ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ

Spread the love

ପୁରୀ,୧୪/୦୩:ପୁଣି ଚର୍ଚ୍ଚାରେ ଶ୍ରୀ ଜଗନ୍ନାଥ ମନ୍ଦିର । ଗତକାଲି ହଠାତ୍ ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଶତାଧିକ ଚିଲ ଉଡୁଥିବା ଦେଖାଯାଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନାନା ଆଶଙ୍କା ସୃଷ୍ଟି ହୋଇଛି। କେହି ଏହାକୁ ଅଶୁଭ ସଙ୍କେତ ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ ସାଧାରଣ ପ୍ରାକୃତିକ ଘଟଣା ବୋଲି ମତ ଦେଇଛନ୍ତି।

ପୂର୍ବରୁ ମଧ୍ୟ ପତିତପାବନ ବାନା ଉପରେ ଚିଲ ବସିବା ଓ ବାନା ଛିଣ୍ଡିଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ତଥାପି ଏହାର ପ୍ରଭାବ ଶ୍ରୀମନ୍ଦିରର ନୀତିକାନ୍ତି ଉପରେ ପଡ଼ିନଥିବା ସୂଚନା ମିଳିଛି।
ଯଦିଓ ପ୍ରଶାସନ କିମ୍ବା ବିଶେଷଜ୍ଞମାନେ ଏନେଇ କୌଣସି ମତ ଦେଇନାହାନ୍ତି ତଥାପି ଏହି ଘଟଣାକୁ କେହି ମଧ୍ୟପ୍ରାଚ୍ୟ ଚାଲୁଥିବା ଯୁଦ୍ଧ ପରିସ୍ଥିତି ସହ ଯୋଡ଼ି ଥିବାର ଦେଖିବାକୁ ମିଳିଛି ।


Spread the love

Leave A Reply

Your email address will not be published.