ବ୍ରେଷ୍ଟ୍ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଣିପାଲ ହସ୍ପିଟାଲ ଭୂବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର: ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ଅକ୍ଟୋବର ମାସକୁ ବ୍ରେଷ୍ଟ କ୍ୟାନ୍ସର ଅୱେରନେସ୍ ମାସ (Breast Cancer Awareness Month) ଭାବରେ ପାଳନ କରାଯାଏ। ମଣିପାଲ ହସ୍ପିଟାଲ୍, ଭୁବନେଶ୍ୱର ଏହି ଅଭିଯାନର ସହଭାଗୀ ହୋଇଛି। ଏହାର ଅଂଶ ଭାବେ, ମଣିପାଲ ହସ୍ପିଟାଲ୍ ପକ୍ଷରୁ ଏକ ବିଶେଷ ପ୍ରୟାସ ଆରମ୍ଭ କରାଯାଇଛି — ଯାହାର ଉଦ୍ଦେଶ୍ୟ ହେଉଛି ପୂର୍ବ ଚିହ୍ନଟ, ପ୍ରତିରୋଧକ ସ୍କ୍ରିନିଂ ଓ ସର୍ଜରୀ ପରେ ସ୍ୱାସ୍ଥ୍ୟ ଯତ୍ନକୁ ଉତ୍ସାହିତ କରିବା।
ଏହି ବର୍ଷର ଥିମ ହେଉଛି “Every Story Unique, Every Victory Different.”ଏହି ଅନୁଯାୟୀ ମଣିପାଲ ହସ୍ପିଟାଲ୍ରେ ଏକ #PinkPledge Selfie Zone ଉଦ୍ଘାଟନ ହୋଇଛି। ରୋଗୀ, ଅତିଥି ଓ କର୍ମଚାରୀମାନେ ଏଠାରେ ନିଜର ସେଲ୍ଫି ନେଇ ବ୍ରେଷ୍ଟ କ୍ୟାନ୍ସର ସର୍ଭାଇଭର ମାନଙ୍କ ପ୍ରତି ସମର୍ପିତ ଭାବ ପ୍ରକାଶ କରିଛନ୍ତି ଓ ସଚେତନତାର ବାର୍ତ୍ତା ଦେଉଛନ୍ତି।
ଅଭିଯାନର ଅଂଶ ଭାବେ, ସମସ୍ତ ଅଂଶଗ୍ରାହୀଙ୍କୁ ଏକ ବିସ୍ତୃତ ସେବା ପୁସ୍ତିକା ((Care Booklet) ଦିଆଯାଇଛି — ଯାହାରେ ଘରେ କିଭଳି ନିଜ ବ୍ରେଷ୍ଟ ନିଜେ ପରୀକ୍ଷା କରିବେ, ସର୍ଜରୀ ପରେ ଯତ୍ନ, ଡ୍ରେନ୍ ମ୍ୟାନେଜମେଣ୍ଟ୍ ଓ ରିକଭେରି ଏକ୍ସରସାଇଜ୍ ବିଷୟରେ ଉପଯୋଗୀ ତଥ୍ୟ ରହିଛି। ଏହି ପ୍ରୟାସ ଚିକିତ୍ସା ସହିତ ବ୍ରେଷ୍ଟ୍ କ୍ୟାନସର ସମ୍ପର୍କରେ ସଚେତନତା, ସଶକ୍ତିକରଣ ଓ ଦୀର୍ଘମିଆଦୀ ସମର୍ଥନକୁ ମଧ୍ୟ ଗୁରୁତ୍ୱ ଦିଏ।
ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ସଚେତନତା ଅତ୍ୟନ୍ତ ଆବଶ୍ୟକ, କାରଣ ଏହା ପ୍ରାୟତଃ ନିରବ ଭାବରେ ବିକଶିତ ହୁଏ। ସ୍ତନରେ ଗେଟା ହେବା, ନିପଲ୍ରୁ ସ୍ରାବ ହେବା, କିମ୍ବା ସ୍ତନର ଚର୍ମରେ ପରିବର୍ତ୍ତନ ପରି ପ୍ରାରମ୍ଭିକ ଲକ୍ଷଣ ମାନେ ସହଜରେ ଦେଖାଯାଇଥାଏ। ନିୟମିତ ଡାକ୍ତରୀ ପରୀକ୍ଷା ଓ ନିଜ ବ୍ରେଷ୍ଟ ନିଜେ ପରୀକ୍ଷା କରିବା ଦ୍ୱାରା ଏହି ଲକ୍ଷଣମାନେ ପ୍ରାଥମିକ ସ୍ତରରେ ହୋଇଥାଏ , ଚିକିତ୍ସା ସଫଳତା ହାର ମଧ୍ୟ ବଢ଼ିଥାଏ ଓ ଅଧିକ ଦିନ ଧରି ଚିକିତ୍ସା କରିବାର ଆବଶ୍ୟକତା କମିଯାଏ।
ଏହି ସଚେତନତା କାର୍ଯ୍ୟକ୍ରମ ସମୟରେ ମଣିପାଲ ହସ୍ପିଟାଲର ସର୍ଜୀକାଲ ଅଙ୍କୋଲୋଜି ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟ କହିଲେ,“ବ୍ରେଷ୍ଟ କ୍ୟାନସର ଆରମ୍ଭରେ ଚିହ୍ନଟ ହେଲେ ସର୍ଜରୀ ଫଳ ନିଶ୍ଚିତ ଭାବରେ ଭଲ ହୁଏ। ସଚେତନତା ହେଉଛି ସେଇ ସେତୁ ଯାହା ନାରୀମାନଙ୍କୁ ଜୀବନ ରକ୍ଷାର ଅବସର ସହିତ ଯୋଡ଼େ। ଏପରି ପଦକ୍ଷେପ ମାଧ୍ୟମରେ ଆମେ ଏକ ସମାଜ ଗଠନ କରିବାକୁ ଚାହୁଁଛୁଁ ଯେଉଁଠି ଲଜ୍ଜାର ସ୍ଥାନରେ ସହଯୋଗ ଓ ଭୟର ସ୍ଥାନରେ ସଚେତନ କାର୍ଯ୍ୟ ଆସିବ।”
ସେହିଭଳି ମଣିପାଲ ହସ୍ପିଟାଲ ଭୂବନେଶ୍ୱର ମେଡିକାଲ ଅଙ୍କୋଲୋଜି ଡାକ୍ତର ସଚିନ ସେଖର ବିଶ୍ୱାଲ କହିଲେ, “ବ୍ରେଷ୍ଟ କ୍ୟାନ୍ସର ସଚେତନତା ଆରମ୍ଭ ହୁଏ ଜ୍ଞାନ ଓ ସମୟୋପଯୋଗୀ ପଦକ୍ଷେପରୁ। ଜଣେ ଅଙ୍କୋଲୋଜି ଭାବେ ମୁଁ ଦେଖିଛି ଯେ ଶୀଘ୍ର ଚିହ୍ନଟ ହେଲେ ଚିକିତ୍ସାର ଫଳ ଅଧିକ ଭଲ ହୁଏ ଓ ଜୀବନ ମାନ ଉନ୍ନତ ହୁଏ। ଆମର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାରୀ ନିଜ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଏ ଓ ନିୟମିତ ଚେକଅପ ମାଧ୍ୟମରେ ନିଜକୁ ସୁରକ୍ଷିତ ରଖେ।”
ଏହି ଅଭିଯାନ ମାଣିପାଲ ହସ୍ପିଟାଲ ଭୁବନେଶ୍ୱରଙ୍କ ନିୟମିତ ବ୍ରେଷ୍ଟ ସ୍ୱାସ୍ଥ୍ୟ ସ୍କ୍ରିନିଂ ଓ ଶୀଘ୍ର ଚିହ୍ନଟ ସଚେତନତାକୁ ଉତ୍ସାହିତ କରିବା ପ୍ରତି ସଂକଳ୍ପକୁ ପୁନରୁଚ୍ଚାରଣ କରେ। ଅବିରତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସଚେତନତା କାର୍ଯ୍ୟକଳାପ ମାଧ୍ୟମରେ ହସ୍ପିଟାଲ ନାରୀମାନଙ୍କୁ ସମୟୋପଯୋଗୀ ଚିହ୍ନଟ ଓ ସୁସ୍ଥ ବ୍ରେଷ୍ଟ ସ୍ୱାସ୍ଥ୍ୟ ପାଇଁ ପ୍ରୋରିତ କରୁଛି।