ଭୁବନେଶ୍ୱର, ୧୧ ଜାନୁଆରୀ ୨୦୨୬: ଦ୍ୱାଦଶ Kalinga Literary Festival (କେଏଲଏଫ) ୨୦୨୬ର ୪ର୍ଥ ଓ ଶେଷ ଦିନ ସାହିତ୍ୟ, ସାମ୍ବାଦିକତା, ଦର୍ଶନ, କବିତା, ସିନେମା ଓ ସାଂସ୍କୃତିକ ଆଲୋଚନାର ଏକ ସମୃଦ୍ଧ ସଙ୍ଗମ ଭାବେ ଉନ୍ମୋଚିତ ହୋଇଛି, ଯାହା ଭୁବନେଶ୍ୱରର ମେଫେୟାର କନ୍ଭେନଶନଠାରେ ଏହି ଚାରି ଦିବସୀୟ ଆନ୍ତର୍ଜାତୀୟ ସାହିତ୍ୟ ଉତ୍ସବକୁ ଏକ ବୌଦ୍ଧିକ ରୂପେ ପରିପୂର୍ଣ୍ଣ ଅନ୍ତରେ ପହଂଚାଇଛି ।
୪ର୍ଥ ଦିନ ଏକାଧିକ ସ୍ଥାନରେ ପରିବ୍ୟାପ୍ତ ଅଧିବେଶନଗୁଡିକର ଏକ ବିବିଧ ଶୃଙ୍ଖଳା ପରିଲକ୍ଷିତ କରିଥିଲା, ଯାହା ଦର୍ଶକଙ୍କୁ ପରମ୍ପରାକୁ ଆଧୁନିକ ଚିନ୍ତାଧାରା ସହ ସଂଯୋଗ କରୁଥିବା ଆଲୋଚନାଗୁଡିକରେ ନିୟୋଜିତ ରଖିଥିଲା । ପ୍ରତିଷ୍ଠିତ ଲେଖକ, ସାମ୍ବାଦିକ କୂଟନୀତିଜ୍ଞ, କବି, ଚିନ୍ତନକାରୀ, କଳାକାର ଓ ସାଂସ୍କୃତିକ ସମାଲୋଚକମାନେ ସାହିତ୍ୟଠାରୁ ଆରମ୍ଭ କରି ଶାସନ, ମିଡିଆ, ବ୍ୟଙ୍ଗ, ପ୍ରତିରୋଧୀ ଭାବେ କବିତା, ସିନେମାର ସାହିତ୍ୟିକ ପ୍ରଭାବ ଓ ଭାରତର ସଭ୍ୟତା ସହ ଜଡିତ କାହାଣୀ ଭଳି ବିଷୟବସ୍ତୁଗୁଡିକୁ ଅନ୍ୱେଷର କରିଥିଲେ ।

ଏହି ଦିନ ଅମିତ ରୁତୁରାଜ, କିରଣ କୁମାର ମହାନ୍ତି, ଦେବପ୍ରସାଦ ଦାସ ଓ ଚିତରଞ୍ଜନ ନାୟକ ଅନ୍ତର୍ଭୁକ୍ତ ଥିବା ‘ପ୍ରହସନ ଓ ଓଡିଆ ସାହିତ୍ୟ’ ନାମ ନିୟୋଜିତ ଅଧିବେଶନ, ଚିନ୍ମୟ ହୋତାଙ୍କ ସହ ବିଭୂ ଆଚାର୍ଯ୍ୟଙ୍କ ‘ହ୍ୟୁମର ଇନ ମିଡିଆ: ରିଥିଙ୍କିଙ୍ଗ କାର୍ଟୁନସ’ ପ୍ରସଙ୍ଗରେ ଆଲୋଚନା; ‘ଲାଇଫ ଆଣ୍ଡ ଟାଇମ୍ସ ଅଫ୍ ଏ ଜର୍ଣ୍ଣାଲିଷ୍ଟ’ ବିଷୟବସ୍ତୁ ଉପରେ ବରିଷ୍ଠ ସାମ୍ବାଦିକ ଚିତ୍ରା ସୁବ୍ରମଣ୍ୟମଙ୍କର ସତିଶ ପଦ୍ମନାଭନଙ୍କ ସହ ଆଲୋଚନା ଏବଂ ନିତେଶ୍ୱର କୁମାରଙ୍କ ଦ୍ୱାରା ‘ହମାରା ଗୀତ ଜମାନା ଗାୟେଗା’ ନାମକ ଏକ ସ୍ୱତନ୍ତ୍ର ସଙ୍ଗୀତ-ସାହିତ୍ୟ ଅଧିବେଶନ ଆଦି ସହିତ ଆରମ୍ଭ ହୋଇଥିଲା ।
