୧୦ ବର୍ଷ ଧରି ଆଙ୍କାଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍‌ରେ ପୀଡ଼ିତ ଥିବା ଯୁବତୀଙ୍କର ମଣିପାଲ ହସ୍ପିଟାଲରେ ସଫଳ ସର୍ଜରୀ

Spread the love

ଭୁବନେଶ୍ୱର  : ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱର ଠାରେ ଏକ ବିରଳ ସର୍ଜରୀ ସଫଳତାର ସହିତ କରାଯାଇଛି। ଦୀର୍ଘଦିନ ୧୦ ବର୍ଷ ଧରି ଆଙ୍କାଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ରୋଗରେ ଆକ୍ରାନ୍ତ ଥିବା ଜଣେ ୩୫ ବର୍ଷୀୟା ଯୁବତୀ ସର୍ଜରୀ ପରେ ନୂତନ ଜୀବନ ପାଇଛି। ଆଙ୍କାଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍‌ରେ ପୀଡ଼ିତ ଥିବା ଯୁବତୀଙ୍କ ହିପ୍ ଏବଂ ଆଣ୍ଠୁ ସମେତ ଶରୀରର ସମସ୍ତ ମୁଖ୍ୟ ଗଣ୍ଠି ଗୁଡିକ ପ୍ରଭାବିତ ହୋଇଥିବାରୁ ସେ ଗତ ବର୍ଷେ ଧରି ଚାଲିବା ବସିବା ସମ୍ଭବ ହେଉନଥିଲା। ଫଳରେ ସେ ସବୁବେଳେ ଶୋଇ ରହୁଥିଲେ କିମ୍ବା ହ୍ୱିଲ ଚେୟାର ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲେ। ଦୀର୍ଘ ଦିନ ଧରି ଏକ ଯନ୍ତ୍ରଣାଦାୟକ ଜୀବନ ଅତିବାହିତ କରିବା ପରେ ୨୦୨୪ ମସିହାରେ ଚିକିତ୍ସା ପାଇଁ ସେ ମଣିପାଲ ହସ୍ପିଟାଲ୍‌କୁ ଆସି ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିଶୋର କୁମାର ପଣ୍ଡାଙ୍କ ପରାମର୍ଶ ନେଇଥିଲେ।

ପ୍ରାୟ ୧୦ ବର୍ଷ ପୂର୍ବେ ଆଙ୍କାଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ଚିହ୍ନଟ ହେବା ପରେ ଅନେକ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ହେଉଥିଲେ, କିନ୍ତୁ ରୋଗ ଧୀରେ ଧୀରେ ବଢ଼ିବା କାରଣରୁ ସେ ଚାଲିବା-ଠିଆ ହେବାର କ୍ଷମତା ହରାଇଥିଲେ। ମଣିପାଲ ହସ୍ପିଟାଲକୁ ଆସିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଜଟିଳ ଥିଲା ହିପ୍ ଓ ଆଣ୍ଟୁ ଅତ୍ୟଧିକ କଠିନ, ଚାଲିବାରେ ବିକୃତି, ଶରୀରରେ ସମତୁଳନ ହାନି ଏବଂ ହାଡ଼ର ଗୁଣବତ୍ତା ଅତ୍ୟନ୍ତ ଖରାପ।

ତାଙ୍କ ହିପ୍‌ର ଆକାର କେବଳ ୩୬–୩୭ mm ଥିବାରୁ, ଭାରତରେ ଉପଲବ୍ଧ ସବୁଠୁ ଛୋଟ ସିମେଣ୍ଟଡ୍ କପ୍ ଠାରୁ ମଧ୍ୟ ଛୋଟ ଥିଲା (ଯାହା ସାଧାରଣତଃ ୪୨–୪୩ mm ରୁ ଆରମ୍ଭ ହୁଏ)। ତେଣୁ ତାଙ୍କର ସର୍ଜରୀ ପାଇଁ ବିଶେଷ ଅର୍ଡର କରି ଏକ ସ୍ୱତନ୍ତ୍ର ଇମ୍ପ୍ଲାଣ୍ଟ୍ ଆଣିବାକୁ ପଡ଼ିଥିଲା।

