ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଠାରେ ଜଟିଳ ଆଞ୍ଜିଓପ୍ଲାଷ୍ଟି ଓ ଆଧୁନିକ ଇମେଜିଂ ପ୍ରଯୁକ୍ତି ଉପରେ ଶିକ୍ଷାମୂଳକ କର୍ମଶାଳା ଆୟୋଜିତ

Spread the love

ଭୁବନେଶ୍ବର : ଓଡ଼ିଶାର ଲୋକପ୍ରିୟ ମଲଟିସ୍ପେଶାଲିଟି ହସ୍ପିଟାଲ ଖଣ୍ଡଗିରି ସ୍ଥିତ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଦ୍ୱାରା ଜଟିଳ ହୃଦ୍‌‌ରୋଗ ଚିକିତ୍ସା, ବିଶେଷକରି ଆଞ୍ଜିଓପ୍ଲାଷ୍ଟି ଓ ଆଧୁନିକ ଇମେଜିଂ ପ୍ରଯୁକ୍ତି ବିଷୟରେ ଏକ ଶିକ୍ଷାମୂଳକ କର୍ମଶାଳା ବା CME ଆୟୋଜନ କରାଯାଇଥିଲା। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଅନେକ ଜଣେ ହୃଦ୍‌ରୋଗ ବିଶେଷଜ୍ଞ, ଇଣ୍ଟରଭେନସନାଲ୍ କାର୍ଡିଓଲୋଜି ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ଜାତୀୟ ସ୍ତରର ଖ୍ୟାତିନାମା କାର୍ଡିଓଲୋଜିଷ୍ଟ ଡାକ୍ତର ଦେବଦତ୍ତ ଭଟ୍ଟାଚାର୍ଯ୍ୟ ଓ ଡାକ୍ତର ପଙ୍କଜ ମନୋରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଏକ ଦିନିଆ କର୍ମଶାଳାରେ ମଣିପାଲ୍ ହସ୍ପିଟାଲ୍ ର ଅଭିଜ୍ଞ ହୃଦ୍‌‌ରୋଗ ବିଭାଗର ଡାକ୍ତରୀ ଟିମ୍ ଯଥା : ଡ଼ାକ୍ତର ଲିଙ୍ଗରାଜ ନାଥ, ବରିଷ୍ଠ କନ୍ସୋଲଟାଣ୍ଟ ଏବଂ ଇଣ୍ଟରଭେନସନାଲ୍ କାର୍ଡିଓଲୋଜି ଏବଂ ଡାଇରେକ୍ଟର, କ୍ୟାଥ୍ ଲ୍ୟାବ୍‌, ଡାକ୍ତର ଜେ.କେ. ପାଢୀ, କନସଲଣ୍ଟା , ଏବଂ ଡାଇରେକ୍ଟର – ଇଣ୍ଟଭେନସନାଲ୍ କାର୍ଡିଓଲୋଜି , ଡାକ୍ତର ଦିବ୍ୟରଞ୍ଜନ ବେହେରା, କନ୍ସୋଲଟାଣ୍ଟ  ଇଣ୍ଟରଭେନସନାଲ୍ କାର୍ଡିଓଲୋଜି , ଡାକ୍ତର ମହେଶ ଅଗ୍ରୱାଲ, କନସଲଣ୍ଟା କାର୍ଡିଓଲୋଜି, ଡାକ୍ତର ପ୍ରଦୀପ କୁମାର ଦାଶ, କନସଲଣ୍ଟା ଇଣ୍ଟରଭେନସନାଲ୍ କାର୍ଡିଓଲୋଜି, ଡାକ୍ତର ଜିତେନ୍ଦ୍ରନାଥ ପଟ୍ଟନାୟକ, ବରିଷ୍ଠ କନସଲଣ୍ଟା – କାର୍ଡିଓଥୋରାସିକ୍ ଭାସ୍କୁଲାର୍ ସର୍ଜେରୀ , ଡାକ୍ତର ବିଶ୍ୱଜିତ ମହାପାତ୍ର, କନ୍ସୋଲଟାଣ୍ଟ – କାର୍ଡିଓଥୋରାସିକ୍ ଭାସ୍କୁଲାର୍ ସର୍ଜେରୀ ଓ କାର୍ଡିଓ ଏନେସ୍ଥସିଆ ଟିମ୍ – ଡାକ୍ତର ବିବେକ ଚୌଧୁରୀ ଓ ଡାକ୍ତର ବ୍ରଜମୋହନ ରଥ ଉପସ୍ଥିତ ଥିଲେ।
ଏହି ୱାର୍କସଅପ୍ ମାଧ୍ୟମରେ ଉଦ୍ଦେଶ୍ୟ ଥିଲା ଜଟିଳ ଆଞ୍ଜିଓପ୍ଲାଷ୍ଟି ରେ ଇମେଜିଂ ଟେକ୍ନୋଲୋଜି ଯେପରିକି (IVUS) ର ଦକ୍ଷ ବ୍ୟବହାର ଦ୍ୱାରା ରୋଗୀଙ୍କର ସଫଳ ଚିକିତ୍ସା କରିବା । ଏହିଭଳି କର୍ମଶାଳା ନିଶ୍ଚିତ ଭାବରେ ଓଡିଶା ତଥା ଦେଶର ଡାକ୍ତରମାନଙ୍କୁ ନୂତନ ତଥ୍ୟ ଓ ଅତ୍ୟାଧୁନିକ ଚିକିତ୍ସା ସମ୍ପର୍କରେ ତଥ୍ୟ ଦେବା ପାଇଁ ସହଯୋଗ କରିବ।