ସକାଳର ଆଲୋଚନାଗୁଡିକରେ ‘ହୃଦୟେ ଶବ୍ଦ ହୃଦ କୁ ଛୁଏଁ- ମ୍ୟୁଜିକ ଆଣ୍ଡ ଲିଟ୍ରେଚର’ ବିଷୟବସ୍ତୁ ଉପରେ ଆଲୋଚନା ସାମିଲ ଥିଲା ଯେଉଁଥିରେ ବିଜୟ ମଲ୍ଲ, ପଂଚାନନ ନାୟକ, ଶ୍ରୀକାନ୍ତ ଗୌତମ, ସରତ ନାୟକ ଓ ରତିକାନ୍ତ ଶତପଥୀ ଆଦି ଅନ୍ତର୍ଭୁକ୍ତ ଥିଲେ, ସେହିପରି ‘ନେପାଳି ଲିଟେରାରୀ ଜର୍ଣ୍ଣିସ୍ ଆକ୍ରସ ସାଉଥ ଏସିଆ’ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଯେଉଁଥିରେ ବିରାଟ ଅନୁପମଙ୍କ ଦ୍ୱାରା ସଂଯୋଜନାରେ ଧୀରେନ୍ଦ୍ର ପ୍ରେମରିଷି, କେୱରା ଭଟ୍ଟରେ, ରଞ୍ଜନା ନିରୌଲା, ରୁପା ଝା ଓ ସୁମନ ବର୍ଷା ସାମିଲ ଥିଲେ । ଏଥିସହିତ ସାହିତ୍ୟ, ଥିଏଟର ଓ ସିନେମା ପ୍ରସଙ୍ଗରେ ଏକ ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଥିରେ ଡଃ ସୁବୋଧ ପଟ୍ଟନାୟକ, ବିୟାତ ପ୍ରଜ୍ଞା ତ୍ରିପାଠି ଓ ଡଃ ଗୌରହରୀ ଦାସ ସାମିଲ ଥିଲେ । ଆଚାର୍ଯ୍ୟ ପ୍ରଶାନ୍ତଙ୍କ ଦ୍ୱାରା ଭାରତୀୟ ଦର୍ଶନ, ପରମ୍ପରା ଓ ୟୁବା ପ୍ରସଙ୍ଗରେ ଏକ ଅଧିବେଶନ ଓ ଇଂଟର ସ୍କୁଲ ଡ଼ିବେଟ କମ୍ପିଟିଶନର ଆୟୋଜନ ହୋଇଥିଲା ।

୪ର୍ଥ ଦିନର ଏକ ବଡ ହାଇଲାଇଟ ଥିଲା ‘ପୋଏଟ୍ରି ଆଜ ରେଜିଷ୍ଟାନ୍ସ, ଫିକ୍ସନ ଆଜ ଫ୍ରିଡମ’ ଯେଉଁଠାରେ ପ୍ରତିଷ୍ଠିତ ଲେଖକ ଓ ଅନୁବାଦକ ଡେଜି ରକ୍ୱେଲ, କନିଷ୍କ ଗୁପ୍ତାଙ୍କ ସହ ଆଲୋଚନା କରିଥିଲେ । ଅନ୍ୟାନ୍ୟ ପ୍ରମୁଖ ଅଧିବେଶନଗୁଡିକରେ କେ.କେ ଦାସଙ୍କ ସହ ଶାଲିନି ମୋଦିଙ୍କର ‘ଦ ଇଟରନାଲ ସନ୍: ଦ ଲିଗସି ଅଫ୍ ସୂର୍ଯ୍ୟ ଦେବ’ ପ୍ରସଙ୍ଗରେ ଆଲୋଚନା, ପ୍ରତିକ ଦାସଗୁପ୍ତା ଓ ଉପାସନା ସଡଙ୍ଗୀଙ୍କ ମଧ୍ୟରେ ‘ଫର୍ଗଟେନ ଫୁଟ୍ପ୍ରିଂଟସ: ଅନ୍ଟୋଲ୍ଡ ଷ୍ଟୋରିଜ ଅଫ୍ ହ୍ୟୁମାନିଟିସ୍ ପାଷ୍ଟ’ ଉପରେ ଆଲୋଚନା ଏବଂ ପ୍ରକାଶ ଚନ୍ଦ୍ର ଦାସ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ସାମିଲ ଥିବା ଓଡିଆ ସାହିତ୍ୟିକ ଆଲୋଚନାଗୁଡିକ ଅନ୍ତର୍ଭୁକ୍ତ ଥିଲା ।
