ଟ୍ରାଇ ପରୀକ୍ଷଣରେ ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୩୩୩.୪୭ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

Spread the love

ବ୍ରହ୍ମପୁର : ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ଫଳାଫଳରେ, ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ବ୍ରହ୍ମପୁର ସହରର ବ୍ୟସ୍ତବହୁଳ ହଟସ୍ପଟ୍‌ଗୁଡ଼ିକରେ ସର୍ବାଧିକ ୩୩୩.୪୭ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ ସହିତ ଏହାର ୫ଜି ନେଟୱାର୍କ ଉତ୍କର୍ଷତା ପ୍ରମାଣିତ କରିଛି। ଜିଓର ନେଟୱାର୍କ ଶ୍ରେଷ୍ଠତାର ପ୍ରମାଣ ସ୍ୱରୂପ ଏହାର ୫ଜି ଡାଉନଲୋଡ଼ ସ୍ପିଡ଼ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅପରେଟର ତୁଳନାରେ ଦୁଇଗୁଣରୁ ଅଧିକ ରହିଥିବା, ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଛି।

ଟ୍ରାଇ ପକ୍ଷରୁ ବ୍ରହ୍ମପୁର ସହରର ୮ଟି ବ୍ୟସ୍ତବହୁଳ ହଟସ୍ପଟ୍‌ରେ ବାସ୍ତବ ନେଟୱାର୍କ ସ୍ଥିତିର ମୂଲ୍ୟାଙ୍କନ କରାଯାଇଥିଲା, ଯାହା ମଧ୍ୟରେ ବ୍ରହ୍ମପୁର ନୂଆ ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ, ସରକାରୀ ବିଜ୍ଞାନ କଲେଜ ଛତ୍ରପୁର, ଏମକେସିଜି ମେଡିକାଲ କଲେଜ ପରିସର, ମ୍ୟୁନିସିପାଲ୍ କର୍ପୋରେସନ୍ ଅଫିସ୍ ବ୍ରହ୍ମପୁର, ରକ୍ ଗାର୍ଡେନ୍ ବ୍ରହ୍ମପୁର, ଆରଟିଓ ଅଫିସ୍ ଛତ୍ରପୁର ଏବଂ ବ୍ରହ୍ମପୁର ସହରର ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅନ୍ତର୍ଭୁକ୍ତ ରହିଥିଲା। ଏହି ପରୀକ୍ଷଣରେ, ଜିଓ ସର୍ବାଧିକ ୩୩୩.୪୭ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ସହିତ ଆଗରେ ରହିଥିବା ବେଳେ ଏହା ପଛକୁ ଏୟାରଟେଲ ୧୪୮.୦୯ ଏମବିପିଏସ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

ଟ୍ରାଇର ନିୟମିତ ସେବା ଗୁଣବତ୍ତା (କ୍ୟୁଓଏସ) ମୂଲ୍ୟାଙ୍କନର ଏକ ଅଂଶ ଭାବରେ ୨୦୨୫ ଡିସେମ୍ବର ୧୬ ରୁ ୧୮ ତାରିଖ ମଧ୍ୟରେ, ବ୍ରହ୍ମପୁର ସହର ଏବଂ ନିକଟସ୍ଥ ଅଞ୍ଚଳଗୁଡ଼ିକରେ ୩୬୦ କିଲୋମିଟର ବ୍ରହ୍ମପୁର ସହର ଡ୍ରାଇଭ୍ ପରୀକ୍ଷା, ୪.୧ କିଲୋମିଟର ଚାଲିବା ପରୀକ୍ଷା ଏବଂ ୮ଟି ହଟସ୍ପଟ୍ ସ୍ଥାନରେ ନେଟୱାର୍କ ଗୁଣବତ୍ତା ପରୀକ୍ଷଣ କରାଯାଇଥିଲା।

ଆଉ ଏକ ପ୍ରମୁଖ ନେଟୱାର୍କ କାର୍ଯ୍ୟଦକ୍ଷତା ସୂଚକରେ ବେଶ ଆଗରେ ରହି ଜିଓ ଉଲ୍ଲେଖନୀୟ ଭାବରେ ୨୪.୭୧ ମିଲି ସେକେଣ୍ଡରୁ କମ୍ ଲାଟେନ୍ସି ରେକର୍ଡ କରିଛି, ଯାହା ନିରବଛିନ୍ନ ଭିଡିଓ କଲ୍ ଏବଂ ଗେମିଂ ଅଭିଜ୍ଞତା ପାଇଁ ଏହାର ନେଟୱାର୍କ ଶ୍ରେଷ୍ଠତାକୁ ଦର୍ଶାଉଛି।

