୪୦ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

Spread the love

ଭୁବନେଶ୍ଵର,୧୨/୦୩:ରାଜ୍ୟରେ ଦିନକୁ ଦିନ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଅନେକ ସ୍ଥାନରେ ତାପମାତ୍ରା ଉର୍ଦ୍ଧ୍ୱଗାମୀ ହେଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଦେଖାଯାଉଛି।

ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ରେକର୍ଡ ହୋଇଛି। ଏଠାରେ ସର୍ବାଧିକ ୪୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବାରୁ ଲୋକମାନେ ଅସହ୍ୟ ଗରମର ସମ୍ମୁଖୀନ ହେଉଛନ୍ତି।ସେହିପରି ହୀରାକୁଦରେ ୩୯.୨ ଡିଗ୍ରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଅଞ୍ଚଳରେ ମଧ୍ୟ ତାତିର ପ୍ରଭାବ ଦେଖାଯାଇଛି। ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ତାପମାତ୍ରା ଦିନକୁ ଦିନ ବଢ଼ୁଥିବାରୁ ଦିବାବେଳେ ରାସ୍ତାଘାଟ ଓ ବଜାର ଅଞ୍ଚଳରେ ଲୋକଙ୍କ ଭିଡ଼ କମିଥିବା ଦେଖାଯାଉଛି। ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି।ପାଣିପାଗ ବିଭାଗ ମଧ୍ୟ ସୂଚନା ଦେଇଛି ଆଗାମୀ ୭ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ସହ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିବ ।ତେଣୁ ଏହି ପରିସ୍ଥିତିରେ ଦିନେ ଅତ୍ୟାବଶ୍ୟକ କାମ ଛାଡ଼ି ବାହାରକୁ ନଯିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ଗରମରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ….


Spread the love

Leave A Reply

Your email address will not be published.