ମଧ୍ୟାହ୍ନ ଭୋଜନ ପରବର୍ତୀ ଅଧିବେଶନଗୁଡିକ ଚିନ୍ତନଶୀଳ ଆଲୋଚନାର ସାକ୍ଷୀ ହୋଇଥିଲା ଯେଉଁଥିରେ ଭାରତରେ ଅଷ୍ଟ୍ରେଲିଆର ହାଇ କମିଶନକର, ଆମ୍ବାସାଡର ଫିଲିପ ଗ୍ରୀନ ଓଏଏମଙ୍କ ର ସତିଶ ପଦ୍ମନାଭନଙ୍କ ସହିତ ‘ହ୍ୱାଏ ଇଣ୍ଡିଆ ମ୍ୟାଟର୍ସ: ଆନ ଅଷ୍ଟ୍ରେଲିଆ ପର୍ସ୍ପେକ୍ଟିଭ’ ପ୍ରସଙ୍ଗରେ ଆଲୋଚନା, ‘ମିସେସ ହାପିଲି ସିଙ୍ଗଲ’ ପ୍ରସଙ୍ଗରେ ଶୁଭ ଶର୍ମାଙ୍କର ସମ୍ବିତ ତ୍ରିପାଠିଙ୍କ ସହ ଆଲୋଚନା ଏବଂ ଏକାଧିକ ଲେଖକ, ଚଳଚିତ୍ର ନିର୍ମାତା ଓ ସମାଲୋଚକଙ୍କ ସହ ଓଡିଆ ସାହିତ୍ୟ, ସିନେମା ଓ ଆଧୁନିକ ସମାଜ ଉପରେ ଆଲୋଚନା ଆଦି ଅନ୍ତର୍ଭୁକ୍ତ ଥିଲା ।

ଏହି ଶେଷ ସନ୍ଧ୍ୟାରେ ବିସ୍ତୃତ କବିତା ସମ୍ମିଳନୀ, ଓଡିଆ କାବ୍ୟ ପରମ୍ପରା ଓ ସ୍ୱତନ୍ତ୍ର ସାହିତ୍ୟ ପ୍ରଦର୍ଶନ ଉପରେ ପ୍ରତିଫଳନ ଆଦି ସାମିଲ ଥିଲା ଯାହା କେଏଲଏଫ ୨୦୨୬ର ଆନୁଷ୍ଠାନିକ ସମାପ୍ତକୁ ଚିହ୍ନିତ କରିଥିଲା । ଏହି ମହୋତ୍ସବର ଯାତ୍ରା ସମ୍ପର୍କରେ କେଏଲଏଫର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପରିଡା କହିଛନ୍ତି, “କଳିଙ୍ଗ ସାହିତ୍ୟ ମହୋତ୍ସବ ସବୁବେଳେ ବାର୍ତା, ବିବିଧତା ଓ ବିଚାରଧାରର ମର୍ଯ୍ୟାଦାକୁ ସମର୍ଥନ କରିଆସିଛି । ୪ର୍ଥ ଦିନ ସାହିତ୍ୟ କେବଳ ପୁସ୍ତକ ସମ୍ପର୍କିତ ନୁହେଁ ବରଂ ସମାଜ, ଚେତନା ଏବଂ ପ୍ରଶ୍ନ ପଚାରିବା ଓ ସଂସ୍କୃତିଗୁଡିକୁ ସଂଯୋଗ କରିବାର ସାହସ ସମ୍ପର୍କିତ ଅଟେ ବୋଲି ରହିଥିବା ଆମର ବିଶ୍ୱାସକୁ ସୁଦୃଢ କରିଛି । ଶେଷ ୩ ଦିନରେ ୧୦୦ରୁ ଅଧିକ ଅଧିବେଶନର ଆୟୋଜନ କରାଯାଇଥିଲା ।”
