ଭୁବନେଶ୍ୱର :ଏକ ଅଗ୍ରଣୀ ଇଲେକ୍ଟ୍ରିକ ଯାନ ବ୍ରାଣ୍ଡ, କୋମାକି ଇଲେକ୍ଟ୍ରିକ ଉନ୍ନତ ଡିଜାଇନ ଓ ଅତ୍ୟାଧୁନିକ ଇଭି ଇଞ୍ଜିନିୟରିଂ ସହିତ ଏମଏକ୍ସ୧୬ ପ୍ରୋର ଶୁଭାରମ୍ଭ କରିଛି। ଏହି ମଜବୁତ ମେଟାଲ ବଡି କ୍ରୁଜର ବାଇକ, ୧୬୯୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଦୁଇଟି କଲର ଭାରିଆଂଟ ଯଥା ଡୁଆଲ ଟୋନ ଓ ଜେଟ୍ ବ୍ଲାକରେ ଉପଲବ୍ଧ। ବଜାରରେ ଉପଲବ୍ଧ ଅନ୍ୟ ଇଲେକ୍ଟ୍ରିକ କ୍ରୁଜରର ଅଧା ମୂଲ୍ୟରେ ଆସୁଥିବା ଏହି ବାଇକ କାର୍ଯ୍ୟଦକ୍ଷତା ଓ ଫିଚର ଉପରେ ସାଲିସ କରୁନାହିଁ । ଏହି ବାଇକ ଏକ ୫ କେଡବ୍ଲ୍ୟୁ ବିଏଲଡିସି ହବ୍ ମୋଟର ଓ ଏକ ୪.୫ କେଡବ୍ଲ୍ୟୁଏଚ ବ୍ୟାଟେରୀ ଦ୍ୱାରା ପରିଚାଳିତ ଯାହା ଗୋଟିଏ ଥର ଚାର୍ଜ ହେଲେ ୧୬୦ରୁ ୨୨୦ କିମିର ରେଞ୍ଜ ପ୍ରଦାନ କରିଥାଏ । ଏମ୍ଏକ୍ସ୧୬ ପ୍ରୋ ମାତ୍ର ୧୫ରୁ ୨୦ ଟଙ୍କାର ଏକ ଚାର୍ଜ ଖର୍ଚ୍ଚରେ ୨୦୦ କିମି ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରୁଛି, ଅନ୍ୟପକ୍ଷରେ ଏକ ପାରମ୍ପରିକ ପେଟ୍ରୋଲ ଟୁହ୍ୱିଲରରେ ସମାନ ଦୂରତା ଅତିକ୍ରମ କଲେ ପ୍ରାୟ ୭୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏହା ଏମ୍ଏକ୍ସ୧୬ ପ୍ରୋକୁ ପେଟ୍ରୋଲ ବାଇକ ତୁଳନାରେ ୫ ଗୁଣ ଅଧିକ ମିତବ୍ୟୟୀ କରୁଛି । ଏହାସହିତ ଏକ ୫କେଡବ୍ଲ୍ୟୁ (୬.୭ ଏଚପି) ହାଇ-ଟର୍କ ମୋଟର ଶକ୍ତିଶାଳୀ କ୍ରୁଜିଙ୍ଗ ପ୍ରଦର୍ଶନକୁ ସୁଗମ କରିଥାଏ । ୮୦କେପିଏଚର ସର୍ବାଧିକ ବେଗ ହାସଲ କରୁଥିବା ଏହି ବାଇକ ସମସ୍ତ ଭୂଭାଗକୁ ସୁଗମତା ଓ ସ୍ଥିର ନିୟନ୍ତ୍ରଣ ସହ ଅତିକ୍ରମ କରିବା ପାଇଁ ଉପଯୁକ୍ତ ଅଟେ ।

