଜ୍ୟ ଏବେ କେବଳ ସୁବିଧା ନୁହେଁ, ଆଧୁନିକ ଭାରତୀୟଙ୍କ ଜୀବନଶୈଳୀର ଏକ ମୁଖ୍ୟ ଅଂଶ ହୋଇଗଲାଣି । ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀରୁ ପ୍ରିମିୟମ୍ କ୍ରୟ ପର୍ଯ୍ୟନ୍ତ, ଇନଷ୍ଟାମାର୍ଟ ଏବେ ଲୋକଙ୍କର ଅତି ବିଶ୍ୱସ୍ତ ହୋଇପାରିଛି ।”
ସହରର କ୍ରେତାମାନଙ୍କର ଖର୍ଚ୍ଚରେ ପରମ୍ପରା ଓ ଆଧୁନିକତାର ଦୁଇଟି ମିଶ୍ରଣ ଦେଖିବାକୁ ମିଳିଛି । ଜଣେ ଗ୍ରାହକ ଆଇଫୋନ ପାଇଁ ୭.୩୪ ଲକ୍ଷ ଟଙ୍କା ବ୍ୟୟ କରିଥିବାବେଳେ ସେହିଭଳି ଅନ୍ୟ ଜଣେ ବର୍ଷସାରା ୪.୨୩ ଲକ୍ଷ ଟଙ୍କାର ଆଳୁ କିଣିଥିଲେ । ଯାହାକି ପ୍ରମାଣ କରୁଛି ଯେ ଭୁବନେଶ୍ୱରରେ ଟେକ୍ ଓ ତରକାରୀ ଦୁହେଁ ୧୦ ମିନିଟ୍‌ରେ ଗ୍ରାହକଙ୍କ ଘରେ ପଂହଚୁଛି । ସେହିଭଳି ମୃଦୁ ପାନୀୟ ଥିଲା ଅନ୍ୟତମ, ଯେଉଁଥିରେ ଜଣେ ସର୍ବାଧିକ ୬ ଲକ୍ଷ ଟଙ୍କା ବ୍ୟୟ କରିଥିଲେ । ତାଙ୍କର ସର୍ବାଧିକ ଅର୍ଡର ମୃଦୁ ପାନୀୟ ଥିଲା । କିନ୍ତୁ ବେଳେବେଳେ କେତେକ ଗ୍ରାହକ ୧୩,୪୨୮ ମୂଲ୍ୟର ଇୟରବଡ୍ ମଧ୍ୟ ଅର୍ଡର କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ ଭୁବନେଶ୍ୱରର କ୍ରେତାମାନେ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ସହିତ ପ୍ରିମିୟମ୍ ଜୀବନଶୈଳୀ କ୍ରୟକୁ ସୁଗମ ଭାବରେ ଆପଣାଇ ନେଉଛନ୍ତି ।
ଆଂଚଳିକ ପ୍ରିୟ ଖାଦ୍ୟରେ ସିମେଇ, ସୋରିଷ ଏବଂ କରି ପାଉଡର ପାଂଟ୍ରି ମୁଖ୍ୟ ଭାବରେ ଉଭା ହୋଇଛି । ଏହା ପ୍ରମାଣ କରୁଛି ଯେ ଘର-କା-ସ୍ୱାଦ ସର୍ବଦା ଜିତିଥାଏ । ଭୁବନେଶ୍ୱରବାସୀ ଶୀଘ୍ର ଉଠିବାକୁ ଓ କିଣାକିଣି କରିବାକୁ ପସନ୍ଦ କରନ୍ତି । ପାର୍ବଣ ଓ ପାରିବାରୀକ ଉତ୍ସବ ଅବସରରେ ମଧ୍ୟ ଇନଷ୍ଟାମାର୍ଟ ଲୋକଙ୍କର ପ୍ରଥମ ପସନ୍ଦ । ଦୁର୍ଗା ପୂଜା ସମୟରେ ସହର ମୃଦୁ ପାନୀୟ, ଆଇସକ୍ରିମ ଓ ମାରି ବିସ୍କୁଟ ଅଧିକ ଅର୍ଡ଼ରକରି ପାଳନ କରିଥିଲା ।ସହରରେ ଅର୍ଡର ହୋଇଥିବା ଅନ୍ୟାନ୍ୟ ଶ୍ରେଷ୍ଠ ସାମଗ୍ରୀରେ ଇଅରବଡ୍‌, ଘଂଟା ଓ ଲେଗୋ ସେଟ୍ ମଧ୍ୟ ଥିଲା । ଏହା ସ୍ପଷ୍ଟ କରୁଛି ଯେ ଇନଷ୍ଟାମାର୍ଟ କେବଳ ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ପାଇଁ ନୁହେଁ; ଏହା ଉପହାର, ଭୋଗ ଓ ବିଶେଷ ଅବସର ପାଇଁ ମଧ୍ୟ ଏକ ବିଶ୍ୱସ୍ତ ସହଭାଗୀ ।


Spread the love

Leave A Reply

Your email address will not be published.