କେଏଲଏଫର ପୃଷ୍ଠପୋଷକ ଓ ସିଇଓ ଅଶୋକ କୁମାର ବଳ କହିଛନ୍ତି, “ଗତ ୪ ଦିନରେ କେଏଲଏଫ ୨୦୨୬ ଭାଷା, ପିଢି ଓ ଭୌଗୋଳିକ କ୍ଷେତ୍ରଗୁଡିକ ମଧ୍ୟରେ ଏକ ଜୀବନ୍ତ ସେତୁରେ ପରିଣତ ହୋଇଛି । ଶେଷ ଦିନ ଏହି ଯାତ୍ରାର ମହତ୍ୱକୁ ପ୍ରଦର୍ଶିତ କରିଛି, ଯେଉଁଠାରେ କବିତା, ନୀତି ସହ, କଳା , ସକ୍ରିୟତାକୁ ଭେଟିଥିଲା ଏବଂ ପରମ୍ପରା ଭବିଷ୍ୟତ ସହ ସାର୍ଥକ ଭାବେ ଜଡିତ ହୋଇଥିଲା ।”

ଭାରତ ଓ ଦକ୍ଷିଣ ଏସିଆର ବିଶିଷ୍ଟ ବ୍ୟକ୍ତିମାନଙ୍କର ଅଂଶଗ୍ରହଣ ଏବଂ ପାଠକ, ଛାତ୍ରଛାତ୍ରୀ, ବିଦ୍ୱାନ ଓ ସାଂସ୍କୃତିକ ଉତ୍ସାହୀମାନଙ୍କର ଏକ ଉତ୍ସାହପୂର୍ଣ୍ଣ ପ୍ରତିକ୍ରିୟା ସହିତ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ସାହିତ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନ ପାଇଁ ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଓ ସମାବେଶୀ ମଂଚ ଭାବେ ଏହାର ସ୍ଥିତିକୁ ପୁଣିଥରେ ସୁଦୃଢ କରିଛି ।
ଏହାର ଦ୍ୱାଦଶ ସଂସ୍କରଣରେ କଳିଙ୍ଗ ସାହିତ୍ୟ ମହୋତ୍ସବ ସାହିତ୍ୟ, ସଂସ୍କୃତି, ଜନ ନୀତି, ଇତିହାସ, ଅନୁବାଦ, ଗଣମାଧ୍ୟମ, ସିନେମା ଓ ସଭ୍ୟତାଗତ ଚିନ୍ତାଧାରା କ୍ଷେତ୍ରରେ ବାର୍ତା ପାଇଁ ଏକ ଶକ୍ତିଶାଳୀ ମଂଚ ଭାବେ ଉଭା ହୋଇଥିଲା । ଏହି ମହୋତ୍ସବ ଓଡିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀଲଙ୍କାର ମନ୍ତ୍ରୀ ଡଃ ଉପାଲି ପାନିଲାଜେ, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂହ, ଭାରତରେ ଅଷ୍ଟ୍ରେଲିଆର ହାଇକମିଶନର ଆମ୍ବାସାଡର ଫିଲିପ ଗ୍ରୀନ ଓଏଏମଙ୍କ ଭଳି ବିଶିଷ୍ଠ ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ପ୍ରତିଷ୍ଠିତ ସାଂସଦ, କୂଟନୀତିଜ୍ଞ, ଲେଖକ, କଳାକାର