ଏହି ଅବସରରେ କୋମାକି ଇଲେକ୍ଟ୍ରିକ ଭେଇକିଲ୍ସର ସହ-ପ୍ରତିଷ୍ଠାତା ଗୁଞ୍ଜନ ମଲହୋତ୍ରା କହିଛନ୍ତି, “ଏମ୍ଏକ୍ସ୧୬ ପ୍ରୋର ଶୁଭାରମ୍ଭକୁ ଇଭି ସେଗ୍ମେଂଟରେ ଏକ ଗେମ୍ ଚେଞ୍ଜର ଭାବେ ବିଚାର କରାଯାଇପାରିବ । ଏହାକୁ ମୁଖ୍ୟତଃ ସପ୍ତାହାନ୍ତ ଅବସର ସମୟର ଚାଳନାଠାରୁ ଆରମ୍ଭ କରି ଦୈନନ୍ଦିନ ଯାତ୍ରା ପର୍ଯ୍ୟନ୍ତ, ପ୍ରତ୍ୟେକ ଚାଳନାକୁ ଏକ ଉପଭୋଗ୍ୟ ଅଭିଜ୍ଞତାରେ ପରିଣତ କରିବା ପାଇଁ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା, ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଅତୁଳନୀୟ ଆରାମକୁ ଏକତ୍ରିତ କରିବାର ଉଦ୍ଦେଶ୍ୟ ସହିତ ଶୁଭାରମ୍ଭ କରାଯାଇଛି ।” ଏହି ଇଲେକ୍ଟ୍ରିକ କ୍ରୁଜର ବାଇକ ଉନ୍ନତ ବ୍ରେକିଙ୍ଗ କଂଟ୍ରୋଲ, ସ୍ଥିରତା ଓ ପ୍ରତ୍ୟେକ ଚାଳନାରେ ସୁରକ୍ଷା ହାସଲ କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରିପଲ ଡିସ୍କ ବ୍ରେକ ସିଷ୍ଟମ ସହ ସୁସଜ୍ଜିତ ରହିଛି । ସୁଗମ ଟର୍କ, ପ୍ରଶସ୍ତ ସିଟିଙ୍ଗ ଓ କମ୍ ଭାଇବ୍ରେଶନ ଡିଜାଇନର ସୁବିଧା ସହ ଆସୁଥିବା ଏହି ବାଇକ ଚାଳନାକୁ ପ୍ରାକୃତିକ ଓ ସହଜ କରିଥାଏ । ଏହା ସଙ୍ଗେ ସଙ୍ଗେ ଏମ୍ଏକ୍ସ୧୬ ପ୍ରୋ ଷ୍ଟ୍ରେଚ୍ଡ ଫ୍ରେମ, ପ୍ରିମିୟମ ଡିଟେଲିଂ, ଡୁଆଲ ଡିସ୍କ ବ୍ରେକ ଓ ଆଡ୍ଜଷ୍ଟେବୁଲ ସସ୍ପେନଶନ ସହିତ ଆସୁଛି । ଏଥିସହିତ ଏହା ଏକ ଫୁଲ-କଲର ଟିଏଫଟି ଡିସ୍ପ୍ଲେ, ବ୍ଲୁଟୁଥ କନେକ୍ଟିଭିଟି, କ୍ରୁଜ କଂଟ୍ରୋଲ, ରିଭର୍ସ ଆସିଷ୍ଟ, ରିଜେନେରେଟିଭ ବ୍ରେକିଙ୍ଗ, ଏକ ଅଟୋ ରିପେୟାର ସ୍ୱିଚ ଓ ପାର୍କ ଆସିଷ୍ଟ ଅନ୍ତର୍ଭୁକ୍ତ ଥିବା ଆଡ୍ଭାନ୍ସଡ ଫିଚରଗୁଡିକର ବ୍ୟାକଅପ ସହିତ ଆସୁଛି, ଯାହା ସ୍ମାର୍ଟ ଓ ସୁଗମ କ୍ରୁଜିଙ୍ଗକୁ ସକ୍ଷମ କରିଥାଏ । କୋମାକି ଏମଏକ୍ସ୧୬କୁ ସମସ୍ତ ଅଥୋରାଇଜ୍ଡ ଡିଲରସିପ ଓ ଅନ୍ଲାଇନରେ https://komaki.in/mx16/ କ୍ରୟ କରାଯାଇପାରିବ ।