ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱରରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପେରିଫେରାଲ୍ ଆଇଭିଏଲ ସାହାର୍ଯ୍ୟରେ TAVI ପଦ୍ଧତିରେ ବୃଦ୍ଧା ହାର୍ଟ ରୋଗୀକୁ ମିଳିଳା ନୂତନ ଜୀବନ
ଭୁବନେଶ୍ୱର : ହାର୍ଟ ରୋଗ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ମଣିପାଲ ହସ୍ପିଟାଲର ହୃଦ୍ରୋଗ ବିଭାଗ। ଓଡ଼ିଶାରେ ପ୍ରଥମ ଥର ପାଇଁ ପେରିଫେରାଲ୍ ଆଇଭିଏଲ ପଦ୍ଧତିରେ ଟ୍ରାନ୍ସକ୍ୟାଥେଟର୍ ଏଓର୍ଟିକ୍ ଭାଲଭ ଇମ୍ପ୍ଲାଣ୍ଟେସନ ବା ଟାଭି ମାଧ୍ୟରେ ଚିକିତ୍ସା କରି ଜଣେ ବୃଦ୍ଧାକୁ ଦେଇଛନ୍ତି ନୂତନ ଜୀବନ। ଏହି ଜଟିଳ ପ୍ରକ୍ରିୟାକୁ ମଣିପାଲ ହସ୍ପିଟାଲର ବରିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା ଓ ତାଙ୍କ ଟିମ୍ ସଫଳାତର ସହିତ କରିଛନ୍ତି।
ରୋଗୀ ଜଣେ ବାରମ୍ବାର ଅଚେତନ ହେବା ସହିତ ଛାତିରେ ଯନ୍ତ୍ରଣା ସମସ୍ୟା ସହିତ ମଣିପାଲ ହସ୍ପିଟାଲକୁ ଆସିଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କ ହାର୍ଟର ଏଓର୍ଟିକ୍ ଭାଲଭ ଗୁରୁତର ଭାବେ ସଙ୍କୁଚିତ ଥିବା ଚିହ୍ନଟ ହୋଇଥିଲା, ଯାହା ପାଇଁ ତୁରନ୍ତ ଚିକିତ୍ସା ଆବଶ୍ୟକ ଥିଲା। ବୟସ୍ ଓ ଅନ୍ୟାନ୍ୟ ରୋଗ ଥିବାରୁ ଓପନ୍ ହାର୍ଟ ସର୍ଜରୀ ତାଙ୍କ ପାଇଁ ଅତ୍ୟଧିକ ବିପଦପୂର୍ଣ୍ଣ ଥିଲା, ତେଣୁ ଛୋଟିଆ କଣା ମାଧ୍ୟମରେ (ମିନିମାଲି ଇନଭେସିଭ୍) ଟାଭି ପ୍ରକ୍ରିୟାକୁ ବିକଳ୍ପ ଭାବେ ବାଛାଯାଇଥିଲା।
ଏହି ମାମଲାଟି ଅଧିକ ଚ୍ୟାଲେଞ୍ଜିଂ ଥିଲା, କାରଣ ରୋଗୀଙ୍କ ଏଓର୍ଟା ଓ ଫିମୋରାଲ୍ ଆର୍ଟେରୀ (ପାଦର ମୁଖ୍ୟ ରକ୍ତନଳୀ) ଅତ୍ୟଧିକ କ୍ୟାଲସିଫାଇଡ୍ ଥିଲା, ଯାହାକୁ ‘ପୋର୍ସେଲିନ୍ ଏଓର୍ଟା’ କୁହାଯାଏ। ଏହି କାରଣରୁ ସାଧାରଣ ଟ୍ରାନ୍ସଫେମୋରାଲ୍ ମାର୍ଗରେ TAVI କରିବା ସମ୍ଭବ ହେଉନଥିଲା। ଅନ୍ୟ ବିକଳ୍ପ ମାର୍ଗଗୁଡ଼ିକୁ ବିଚାର କରାଯାଇଥିଲେ ମଧ୍ୟ ସେଗୁଡ଼ିକ ଉପଯୋଗୀ ହୋଇପାରିଲା ନାହିଁ।
ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ଡାକ୍ତର ଦିବ୍ୟ ରଞ୍ଜନ ପେରିଫେରାଲ୍ ଇନଟ୍ରାଭାସ୍କୁଲାର୍ ଲିଥୋଟ୍ରିପ୍ସି (IVL) ବ୍ୟବହାର କରିଥିଲେ। ଏହା ଏକ ଆଧୁନିକ ପ୍ରକ୍ରିୟା, ଯାହା ରକ୍ତନଳୀ ଭିତରେ ଥିବା କଠିନ କ୍ୟାଲସିୟମ୍ ଜମାକୁ ଭାଙ୍ଗି ନଳୀକୁ ଚୌଡ଼ା କରିଥାଏ। IVL ପରେ ଫିମୋରାଲ୍ ଆର୍ଟେରୀ ପ୍ରସ୍ତୁତ ହେବା ସହିତ କ୍ୟାଥେଟର୍ ସୁରକ୍ଷିତ ଭାବେ ପାସ୍ କରାଯାଇ ଏକ ବେଲୁନ୍-ଏକ୍ସପାଣ୍ଡେବଲ୍ ଭାଲଭା ସଫଳତାର ସହିତ ସ୍ଥାପନ କରାଯାଇଥିଲା, ଯାହାର ଫଳରେ ହୃଦୟର ଭାଲପ୍ କାର୍ଯ୍ୟ ସାଧାରଣ ହୋଇଥିଲା। ଏହି ଚିକିତ୍ସା ପ୍ରକ୍ରିୟା ପରେ ରୋଗୀ ଅତ୍ୟନ୍ତ ଭଲ ଭାବେ ସୁସ୍ଥ ହୋଇଛନ୍ତି ଏବଂ ବର୍ତ୍ତମାନ ସମସ୍ତ ଲକ୍ଷଣରୁ ମୁକ୍ତ ରହି ନିଜ ଦୈନନ୍ଦିନ ଜୀବନ ସହଜ ଓ ସୁବିଧାଜନକ ଭାବେ ଅତିବାହିତ କରୁଛନ୍ତି।
ଏହି ସଫଳତା ବିଷୟରେ ଡାକ୍ତର ଦିବ୍ୟ ରଞ୍ଜନ ବେହେରା କହିଛନ୍ତି, “TAVI ବୃଦ୍ଧ ଓ ହାଇ ରିସ୍କ୍ ରୋଗୀଙ୍କ ପାଇଁ କାର୍ଡିଆକ୍ ଚିକିତ୍ସାରେ ଏକ ବିପ୍ଳବ ଆଣିଛି। ଏପରି ଜଟିଳ ମାମଲାରେ ପେରିଫେରାଲ୍ ଲିଥୋଟ୍ରିପ୍ସି ସହାୟତା ପ୍ରାପ୍ତ TAVI କରିବା ପାଇଁ ସଠିକ୍ ଟ୍ରେନିଂ, ଦକ୍ଷତା ଓ ଟିମ୍ ଆବଶ୍ୟକ ଥିଲା। ଆମ ଜ୍ଞାନ ଅନୁସାରେ ଏହା ଆମ ରାଜ୍ୟରେ ପ୍ରଥମ ପେରିଫେରାଲ୍ ଲିଥୋଟ୍ରିପ୍ସି (IVL) ସହାୟତାପ୍ରାପ୍ତ TAVI ପ୍ରକ୍ରିୟା।