ଓ ସାଂସ୍କୃତିକ ନେତୃବୃନ୍ଦଙ୍କ ଉପସ୍ଥିତି ସହ ଆରମ୍ଭ ହୋଇଥିଲା । ଏହି ୪ ଦିନରେ କେଏଲଏଫ ୨୦୨୬ ଭାରତ ଓ ବିଦେଶରୁ ଶତାଧିକ ବକ୍ତାଙ୍କୁ ଆତିଥ୍ୟ ଦେଇଥିଲା ଯେଉଁଥିରେ ଆୱାର୍ଡ ସମାରୋହ, ପ୍ରମୁଖ ଆଲୋଚନା, ବହୂଭାଷୀ କବିତା ଅଧିବେଶନ, ପୁସ୍ତକ ଆଲୋଚନା, ଯୁବ-କେନ୍ଦ୍ରିତ ବାର୍ତା ଏବଂ ଦକ୍ଷିଣ ଏସୀୟ ସାହିତ୍ୟ ସାଂସ୍କୃତିକ ନିରନ୍ତରତା ଉପରେ ଗଭୀର ଆଲୋକପାତ ସାମିଲ ଥିଲା ।

ଏହାର ୪ ଦିନରେ କେଏଲଏଫ ୨୦୨୬ ବିଭିନ୍ନ ପିଢି ଓ ଭୌଗୋଳିକ କ୍ଷେତ୍ରର ଲେଖକ, ଚିନ୍ତନକାରୀ, ସାମ୍ବାଦିକ, ନୀତିନିର୍ମାତା, ଅନୁବାଦକ, କଳାକାର, ଚଳଚିତ୍ର ନିର୍ମାତା ଓ ବିଦ୍ୱାନମାନଙ୍କୁ ଏକାଠି କରିଥିବା ବହୁବିଧ ସ୍ୱରଗୁଡିକ ଉପରେ ଏହାର ମହତ୍ୱ ପାଇଁ ସ୍ୱତନ୍ତ୍ର ଥିଲା । ଅଧିବେଶନଗୁଡିକ ଇଂରାଜୀ, ହିନ୍ଦୀ, ଓଡିଆ ଓ ଏକାଧିକ ଭାରତୀୟ ଓ ଦକ୍ଷିଣ ଏସୀୟ ଭାଷାରେ ପରିଚାଳିତ ହୋଇଥିବା ବେଳେ ଏହି ମହୋତ୍ସବ ଭାଷାଗତ ବିବିଧତା ଓ ବୌଦ୍ଧିକ ଅନ୍ତର୍ଭୁକ୍ତୀକରଣ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ଗଣତନ୍ତ୍ର, ନାରୀବାଦ, ସଭ୍ୟତା ସହ ଜଡିତ ସ୍ମୃତି ଓ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଉପରେ ଆଲୋଚନାଠାରୁ ଆରମ୍ଭ କରି କବିତା, କଳ୍ପନା, ସାମ୍ବାଦିକତା ଓ କଳା ଉପରେ ପ୍ରତିଫଳନ ପର୍ଯ୍ୟନ୍ତ, ଏହି ମହୋତ୍ସବ ଏକ ବିରଳ ସ୍ଥାନ ପ୍ରଦାନ କରିଥିଲା ଯେଉଁଠାରେ ବିଚାରଧାରାଗୁଡିକୁ ଗଭୀରତା, ସମ୍ମାନ ଓ ସମାନୁଭୂତି ସହିତ ତର୍କ କରାଯାଇଥିଲା, ଏହା ଦକ୍ଷିଣ ଏସିଆର ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଓ ବିଶ୍ୱସନୀୟ ସାହିତ୍ୟ ଓ ସଂସ୍କୃତି ମଂଚ ଭାବେ କେଏଲଏଫର ସ୍ଥିତିକୁ ମଜବୁତ କରିଛି ।