ଏନସିଭିଇଟିର ସ୍ୱୀକୃତି: ଦେଶର ପ୍ରଥମ ବହୁମୁଖୀ ବୃହତ ଉଦ୍ୟୋଗ ଭାବେ ଜିନ୍ଦଲ ଷ୍ଟିଲକୁ ମିଳିଲା ଦକ୍ଷତା ପ୍ରମାଣପତ୍ର ପ୍ରଦାନର ମାନ୍ୟତା

Spread the love

ନୂଆଦିଲ୍ଲୀ : ଦେଶର ପ୍ରଥମ ବୃହତ ବହୁମୁଖୀ ଉଦ୍ୟୋଗ ତଥା ପ୍ରଥମ ସମନ୍ୱିତ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ, ସାର୍ଟିଫିକେଟ ପ୍ରଦାନକାରୀ ସଂସ୍ଥା (ଆଓ୍ୱାର୍ଡିଂ ବଡି) ଭାବେ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି)ର ସ୍ୱୀକୃତି ହାସଲ କରି ନୂଆ ମାନକ ପ୍ରତିଷ୍ଠା କରିଛି। ଏହି ସ୍ୱୀକୃତି ଦେଶବ୍ୟାପୀ ଧନ୍ଦାମୂଳକ ଶିକ୍ଷା ଏବଂ କୌଶଳ ମାନଦଣ୍ଡକୁ ଉନ୍ନତ କରିବାରେ କମ୍ପାନୀର ନେତୃତ୍ୱକୁ ପ୍ରଦର୍ଶିତ କରିବା, ଏହି ସଫତା ଭାରତୀୟ ଇସ୍ପାତ ଏବଂ ଭିତ୍ତିଭୂମି କ୍ଷେତ୍ରରେ କମ୍ପାନୀର ପ୍ରମୁଖ ଭୂମିକାକୁ ରେଖାଙ୍କିତ କରୁଛି । ଏନସିଭିଇଟି ଓ ଜିନ୍ଦଲ ଷ୍ଟିଲ ମଧ୍ୟରେ ହୋଇଥିବା ବୁଝମଣା ଅନୁସାରେ, କମ୍ପାନିକୁ ‘ଲାର୍ଜ ଇଣ୍ଡିଆନ୍ ଏଣ୍ଟର୍ପ୍ରାଇଜ୍/ଏମ୍ଏନସି’ ଶ୍ରେଣୀରେ ସମଗ୍ର ଦେଶରେ ସାର୍ଟିଫିକେଟ ପ୍ରଦାନକାରୀ ସଂସ୍ଥା ଭାବେ ଅଧିକାର ପ୍ରଦାନ କରାଯାଇଛି।

ଶିଳ୍ପ ସମନ୍ୱିତ ମାନକ ପ୍ରସ୍ତୁତି ଓ କାର୍ଯ୍ୟକାରୀ କରିବା, ସଂଗଠିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ଭବିଷ୍ୟତର କାର୍ଯ୍ୟଶକ୍ତିର ତ୍ୱରିତ ବିକାଶ ପାଇଁ ଏହି ସ୍ୱୀକୃତି ଜିନ୍ଦଲ ଷ୍ଟିଲକୁ ସକ୍ଷମ କରିଛି। ଏହି ଚୁକ୍ତି ନିଶ୍ଚିତ କରେ ଯେ, ସମସ୍ତ ପ୍ରଶିକ୍ଷଣ ମାନକ ଓ ଯୋଗ୍ୟତାଗୁଡିକ ଭାରତର ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅଧୀନରେ ନ୍ୟାସନାଲ କ୍ରେଡ଼ିଟ ଫ୍ରେମଓ୍ୱର୍କ ଅନୁଯାୟୀ କ୍ରେଡିଟ୍ ଭାବରେ ସ୍ୱୀକୃତ ହେବ।”

ଏହି ସ୍ୱୀକୃତି ବ୍ୟବହାରିକ, ବହୁକ୍ଷେତ୍ରୀୟ ଫଳାଫଳ-ଭିତ୍ତିକ ଦକ୍ଷତା ମାଧ୍ୟମରେ ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ । ଏହା ରାଷ୍ଟ୍ର-ନିର୍ମାଣ, ଦକ୍ଷତା ବିକାଶ ଏବଂ ସବୁଜ ଶକ୍ତି ଏବଂ ଆଧୁନିକ ଭିତ୍ତିଭୂମି ଆଡ଼କୁ ଭାରତର ପରିବର୍ତ୍ତନ ପ୍ରତି ଜିନ୍ଦଲ ଷ୍ଟିଲର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଏହି ଫ୍ରେମୱାର୍କ ଅଧୀନରେ ଜାରି ହେଉଥିବା ସମସ୍ତ ପ୍ରମାଣପତ୍ର ବର୍ଦ୍ଧିତ ବିଶ୍ୱସନୀୟତା ଏବଂ ବିଶ୍ୱବ୍ୟାପୀ ପୋର୍ଟେବିଲିଟି ବହନ କରିବ, ଯାହା ବିଭିନ୍ନ କ୍ଷେତ୍ରରେ କ୍ୟାରିଅର ଗତିଶୀଳତାକୁ ସୁଦୃଢ଼ କରିବ ।

“ଏନସିଭଇଟି ଦ୍ୱାରା ‘ଆଓ୍ୱାର୍ଡିଂ ବଡି’ ଭାବେ ସ୍ୱୀକୃତି ମିଳିବା ଆମ ପାଇଁ ଏକ ବଡ଼ ଦାୟିତ୍ୱ, ଏହାକୁ ଆମେ ଅତି ଗମ୍ଭୀରତାର ସହ ଗ୍ରହଣ କରୁଛୁ। ଏହା ଶିକ୍ଷା ଏବଂ ତାଲିମରେ ଶିଳ୍ପ ମାନଦଣ୍ଡକୁ ସାମିଲ କରିବାର ସୁଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ଯୁବ ଭାରତୀୟମାନେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ଜରୁରୀ ଜ୍ଞାନ ଓ ଶୃଙ୍ଖଳା ଜ୍ଞାନ ହାସଲ କରି ଏକ ମଜଭୁତ ଦେଶ ଗଠନରେ ଯୋଗଦାନ କରିପାରିବେ”, କହିଛନ୍ତି ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ।


Spread the love

Leave A Reply

Your email address will not be published.