ମଣିପାଲ  ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବୟସ୍କ ଲୋକଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ହେଲଦି ଡେ ଆଉଟ୍ ଫର୍ ଦ ୟଙ୍ଗ ଆଟ୍ ହାର୍ଟ”

Spread the love

ଭୁବନେଶ୍ୱର  : ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ଆଇଜି ପାର୍କ ଠାରେ “ହେଲଦି ଡେ ଆଉଟ୍  ଫର୍ ଦ ୟଙ୍ଗ ଆଟ୍ ହାର୍ଟ ” ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବୟସ୍କ ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା ଏବଂ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଧେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିନିୟର ସିଟିଜେଟ୍ ଫୋରମର ୫୦ ରୁ ଉର୍ଦ୍ଧ ସଦସ୍ୟ ଯୋଗଦାନ କରିଥିଲେ । ସେମାନଙ୍କୁ ଯାତାୟତ କରିବାରେ ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପାଇଁ ମଣିପାଲ ହସ୍ପିଟାଲ ପକ୍ଷରୁ ବିଶେଷ ଗାଡିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ଏହି ସ୍ୱାସ୍ଥ୍ୟ ସେଚତନ କାର୍ଯ୍ୟକ୍ରମ ଯୋଗ ଓ ଆସନ ଠାରୁ ଆରମ୍ଭ ହୋଇଥିଲା, ଯାହାକି ବୟସ୍କ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଓ ଶାରୀରିକ ଫିଟ୍‌ନେସ୍‌କୁ ଧ୍ୟାନରେ ରଖି ଡାକ୍ତରଙ୍କ ପରାମର୍ଶରେ କରାଯାଇଥିଲା । ଏହା ପରେ ଫିଜିଓଥେରାପି ଡେମୋନ୍‌ଷ୍ଟ୍ରେସନ୍ ମାଧ୍ୟମରେ ବିଭିନ୍ନ ପ୍ରକାର ଯନ୍ତ୍ରଣା ଠାରୁ କିଭଳି ଉପଶମ ମିଳିପାରିବ ସେ ସମ୍ପର୍କରେ ମଧ୍ୟ ଜଣାଯାଇଥିଲା । ବୟସ୍କ ଲୋକମାନଙ୍କ ମଧ୍ୟରେ ସାଧାରଣ ହୃଦରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଣିବା ପାଇଁ ମଣିପାଲ ହସ୍ପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ତଥା ଡାଇରେକ୍ଟର କ୍ୟାଥ ଲ୍ୟାବ ଡାକ୍ତର ଲିଙ୍ଗରାଜ ନାଥ କାର୍ଡିଓଲୋଜି ଟକ ର ଆୟୋଜନ ହୋଇଥିଲା ।

ମଜା ଓ ଆନ୍ଦୋଳନ ପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ‘ଥ୍ରୋ ବଲ୍‌’ ଓ ‘ଲେଟର୍ କରେକ୍ସନ୍‌’ ପରି ସହଜ ଖେଳମାନଙ୍କ ମଧ୍ୟ ଆୟୋଜନ ହୋଇଥିଲା, ଯେଉଁଥିରେ ସମସ୍ତେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଏହା ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମର ମନୋରମ ପରିବେଶକୁ ଆହୁରି ଜୀବନ୍ତ କରିଦେଇଥିଲା । ଶେଷରେ ଏକ ସ୍ୱତନ୍ତ୍ର ବସରେ ସିଟି ଟୁରରେ ସମସ୍ତ ସିନିୟର୍ ନାଗରିକ ମିଶି ଭୁବନେଶ୍ୱରର ସକାଳୀର ମନୋରମା ଉପଭୋଗ କରି ନିଜ ନିଜ ଘରକୁ ଫେରିଥିଲେ ।

ଏହି ଅବସରରେ ମଣିପାଲ ହସ୍ପିଟାଲ୍‌ର କ୍ଲଷ୍ଟର ଡାଇରେକ୍ଟର (ସାଉଥ୍‌-ଇଷ୍ଟ) ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ,“ଆମର ବୟସ୍କ ନାଗରିକମାନଙ୍କ ପାଇଁ ଏହି ସ୍ୱାସ୍ଥ୍ୟମୟ, ଆନନ୍ଦମୟ ସକାଳ ଆୟୋଜନ କରି ଆମେ ଅତ୍ୟନ୍ତ ଖୁସି । ବୟସ୍କମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରହିବା ଆମର ଏକ ଛୋଟିଆ ପ୍ରୟାସ ।” ଆଗାମୀ ଦିନ ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ  ଏହି ପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରି ବୟସ୍କଙ୍କ ମଧ୍ୟରେ ସ୍ୱାସ୍ଥ୍ୟଜୀବନ ଓ ସକ୍ରିୟତାକୁ ପ୍ରୋତ୍ସାହିତ କରିବାକୁ ଯୋଜନା କରୁଛି । ସମାଜର ସବୁଠୁ ବୟସ୍କ ସଦସ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବାକୁ ଆହୁରି ନିକଟରେ ଆଣିବାରେ ହସ୍ପିଟାଲ୍‌ର ଏହି ପ୍ରୟାସକୁ ବୁଦ୍ଧିଜିବୀ ମହଳରେ ସ୍ୱାଗତ କରାଯାଇଛି ।


Spread the love

Leave A Reply

Your email address will not be published.