ମାର୍ଚ୍ଚ ୨୦୨୪ରେ ପ୍ରଥମେ ଡାହାଣ ହିପ୍ ରିପପ୍ଲେସମେଣ୍ଟ୍ ସର୍ଜରୀ ସହିତ ତାଙ୍କ ଚିକିତ୍ସା ଆରମ୍ଭ ହୁଏ। ସର୍ଜରୀ ସମୟରେ ହାଡ଼ର ଦୁର୍ବଳ ଥିବାରୁ ତାହା ଭାଙ୍ଗିଯାଇଥିଲା, ଯାହାକୁ ପ୍ଲେଟ୍ ପ୍ରୟୋଗରେ ନିୟନ୍ତ୍ରିତ କରାଯାଇଥିଲା। ପରବର୍ତ୍ତୀ ମାସ ଗୁଡ଼ିକରେ (ଜୁନ୍‌–ଜୁଲାଇ ୨୦୨୪) ବାମ ପାର୍ଶ୍ୱର ହିପ୍ ଏବଂ ଦୁଇଟି ଆଣ୍ଠୁର ପରିବର୍ତ୍ତନ କରାଯାଇଥିଲା। ଦୀର୍ଘ ଦିନ ରୋଗରେ ପୀଡ଼ିତ ହେବାରୁ ତାଙ୍କ ହାଡ଼ ଓ ମାସଂପେଶୀ ଦୁର୍ବଳ ହୋଇଯାଇଥିଲା। ଏହି କାରଣରୁ ସର୍ଜରୀ ପ୍ରସ୍ତୁତିରୁ ଆରମ୍ଭ କରି ସର୍ଜରୀ କରିବା ଓ ଅନସ୍େଥସିଆ ପରିଚାଳନା—ସବୁ ପଦକ୍ଷେପ ଅତ୍ୟନ୍ତ ଚାଲେଞ୍ଜିଙ୍ଗ୍ ଥିଲା।

ଏହି ଜଟିଳ ସର୍ଜରୀକୁ ସଫଳତାର କରିଥିବା ମଣିପାଲ ହସ୍ପିଟାଲର ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର କିଶୋର ପଣ୍ଡା ମତରେ, “ଏହା ଆଧୁନିକ ଅର୍ଥୋପେଡିକ୍ ଚିକିତ୍ସାର ଏହା ଏକ ଜଟିଳ ସର୍ଜରୀ ଥିଲା। ମାତ୍ର ମଣିପାଲ ହସ୍ପିଟାଲ ଭୁବନେଶ୍ୱର ର ଅଭିଜ୍ଞ ଡାକ୍ତର, ନର୍ସ ଏବଂ ଆନେସ୍ଥେସିଆ ଡାକ୍ତରଙ୍କ ଟିମ୍ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଠିକ୍ ପ୍ରସ୍ତୁତି ଓ ଅଭିଜ୍ଞ ଟିମ୍ ସହଯୋଗରେ ଏହି ସଫଳତା ସମ୍ଭବ ହୋଇଛି।” ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱର ତାଙ୍କୁ ନିରନ୍ତର ଫିଜିଓଥେରାପୀ ଚିକିତ୍ସା ପ୍ରଦାନ କରିଥିଲା, ଯାହାଦ୍ୱାରା ସେ ଧୀରେ ଧୀରେ ଚଲାବୁଲା ଆରମ୍ଭ କରିଥିଲେ , ଏବଂ ବର୍ତ୍ତମାନ ଏକ ଯନ୍ତ୍ରଣାମୁକ୍ତ ସାଧାରଣ ଜୀବନ ଅତିବାହିତ କରୁଛନ୍ତି ।


Spread the love

Leave A Reply

Your email address will not be published.