ଭୁବନେଶ୍ୱରରେ ଅତ୍ୟାଧୁନିକ ସିଇଭି-ଭି ରେଞ୍ଜ୍ ଲଂଚ କରିଛି ମହିନ୍ଦ୍ରା କନ୍‌ଷ୍ଟ୍ରକ୍ସନ ଇକ୍ୱିପମେଂଟ

ଏହା ପ୍ରଦର୍ଶନ ଓ ଦକ୍ଷତା କ୍ଷେତ୍ରରେ ଶିଳ୍ପ ମାନଦଣ୍ଡଗୁଡିକୁ ପୁନଃବ୍ୟାଖ୍ୟା କରିଛି ।

Spread the love

ଭୁବନେଶ୍ୱର, ୫ ସେପ୍ଟେମ୍ବର, ୨୦୨୫: ମହିନ୍ଦ୍ରା ଗ୍ରୁପର ଏକ ଅଂଶବିଶେଷ ମହିନ୍ଦ୍ରା କନ୍‌ଷ୍ଟ୍ରକ୍ସନ ଇକ୍ୱିପେମଂଟ ଡିଭିଜନ (ଏମସିଇ) ପକ୍ଷରୁ ଆଜି ଏହାର ଆଡ୍‌ଭାନ୍ସଡ ସିଇଭି-ଭି ମେସିନ ରେଞ୍ଜର ଲଂଚ୍ ଘୋଷଣା କରାଯାଇଛି, ଯାହା ନିଜ ବର୍ଗରେ ମାନଦଣ୍ଡଗୁଡିକୁ ପୁନଃବ୍ୟାଖ୍ୟା କରିବା ପାଇଁ ପ୍ରସ୍ତୁତ ରହିଛି । ଏହି ରେଞ୍ଜ ଆଡଭାନ୍ସଡ ଫିଚର, ଅଧିକ ଆରାମ, ଉଚ୍ଚ ଉତ୍ପାଦକତା ଓ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ସହିତ ନୂଆ ଶିଳ୍ପ ନିୟମାବଳୀ ର ଅନୁପାଳନ ନିଶ୍ଚିତ କରୁଛି । ଏହି ଲଂଚ ଇଭେଂଟ ଭୁବନେଶ୍ୱରରେ ଶ୍ରୀନିକା ଡିଏମ ସିଗ୍ନେଚରଠାରେ ସେପ୍ଟେମ୍ବର ୫ ତାରିଖ ୨୦୨୫ରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏମସିଇର କଷ୍ଟମର କେୟାର ବିଭାଗର ମୁଖ୍ୟ ରାଜେନ୍ଦ୍ର ଆଷ୍ଟେକର, ବ୍ରାଣ୍ଡ ମ୍ୟାନେଜର କଲ୍‌ପକ କର, ଜେଡ୍‌ଏସଏମ କିଶୋର ତିୱାରୀ, ଜେଡ୍‌ସିସିଏମ ସନ୍ଦିପ ଘୋଷ, ସିସିଏମ ସୁବ୍ରତ ସ୍ୱାଇଁ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିଃର କନ୍‌ଷ୍ଟ୍ରକ୍‌ଶନ ଇକ୍ୱିପମେଂଟ ବିଭାଗର ବିଡିଏମ ସୁଧାଂଶୁ ନାୟକ ଏବଂ ଟିଆରଏସ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ ଦେବଦତ ରୟ ଆଦି ସାମିଲ ଥିଲେ ।

ଏହି ଅବସରରେ କଷ୍ଟମର କେୟାର ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ଆଷ୍ଟେକର ଓ ବ୍ରାଣ୍ଡ ମ୍ୟାନେଜର ଶ୍ରଯୁକ୍ତ କଲ୍‌ପକ କର କହିଛନ୍ତି, “ଅତ୍ୟାଧୁନିକ ଉତ୍ପାଦ ଓ ଟେକ୍ନୋଲୋଜିର ଶୁଭାରମ୍ଭ କରିବା ପ୍ରତି ଆମର ନିରନ୍ତର ପ୍ରୟାସ, ସ୍ଥାନୀୟ ଉତ୍ପାଦନ ଉପରେ ଗୁରୁତ୍ୱ ସହ ସମନ୍ୱିତ ରହିଛି ଯାହା ମେକ୍ ଇନ ଇଣ୍ଡିଆ ଅଭିଯାନ ପାଇଁ ମହିନ୍ଦ୍ରାର ଦୃଢ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ନୂଆ ସିଇଭି-ଭି ରେଞ୍ଜର ନିର୍ମାଣ ଉପକରଣର ଶୁଭାରମ୍ଭ, ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସ୍ଥାୟିତ୍ୱ ଲକ୍ଷ୍ୟ ଦିଗରେ ମହିନ୍ଦ୍ରାର ପ୍ରୟାସଗୁଡିକୁ ସୁଦୃଢ କରିଛି ।”

