ମାରି ରେଳ ଟ୍ରାକ୍‌ରେ ଫିଙ୍ଗିଦେଲେ

Spread the love

ଭୁବନେଶ୍ଵର,୦୩/୦୩:ଲିଙ୍ଗରାଜ ଷ୍ଟେସନର ଟ୍ରାକରୁ ବିଲଡରଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କଲା ଜିଆରପି ପୋଲିସ ।ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ।ମୃତ ଯୁବକ ଜଣକ ହେଉଛନ୍ତି ଏୟାର ଫିଲଡ ଥାନା ବୋତଣ୍ଡା ଅଂଚଳର ମୁରଲୀ ଧର ବେହେରା।ଗତକାଲି ବିଳମ୍ବିତ ରାତିରେ ଟ୍ରାକରୁ ତାଙ୍କ ମୃତଦେହ ଉଦ୍ଧାର ପରେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେ ୨ ଦିନ ତଳେ ୧୫ଲକ୍ଷ ଟଙ୍କା ପାଇଥିଲେ । ଟଙ୍କା ହଡ଼ପ ପାଇଁ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହା ହତ୍ୟା ନା ଜୀବନ ହାରିଛନ୍ତି ସେନେଇ ପୋଲିସର ତଦନ୍ତ ଆରମ୍ଭ । ସିସିଟିଭି ଓ ଅନ୍ୟାନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟ ଆଧାରରେ ତଦନ୍ତ ଚଳାଇଛି ପୋଲିସ ।


Spread the love

Leave A Reply

Your email address will not be published.