କିସ୍‌ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିଜର ରିଟେଲ ପାର୍ଟନରଙ୍କ ପାଇଁ ଏକ ବ୍ୟବସାୟିକ ବୈଠକ

Spread the love

ଭୁବନେଶ୍ୱର: ହରି କ୍ରିଷ୍ଣା ଗ୍ରୁପ୍‌ର କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ସମ୍ମାନିତ ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ ବୈଠକର ଆୟୋଜନ କରାଯାଇଥିଲା । ଏହି ଏକତ୍ରିକରଣର ପ୍ରାଥମିକ ଲକ୍ଷ୍ୟ ଥିଲା ଦେଶବ୍ୟାପୀ କିସ୍‌ନା ଏକ୍ସକ୍ଲୁସିଭ ଶୋରୁମଗୁଡିକୁ ପ୍ରଭାବୀ ରୂପେ ବିସ୍ତାର କରିବାର ଲକ୍ଷ୍ୟ ସହିତ ସାମ୍ପ୍ରତିକ ଶିଳ୍ପ ଧାରା ଉପରେ ପ୍ରଭାବୀ ଆଲୋଚନାକୁ ସୁଗମ କରିବା ଏବଂ ନିଜର ଉତ୍ସର୍ଗୀକୃତ ଓ ଦୀର୍ଘଦିନର ବ୍ୟବସାୟ ସହଯୋଗୀମାନଙ୍କ ସହ ସହଭାଗିତାକୁ ମଜବୁତ କରିବା ।
ଭୁବନେଶ୍ୱରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଘନଶ୍ୟାମ ଢୋଲକିଆ ଯୋଗ ଦେଇଥିଲେ । ପ୍ରତିନିଧିମାନେ ଗ୍ରାହକ ସନ୍ତୁଷ୍ଟିକରଣ ବୃଦ୍ଧି କରିବା ପାଇଁ ବଜାର ତଥ୍ୟ, ବ୍ୟବସାୟ ଅଭିବୃଦ୍ଧି ରଣନୀତି ଓ ପଦ୍ଧତିଗୁଡିକୁ ଅନୁସନ୍ଧାନ କରିଥିଲେ । ଏହି ଆଲୋଚନା ଅଭିନବ କିସ୍‌ନା ସପ୍‌-ଇନ୍‌-ସପ୍ ବ୍ରାଣ୍ଡ କର୍ଣ୍ଣନରଗୁଡିକୁ ହାଇଲାଇଟ କରିଥିଲା ଏବଂ କିସ୍‌ନାର ଆକର୍ଷଣୀୟ ଡିଜାଇନ ଓ ନିର୍ମାଣ ଶକ୍ତିକୁ ପ୍ରଦର୍ଶିତ କରିଥିଲା, ଯାହା ନିଜ ଗ୍ରାହକଙ୍କୁ ସ୍ୱତନ୍ତ୍ର ଅଳଙ୍କାର ପ୍ରଦାନ କରିବା ପ୍ରତି କିସ୍‌ନାର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଉଛି ।
ଏସମ୍ପର୍କରେ ହରି କ୍ରିଷ୍ଣା ଗ୍ରୁପ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଘନଶ୍ୟାମ ଢୋଲକିଆ କହିଛନ୍ତି, “ଭୁବନେଶ୍ୱରର ଜୀବନ୍ତ ବ୍ୟବସାୟିକ ପରିବେଶ ସୁଯୋଗରେ ଭରି ରହିଛି ଏବଂ ଆମର ରିଟେଲ ପାର୍ଟନରମାନଙ୍କ ସହ ସଂଯୋଜିତ ହେବା ଖୁବ୍ ଚମତ୍କାର ଅଟେ ଯିଏ ଏହି ଉଲ୍ଲେଖନୀୟ ବଜାରରେ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି । ଆମର ଉପସ୍ଥିତିକୁ ବିସ୍ତାର କରିବା ଏବଂ ଗୁଣବତା ପ୍ରତି ଆମର ପ୍ରତିବଦ୍ଧତାକୁ ବଜାୟ ରଖିବା ପାଇଁ ଆମର ସାମଗ୍ରିକ ପ୍ରୟାସ ଜରୁରୀ ଅଟେ, ଯାହା ଶିଳ୍ପରେ ନିରନ୍ତର ନେତୃତ୍ୱ ଓ ଉନ୍ନତ ଗ୍ରାହକ ସନ୍ତୁଷ୍ଟି ପାଇଁ ମଂଚ ପ୍ରସ୍ତୁତ କରୁଛି ।”
ହରି କ୍ରିଷ୍ଣା ଗ୍ରୁପ୍‌ର କିସ୍‌ନା ହେଉଛି ଏକ ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡ ଯାହାକୁ ୨୦୦୫ରେ ସ୍ଥାପନ କରାଯାଇଥିଲା ଏବଂ ଏହା ଦେଶବ୍ୟାପୀ ୩୦୦୦+ ରିଟେଲରଙ୍କୁ ସେବା ପ୍ରଦାନ କରୁଛି, ଯାହା ଏହାକୁ ଭାରତରେ ଅନ୍ୟତମ ସର୍ବାଧିକ ବିସ୍ତୃତ ଡିଷ୍ଟ୍ରିବ୍ୟୁଟେଡ ଡାଇମଣ୍ଡ ଜୁଏଲାରୀ ବ୍ରାଣ୍ଡ ଭାବେ ସ୍ଥାପିତ କରିଛି । କିସ୍‌ନା ଏହାର ଫ୍ରାଂଚାଇଜି ମଡେଲଗୁଡିକ ମାଧ୍ୟମରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ କରିଛି, ଅଧିକ ବିକାଶ ସହିତ ଦେଶବ୍ୟାପୀ ୨୯ଟି ସ୍ୱତନ୍ତ୍ର ବ୍ରାଣ୍ଡେଡ୍ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରିଛି ।

 


Spread the love

Leave A Reply

Your email address will not be published.