ଭୁବନେଶ୍ୱର : ମୌସୁମୀ ଋତୁ ସମୟରେ ରୋଗ ପ୍ରତିରୋଧକ ଶକ୍ତିର ମହତ୍ୱ ସମ୍ପର୍କରେ ସଚେତନା ବୃଦ୍ଧି କରିବା ପାଇଁ ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ସହିତ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି । ଡାବର ଚୱନପ୍ରାଶର ମୁଖ୍ୟ ଉପାଦାନ ହେଉଛି ଅଁଳା (ଇଣ୍ଡିଆନ ଗୁସ୍ବେରୀ) ଯାହା ଏହାର ରୋଗ ପ୍ରତିରୋଧକ ଶକ୍ତି ନିର୍ମାଣକାରୀ ଗୁଣ ପାଇଁ ସୁପରିଚିତ ଅଟେ । ଅନ୍ୟ ସାମଗ୍ରୀଗୁଡିକ ମଧ୍ୟରେ ଗୁଡୁଚି, ପିପ୍ପଳୀ, କଂଟାକାରି, କାକଡାସିଙ୍ଗୀ, ଭୁମ୍ୟାମାଲାକି, ବାସାକା, ପୁଷ୍କରମୂଳ, ପ୍ରିସ୍ନିପାରନି, ଶାଲପାରନି ଇତ୍ୟାଦି, ଯାହା ସାଧାରଣ ସଂକ୍ରମଣ ଓ ଶ୍ୱାସନଳୀର ଆଲର୍ଜିକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ସାମଗ୍ରୀଗୁଡିକର ଏକ ମିଶ୍ରଣ ଚୱନପ୍ରାଶକୁ ମୌସୁମୀ ଋତୁରେ ଉତମ ସ୍ୱାସ୍ଥ୍ୟ ପାଇଁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିବା ଲାଗି ଜଡିବୁଟିଗୁଡିକର ଏକ ଉପଯୁକ୍ତ ମିଶ୍ରଣ କରିଥାଏ ।
ଏସମ୍ପର୍କରେ ଡକ୍ଟର ପ୍ରସନଜିତ କହିଛନ୍ତି, “ଚୱନପ୍ରାଶ ଏକ ସୁପରିଚିତ ଆୟୁର୍ବେଦିକ ପଦ୍ଧତି ଅଟେ, ଯାହାକୁ ଅନେକ ଦଶନ୍ଧି ହେବ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଓ ସଂକ୍ରମଣ ବିରୋଧରେ ପ୍ରତିରୋଧ ପ୍ରଦାନ କରିବା ପାଇଁ ବ୍ୟବହାର କରାଯାଇଆସୁଛି । ଏକ ପ୍ରାଚୀନ ପଦ୍ଧତି ଉପରେ ଆଧାରିତ ଡାବର ଚୱନପ୍ରାଶ ହେଉଛି ଏକ ଆୟୁର୍ବେଦିକ ସପ୍ଲିମେଂଟ, ଯାହାକୁ ବିଭିନ୍ନ ହର୍ବ ଓ ମିନେରାଲ ସହିତ ପ୍ରସ୍ତୁତ କରାଯାଇଛି । ଡାବର ଚୱନପ୍ରାଶ ଏହାର ଇମ୍ୟୁନୋମଡ୍ୟୁଲେଟୋରୀ ପ୍ରଭାବ ମାଧ୍ୟମରେ ବିଭିନ୍ନ ପ୍ରକାରର ରୋଗକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ । ଡାବର ପକ୍ଷରୁ ବିଭିନ୍ନ କ୍ଲିନିକାଲ ଓ ପ୍ରିକ୍ଲିନିକାଲ ଷ୍ଟଡିର ପରିଚାଳନା କରାଯାଇଛି ଯାହା ରୋଗ ପ୍ରତିରୋଧକ ଶକ୍ତି, ଋତୁକାଳିନ ପ୍ରଭାବ, ଶ୍ୱାସନଳୀରେ ଆଲର୍ଜି ଓ ସଂକ୍ରମଣ ଆଦି ଉପରେ ଚୱନପ୍ରାଶର ଉପକାରୀ ପ୍ରଭାବକୁ ନିଶ୍ଚିତ କରିଛି । ଡାବର ଚୱନପ୍ରାଶ ଜୀବାଣୁ ବିରୋଧରେ ଲଢିବାରେ ସାହାଯ୍ୟ କରୁଥିବା ଡେଂଟ୍ରିକ ସେଲ, ଏନକେ ସେଲ ଓ ମାକ୍ରୋଫେଜଗୁଡିକୁ ସକ୍ରିୟ କରିବାରେ ସହଯୋଗ କରିଥାଏ ।”
ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଓଝା କହିଛନ୍ତି, “ଚୱନପ୍ରାଶ ତ୍ରିଦୋଷ ‘ବାତ, ପିତ ଓ କଫ’କୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ, ଯାହା ପ୍ରାଚୀନ ଆୟୁର୍ବେଦିକ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି । ତେଣୁ ଏହାକୁ ଦୈନନ୍ଦିନ ଆହାରରେ ସାମିଲ କରିବା ଆବଶ୍ୟକ । ”
ଏସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡର ହେଲ୍ଥ ସପ୍ଲିମେଂଟ୍ସ ବିଭାଗର ମାର୍କେଟିଂ ହେଡ ଅମିତ ଗର୍ଗ କହିଛନ୍ତି, “ଆୟୁର୍ବେଦର ସମୃଦ୍ଧ ଐତିହ୍ୟ ଓ ପ୍ରକୃତିର ଗଭୀର ଜ୍ଞାନ ସହିତ ଡାବର ସବୁବେଳେ ପ୍ରମାଣିତ ଆୟୁର୍ବେଦ ପୁସ୍ତକ ଗ୍ରନ୍ଥ ମାଧ୍ୟମରେ ସମସ୍ତଙ୍କ ପାଇଁ ସୁରକ୍ଷିତ, ମୂଲ୍ୟ ସାପେକ୍ଷ ଓ ପ୍ରଭାବୀ ସ୍ୱାସ୍ଥ୍ୟ ଯତ୍ନ ଉପରେ ଗୁରୁତ୍ୱ ଦେଇଆସୁଛି । ଆମର ଉତ୍ପାଦ ମାଧ୍ୟମରେ ଆମେ ବର୍ତମାନ ଭାରତରେ ବିଭିନ୍ନ ପ୍ରକାରର ରୋଗଗୁଡିକର ମୁକାବିଲା କରିବା ପାଇଁ ପ୍ରୟାସ କରୁଛୁ । ଭାରତରେ ଲୋକମାନେ ହର୍ବାଲ ଓ ବଟାନିକାଲ ଏକ୍ସଟ୍ରାକ୍ଟକୁ ସେଗୁଡିକର ପ୍ରାକୃତିକ ଉପାଦାନ କାରଣରୁ ଔଷଧ ରୂପେ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି । ଡାବର ଚୱନପ୍ରାଶ ହେଉଛି ଏକ ଫର୍ମୁଲେଶନ ଯାହାକୁ ଆୟୁର୍ବେଦର ପ୍ରାଚୀନ ଭାରତୀୟ ଜ୍ଞାନ ଓ ଆଧୁନିକ ବିଜ୍ଞାନ ସହିତ ପ୍ରସ୍ତୁତ କରାଯାଇଛି । ଏହି ଉତ୍ପାଦ ନିଜକୁ ଦୈନନ୍ଦିନ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏକ ଉପଯୁକ୍ତ ମାଧ୍ୟମ ଅଟେ ।”