ଟ୍ରାଇ ଦ୍ୱାରା ବ୍ରହ୍ମପୁର ସହର ଏବଂ ନିକଟବର୍ତ୍ତୀ ଅଞ୍ଚଳ, ଗୋପାଳପୁର ବେଳାଭୂମି ଏବଂ ଜନଗହଳିପୂର୍ଣ୍ଣ ବ୍ରହ୍ମପୁର ରେଳ ଷ୍ଟେସନରେ କରାଯାଇଥିବା ପରୀକ୍ଷଣରେ ଜିଓ ସର୍ବାଧିକ ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ ସହିତ ଶୀର୍ଷରେ ରହିଛି, ଯାହା ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଦୁଇଗୁଣା ରହିଛି। ରିଲାଏନ୍ସ ଜିଓ ଏହାର ନେଟୱାର୍କର ଉତ୍କର୍ଷତା ପ୍ରମାଣିତ କରି ସର୍ବାଧିକ ୨୪୨.୮୩ ଏମବିପିଏସ ସାମଗ୍ରିକ ଡାଟା ଡାଉନଲୋଡ୍ ସ୍ପିଡ୍ ରେକର୍ଡ କରିଥିବା ବେଳେ ଏହା ପଛକୁ ଏୟାରଟେଲ୍ ୧୦୬.୧୫ ଏମବିପିଏସ, ଭୋଡାଫୋନ ଆଇଡ଼ିଆ ୨୦.୩୧ ଏମବିପିଏସ ଏବଂ ବିଏସଏନଏଲ ୧୦.୫୫ ଏମବିପିଏସ ଡାଉନଲୋଡ଼ ସ୍ପିଡ଼ ହାସଲ କରିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଜିଓ ମଧ୍ୟ ୧୭.୫୪ ଏମବିପିଏସର ଦୃଢ଼ ସାମଗ୍ରିକ ଅପଲୋଡ୍ ସ୍ପିଡ୍ ବଜାୟ ରଖିଛି।

ଏହାର ସ୍ଥିର ଓ ଉନ୍ନତ ନେଟୱାର୍କ କାର୍ଯ୍ୟଦକ୍ଷତା ସହିତ, ରିଲାଏନ୍ସ ଜିଓ ଡିଜିଟାଲ୍ ଇଣ୍ଡିଆର ସୁଫଳକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣର ନିକଟତର କରି ଭଏସ୍ ସ୍ପଷ୍ଟତା, କମ୍ ଲାଟେନ୍ସି ଏବଂ ଅଲ୍ଟ୍ରା-ଫାଷ୍ଟ ମୋବାଇଲ୍ ଡାଟା ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଚାଲିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ ଜିଓ ଓଡ଼ିଶାରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଏବଂ ନଭେମ୍ବର ୨୦୨୫ ସୁଦ୍ଧା ଏହାର ବିସ୍ତୃତ ୪ଜି ଏବଂ ୫ଜି ନେଟୱାର୍କରେ ରାଜ୍ୟରେ ୧.୭୧ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୬.୬୬ ଲକ୍ଷରୁ ଅଧିକ ଜିଓଫାଇବର ଓ ଜିଓଏୟାରଫାଇବର ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଅଛନ୍ତି। ଏହାର ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଦୃଢ଼ ଭିତ୍ତିଭୂମି ଏବଂ ଗ୍ରାହକ-ସର୍ବପ୍ରଥମ ନୀତି ଦ୍ୱାରା ପରିଚାଳିତ, ଜିଓ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଓଡ଼ିଶାର ଡିଜିଟାଲ୍ ପରିବର୍ତ୍ତନକୁ ଆଗକୁ ବଢାଇବାରେ ଯୋଗଦାନ ଜାରିରଖିଛି।

ସହରାଞ୍ଚଳ, ପ୍ରତିଷ୍ଠାନଗତ ହଟସ୍ପଟ୍, ଗ୍ରାମାଞ୍ଚଳ ଆବାସିକ ଅଞ୍ଚଳ ଭଳି ବିବିଧ ବ୍ୟବହାର ପରିବେଶରେ ବାସ୍ତବ ନେଟୱାର୍କ କାର୍ଯ୍ୟଦକ୍ଷତାକୁ ଆକଳନ କରିବା ପାଇଁ ଟ୍ରାଇର ହାଇଦ୍ରାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟଳୟର ତତ୍ତ୍ୱାବଧାନରେ ଏହି ବିସ୍ତୃତ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ କରାଯାଇଥିଲା। ଟ୍ରାଇ ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରରେ ମୂଲ୍ୟାଙ୍କନରେ ନିକଟସ୍ଥ ରାଲାବା, ଗୋଲନ୍ଥରା, ଗିରିସୋଲା, ଚିକିଟି, ବେଣ୍ଡାଲିଆ, ପଥରା, ଛତ୍ରପୁର, ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ହୁମା, ଖଣ୍ଡାଦେଉଳି, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ବରଗାମ, ବୁରୁପଡ଼ା, ଶେରଗଡ଼, ପଟ୍ଟାପୁର, ଦିଗପହଣ୍ଡି ଇତ୍ୟାଦି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଥିଲା। ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ଗୋପାଳପୁର ବେଳାଭୂମିରେ ଚାଲି ଚାଲି ନେଟୱାର୍କ ଗୁଣବତ୍ତା ପରୀକ୍ଷଣ କରାଯାଇଥିଲା।


Spread the love

Leave A Reply

Your email address will not be published.