Jammu and Kashmir: ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ 4.8

Spread the love


ଭୁବନେଶ୍ୱର,୦୨/୦୨: ଆଜି ସକାଳେ (Jammu and Kashmir)ଜାମ୍ମୁ-କାଶ୍ମୀରରେ ଭୂକମ୍ପ(Earthquake)ର ଝଟକା ଅନୁଭୂତ ହୋଇଛି। କାଶ୍ମୀର ଭାଲି ସହିତ ବାରମୁଲ୍ଲା ଅଞ୍ଚଳରେ ଝଟକା ଲାଗିବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ।

Also Read : ବଜେଟ୍ ୨୦୨୬: ଭାରତକୁ ବିଶ୍ୱ ବାୟୋଫାର୍ମା ହବ୍ କରିବାକୁ ୧୦ ହଜାର କୋଟିର ବଡ଼ ଘୋଷଣା

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ୨ ଫେବୃଆରୀ ୨୦୨୬ ସକାଳ ୫ଟା ୩୫ମିନିଟ୍‌ରେ ଏହି ଭୂକମ୍ପ ଘଟିଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରେକର୍ଡ କରାଯାଇଛି ଓ କେନ୍ଦ୍ର ବଡଗାଓଁ ଅଞ୍ଚଳରେ, ପୃଥିବୀ ପୃଷ୍ଠ ଠାରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିଲା।

ସୌଭାଗ୍ୟବଶତଃ, ଏପର୍ଯ୍ୟନ୍ତ କୌଣସି ଧନ-ଜୀବନ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଏହା ସହ ଆଣ୍ଡମାନ-ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

Also Read : Budget 2026 ଦେଲା ବିକାଶର ଗତି: ସ୍ୱାସ୍ଥ୍ୟ ପାଇଁ ୩ AIIMS, ରେଳ ପାଇଁ ୭ କରିଡର୍


Spread the love

Leave A Reply

Your email address will not be published.