ନୂଆ ଅପ୍‌ଗ୍ରେଡେଡ ସିଇଭି-ଭି ରେଞ୍ଜର ମହିନ୍ଦ୍ରା ଅର୍ଥମାଷ୍ଟର ଏସଏକ୍ସ ବ୍ୟାକ୍‌ହୋ ଲୋଡର ଓ ମହିନ୍ଦ୍ରା ରୋଡମାଷ୍ଟରଜି୧୦୦ ଗ୍ରେଡର୍‌ରେ ସିଇଭି-ଭି ନିର୍ଗମନ ମାନଦଣ୍ଡକୁ ପୂରଣ କରୁଥିବା ଏକ ଅତ୍ୟଧିକ ଶକ୍ତିଶାଳୀ ଇଞ୍ଜିନ ରହିଛି । ଅଧିକ ଶକ୍ତିଶାଳୀ ମୋଟର ଗ୍ରେଡର ରୋଡମାଷ୍ଟର ଜି୧୦୦କୁ ଆଗାମୀ ସିଇଭି-ଭି ନିର୍ଗମନ ମାନଦଣ୍ଡକୁ ପୂରଣ କରିବା ପାଇଁ ଡିଜାଇନ କରାଯାଇଛି । ଏହାର ୧୦୨ ଏଚପି ଇଞ୍ଜିନ ଓ ୪୪୦ ଏନନଏମ ଟର୍କ ଏହାକୁ ବିଶେଷ କରି ରାଜ୍ୟ ଓ ଜାତୀୟ ରାଜପଥଗୁଡିକର ସଡକ ନିର୍ମାଣ ପାଇଁ ଏକ ଚମତ୍କାର ଗ୍ରେଡରରେ ପରିଣତ କରୁଛି । ନୂଆ ଅର୍ଥମାଷ୍ଟର ଏସ୍‌ଏକ୍ସ, ସିଇଭି-ଭି ନିର୍ଗମନ ନିୟମାବଳୀଗୁଡିକର ପାଳନ କରୁଛି । ଏହା ଏକ ୭୪ ଏଚପି ଇଞ୍ଜିନ, ଏକ ନୂଆ ବୃହତ ଓ ଅଧିକ ଆରାମଦାୟକ କ୍ୟାବିନ ଏବଂ ଆଇମ୍ୟାକ୍ସ ଟେଲିମାଟିକ୍‌ସ ଟେକ୍ନୋଲୋଜି ସହିତ ଏକ ବହୁମୂଖୀ ବ୍ୟାକହୋ ଲୋଡର ଅଟେ ଯାହା ଉନ୍ନତ ପ୍ରଦର୍ଶନ ଓ ଦକ୍ଷତା ସୁନିଶ୍ଚିତ କରିଥାଏ ।

ନୂଆ ଅର୍ଥମାଷ୍ଟର ବ୍ୟାକ୍‌ହୋ ଲୋଡର ଉନ୍ନତ ଟର୍କ ପ୍ରଦାନ କରୁଥିବା ବେଳେ ସେଥିରେ ଉତ୍ପାଦକତା ବଢାଇବା ପାଇଁ ଏବଂ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବା ବେଳେ ମେଶିନ ଅପରେଟରଙ୍କ ଆରାମ ନିଶ୍ଚିତ କରିବା ଲାଗି ଏକ ନୂତନ, ବୃହତ, ପ୍ରଶସ୍ତ ଓ ଏର୍ଗୋନୋମିକ କ୍ୟାବିନ ରହିଛି । ୨୨%ରୁ ଅଧିକ ଅଂଶଧନ ସହ ନିଜ ବର୍ଗରେ ଏକ ବଜାର ଲିଡର ନୂଆ ରୋଡମାଷ୍ଟରମୋଟର ଗ୍ରେଡରକୁ ସଡକ ନିର୍ମାଣ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ଅତ୍ୟଧିକ ଶକ୍ତି ପ୍ରଦାନ କରିବା ଲାଗି ଡିଜାଇନ କରାଯାଇଛି । ସିଇଭି-ଭି ଯୁଗରେ ମହିନ୍ଦ୍ରା ଅର୍ଥମାଷ୍ଟର ବ୍ୟାକ୍‌ହୋ ଲୋଡରଗୁଡିକ ସ୍ୱତନ୍ତ୍ର ଓ ଅଗ୍ରଗାମୀ ଗ୍ୟାରେଂଟି ସହିତ ନୂଆ ଶିଳ୍ପ ମାନଦଣ୍ଡ ସ୍ଥିର କରୁଛନ୍ତି, ଯାହା ଗ୍ରାହକଙ୍କୁ ଅତୁଳନୀୟ ପ୍ରଦର୍ଶନ, ଅପ୍‌ଟାଇମ ଓ ଦକ୍ଷତା ସହ ସଶକ୍ତ କରୁଛି:

