କେବି କାଚ୍‌ରୁ ଏଚ୍‌ଏଆଇର ଅଧ୍ୟକ୍ଷ ନିଯୁକ୍ତ

Spread the love

ଭୁବନେଶ୍ୱର :  ରାଡିସନ ହୋଟେଲ ଗ୍ରୁପ୍‌, ଦକ୍ଷିଣ ଏସିଆର ଅଧ୍ୟକ୍ଷ ଥିବା କେବି କାଚ୍‌ରୁଙ୍କୁ ହୋଟେଲ ଆସୋସିଏଶନ ଅଫ୍ ଇିଆ (ଏଚ୍‌ଏଆଇ) ପକ୍ଷରୁ ଦୁଇ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି । ନୂଆଦିଲ୍ଲୀର  ଦ ପାର୍କଠାରେ ଗତ ମାର୍ଚ୍ଚ ୧୮ ତାରିଖରେ ଏଚ୍‌ଏଆଇର ୨୭ତମ ଏଜିଏମ୍ ପରେ ଆୟୋଜିତ ସଂଘର ସଫଳ ୧୦୦ତମ ଇସି ବୈଠକରେ ଏହି ଘୋଷଣା କରାଯାଇଛି ।  ଶ୍ରୀଯୁକ୍ତ କାଚ୍‌ରୁ, ଆଇଏଚ୍‌ସିଏଲ୍‌ର ପରିଚାଳନା ର୍ନିେଶକ ଓ ସିଇଓ ପୁନିତ ଚଟ୍‌ୱାଲଙ୍କଠାରୁ ଏହି ପଦଭାର ଗ୍ରହଣ କରିବେ । ଏଚ୍‌ଏଆଇର ଏକ୍‌ଜିକ୍ୟୁଟିଭ କମିଟି (ଇସି) ପକ୍ଷରୁ ଆଇଏଚ୍‌ସିଏଲ୍‌ର ପରିଚାଳନା ବିଭାଗର କାର୍ଯ୍ୟକାରୀ ଉପାଧ୍ୟକ୍ଷ ରୋହିତ ଖୋସ୍‌ଲାଙ୍କୁ ସମାନ ଅବଧି ପାଇଁ ଏଚ୍‌ଏଆଇର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।
ଭାରତୀୟ ଆତିଥ୍ୟ କ୍ଷେତ୍ରର କେନ୍ଦ୍ରୀୟ ସଂସ୍ଥା ହୋଟେଲ ଆସୋସିଏଶନ ଅଫ୍ ଇିଆ (ଏଚ୍‌ଏଆଇ) , ସ୍ୱସ୍ତି ପ୍ରିମିୟମ ଲିମିଟେଡର ଏମ୍‌ଡି ଡଃ ଜେକେ ମହାନ୍ତିଙ୍କୁ ଏଚ୍‌ଏଆଇର  ସମ୍ମାନିତ ସଚିବ ଏବଂ ଚାଲେଟ୍ ହୋଟେଲ୍ସ ଲିମିଟେଡର ଏମ୍‌ଡି ଓ ସିଇଓ ସଞ୍ଜୟ ସେଠୀଙ୍କୁ ଏଚ୍‌ଏଆଇର ସମ୍ମାନିତ ଟ୍ରେଜରର୍ ଭାବେ ଦୁଇ ବର୍ଷ ପାଇଁ ନିଯୁକ୍ତ କରିଛି । ନୂଆ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଓ ଟିମ୍‌କୁ ଶୁଭେଚ୍ଛା ଜଣାଇ  ଏଚ୍‌ଏଆଇର ସାଧାରଣ ସଚିବ ଏମ୍‌ବି ବେଜବରୁଆ କମିଟିର ବିଦାୟୀ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା କେବି କାଚ୍‌ରୁ କହିଥିଲେ, କୋଭିଡ-୧୯ ସମୟରେ ଏଚ୍‌ଏଆଇ ଅନ୍ୟାନ୍ୟ ଶିଳ୍ପ ଶାଖାଗୁଡିକ ସହ ସହଭାଗିତା କରିଥିଲା, ଏକ ଆକ୍ରମଣାତ୍ମକ ଯୋଜନା ଅନୁସରଣ କରିଥିଲା ଯେଉଁଥିରେ ଏକ ମାଗାଜିନ, ନ୍ୟୁଜ୍‌ଲେଟର ଲଂଚ୍ କରିବା ଓ ବ୍ୟାପକ ପହଂଚ ପାଇଁ ସକ୍ରିୟ ଭାବେ ମିଡିଆ ସହ ନିୟୋଜିତ ହେବା ଆଦି ସାମିଲ ଥିଲା ।  ସେହିପରି ଉପାଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ଶ୍ରଯୁକ୍ତ ରୋହିତ ଖୋସ୍‌ଲା କହିଛନ୍ତି, ଗତ ଦୁଇ ବର୍ଷ ମଧ୍ୟରେ ଏଚ୍‌ଏଆଇ ଶ୍ରୀଯୁକ୍ତ ଚଟ୍‌ୱାଲଙ୍କ ଚମତ୍କାର ନେତୃତ୍ୱ ଅଧିନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ଆମେ ଶ୍ରୀଯୁକ୍ତ କାଚ୍‌ରୁଙ୍‌କ ନେତୃତ୍ୱ ଅଧିନରେ ଏକ ନୂତନ ଯାତ୍ରା ଆରମ୍ଭ କରୁଥିବାରୁ ଆମେ ଏହି ବିରାସତକୁ ଆଗକୁ ବଢାଇବା ଓ ସଂଘକୁ ପରବର୍ତୀ ସ୍ତରକୁ ନେଇ ଏଚ୍‌ଏଆଇ ପାଇଁ ନୂଆ ବେଂଚ୍‌ମାର୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ।


Spread the love

Leave A Reply

Your email address will not be published.