ଏହି କର୍ମଶାଳାର ଆୟୋଜକ ଡ଼ାକ୍ତର ଲିଙ୍ଗରାଜ ନାଥ କହିଲେ, “ଏହି ୱାର୍କସଅପ୍ ମଣିପାଲ ହସ୍ପିଟାଲ୍ ଭୁବନଶ୍ୱରର ଆଧୁନିକ ହୃଦ୍‌୍‌ରୋଗ ବିଭାଗର ଡାକ୍ତର ମାନଙ୍କର ଦକ୍ଷତା ବୃଦ୍ଧି କରିବା ପ୍ରତି ଆମର ଅତୁଟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ। ଏହି କର୍ମଶାଳା ସାହାର୍ଯ୍ୟରେ ଚିକିତ୍ସାର ମାନ ବୃଦ୍ଧି କରିବା ସହିତ ଏକ ଶକ୍ତିଶାଳୀ ଶିକ୍ଷାଗତ ପରିବେଶ ତିଆରି କରିବା ଆମ ଲକ୍ଷ୍ୟ।”

ମଣିପାଲ ହସ୍ପିଟାଲ୍ ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ସ୍ୱାଗତ ଭାଷଣ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତାପରେ ଲିଙ୍ଗରାଜ ନାଥ ଅତିଥି ଡାକ୍ତରଙ୍କ ପରିଚୟ ଦେଇ କର୍ମଶାଳାର ଉଦ୍ଦେଶ୍ୟ ବ୍ୟାଖ୍ୟା କରିଥିଲେ। ଡାକ୍ତର ଦେବଦତ୍ତ ଭଟ୍ଟାଚାର୍ଯ୍ୟ “ଜଟିଳ PCI”, ରେ ଇମେଜିଂର ଭୂମିକା” ବିଷୟରେ ଉପସ୍ଥାପନା କଲେ, ଯେଉଁଥିରେ ଡାକ୍ତର ପଙ୍କଜ ମନୋରିଆ ” OCT କିପରି ଇଣ୍ଟରଭେନସନାଲ୍ କାର୍ଡିଓଲୋଜିକୁ ପରିବର୍ତ୍ତର୍ନ କରିଛି” ବିଷୟରେ ଆଲୋଚନା କଲେ। ଏବଂ ଟ୍ରେନିଂ ଦେଇ ଟେକ୍ନିକ୍ ବ୍ୟବହାର ଦେଖାଇଥିଲେ।


Spread the love

Leave A Reply

Your email address will not be published.