୧. ୪୮ ଘଂଟାର ଅପ୍‌ଟାଇମ ଗ୍ୟାରେଂଟି କିମ୍ବା ଦିନକ ପିଛା ୧୦୦୦ ଟଙ୍କାର କ୍ଷତିପୂରଣ
୨. ଏସଟିଡି ମୋଡ୍‌ରେ ପ୍ରତି ଲିଟର ପିଛା ସର୍ବୋଚ୍ଚ ଉତ୍ପାଦକତାର ଗ୍ୟାରେଂଟି ରହିଛି ।
୩. ଏସଟିଡି ମୋଡ୍‌ରେ ସର୍ବୋଚ୍ଚ ଇନ୍ଧନ ଦକ୍ଷତାର ଗ୍ୟାରେଂଟି ପାଆନ୍ତୁ ।

ଏହାବ୍ୟତୀତ ଏମସିଇ ଏହାର ବିଦ୍ୟମାନ ମେଶିନ – ୫୫ ଏଚପି ଇଞ୍ଜିନ ସହ ମହିନ୍ଦ୍ରା ଅର୍ଥମାଷ୍ଟର ଏସଏକ୍ସଇ ବ୍ୟାକ୍‌ହୋ ଲୋଡର ରେଞ୍ଜ ଏବଂ ଗ୍ରେଡର ରେଞ୍ଜରେ ୭୪ ଏଚପି ଇଞ୍ଜିନ ସହ ମହିନ୍ଦ୍ରା ରୋଡମାଷ୍ଟର ଜି୯୦ ଓ ଜି୮୦ର ସିଇଭି-ଭି ଭର୍ସନ ସହିତ ଉତ୍ପାଦନ ଜାରି ରଖିବ ।

ଏହି ମେଶିନଗୁଡିକ ଦୁଇ ବର୍ଷର ୱାରେଂଟି, ୪୦୦୦ ଘଂଟାର ୱାରେଂଟି ସହିତ ଆସୁଛି ଯାହା ମହଙ୍ଗା ମରାମତି କଥା ଆସିଲେ ଗ୍ରାହକଙ୍କ ଚିନ୍ତା ଦୂର କରିଥାଏ । ଏମସିଇ ଏହାର ବିକ୍ରି ପରବର୍ତୀ ସେବାକୁ ଦ୍ରୁତ ବେଗରେ ବିସ୍ତାର କରିଛି ଏବଂ ସ୍ପେୟାର ନେଟ୍‌ୱର୍କକୁ ୫୦ରୁ ଅଧିକ ୩ଏସ ଡିଲରସିପ, ୧୫ଟି ସାଥୀ+ ଅଥୋରାଇଜ୍‌ଡ ସର୍ଭିସ ସେଂଟର ସମେତ ସ୍ପେୟାର ନେଟ୍‌ୱର୍କକୁ ୧୧୫ରୁ ଅଧିକ ଟଚ୍‌ପଏଂଟକୁ ଏବଂ ୫୦ରୁ ଅଧିକ ରିଟେଲ ଆଉଟଲେଟର ସ୍ପେୟାର ନେଟ୍‌ୱର୍କକୁ ବୃଦ୍ଧି କରିଛି । ୫୦ରୁ ଅଧିକ ଏସପିଇଭି ମୋବାଇଲ ସର୍ଭିସ ଭ୍ୟାନ ଓ ମୋବାଇଲ ୱର୍କସପ ସପୋର୍ଟ ନେଟ୍‌ୱର୍କର ପହଂଚ ଓ ଦୃଢତାକୁ ଆହୁରି ବୃଦ୍ଧି କରିଛି । ବଢୁଥିବା ଇନ୍ଧନ ମୂଲ୍ୟକୁ ଦୃଷ୍ଟିରେ ରଖି କମ୍ପାନୀ ବିଶ୍ୱାସ କରୁଛି ଯେ, ଏହାର ସିଇଭି-ଭି ୭୪ଏଚପି ରେଞ୍ଜର ବ୍ୟାକ୍‌ହୋ ଲୋଡର – ମହିନ୍ଦ୍ରା ଅର୍ଥମାଷ୍ଟରଏସଏକ୍ସ ଓ ଏସଏକ୍ସଇ ସିରିଜ ପାଇଁ ପ୍ରଥମ ଧରଣର ବ୍ୟାଘାତ ସୃଷ୍ଟିକାରୀ ଓ ସ୍ୱତନ୍ତ୍ର ଗ୍ରାହକ ମୂଲ୍ୟ ପ୍ରସ୍ତାବ ‘ଡିଜେଲ ପ୍ରତି ଲିଟର ପିଛା ନିଶ୍ଚିତ ସର୍ବାଧିକ ଉତ୍ପାଦକତା’ର ଶୁଭାରମ୍ଭ କରିବା ପାଇଁ ଏହାଠାରୁ ଭଲ ସମୟ ନଥିଲା ।


Spread the love

Leave A Reply

Your email address will not be published.