ଜୀବନ ଫେରିପାଇଲେ ଯୁବକ : ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଜଟିଳ ଅସ୍ଥିମଜ୍ଜା ରୋଗ ଓ ସଂକ୍ରମଣ ରୋଗର ସଫଳ ଚିକିତ୍ସା

Spread the love

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ମଣିପାଲ ହସ୍ପିଟାଲ ଠାରେ ଏକ ଜଟିଳ ଅସ୍ଥିମଜ୍ଜା ଚିକିତ୍ସା ସଫଳତାର ସହିତ କରାଯାଇଛି । ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଥିବା ୨୦ ବର୍ଷ ବୟସ ଜଣେ ଯୁବକଙ୍କର ଦୁର୍ଲଭ ଅସ୍ଥିମଜ୍ଜା ରୋଗ ଓ ସଂକ୍ରମଣ ରୋଗରେ ଆକ୍ରାନ୍ତ ଥିଲେ । ବିଭିନ୍ନ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲେ ମଧ୍ୟ କୌଣସି ଚିକିତ୍ସା ଉପଶମ ନମିଳିବାରୁ ତାଙ୍କ ପରିବାର ସଦସ୍ୟ ମାନେ ମଣିପାଲ ହସ୍ପିଟାଲର ଡାକ୍ତରଙ୍କର ସହ ପରାମର୍ଶ ନେଇଥିଲେ । ମଣିପାଲ ହସ୍ପିଟାଲର ଡାକ୍ତରଙ୍କ ସଠିକ୍ ଚିକିତ୍ସା କାରଣରୁ ଯୁବକ ଜଣଙ୍କ ନିଶ୍ଚିତ ମୃତ୍ୟୁ ମୁଖର ଫେରିଆସିଛନ୍ତି ।


ଯୁବକ ଜଣଙ୍କ ଗୋଟିଏ ମାସ ଧରି ବାରମ୍ବାର ଅଚେତ ହେବା, ନିୟମିତ ଜ୍ୱର ଓ ଦୃଷ୍ଟିଶକ୍ତିରେ ସମସ୍ୟା ହେଉଥିଲା । ଏଥିପାଇଁ ସେ ଇନ୍ଦୋର ସହରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତ ପରିଲିକ୍ଷିତ ହୋଇନଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ସଦସ୍ୟ ମାନେ ତାଙ୍କୁ ଓଡ଼ିଶା ନେଇ ଆସିଥିଲେ । ଶେଷରେ ଯୁବକଙ୍କ ବାପାମାଆ ମଣିପାଲ ହସ୍ପିଟାଲର ଡାକ୍ତରଙ୍କ ସହ ଯୋଗାଯୋଗ କରି ଚିକିତ୍ସା ପାଇଁ ଆଡମିସନ୍ କରିଥିଲେ ।


ମଣିପାଲ ହସ୍ପିଟାଲରେ ଯୁବକଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଯେଉଁଠାରେ ତାଙ୍କର ରକ୍ତର ପାରାମିଟ ଅତ୍ୟଧିକ କମ୍ ମିଳିଥିଲା – ଏକ ଗମ୍ଭୀର ଅବସ୍ଥା, ବିଶେଷକରି ଜଣେ ତରୁଣ ଏବଂ ପୂର୍ବରୁ ସ୍ୱସ୍ଥ ଥିବା ବ୍ୟକ୍ତି ପାଇଁ ଏହା ଜୀବନ ପ୍ରତି ବିପଦପୂର୍ଣ୍ଣ । ସେହି ମୁହୂର୍ତ୍ତରେ ମଣିପାଲ ହସ୍ପିଟାଲର ଡାକ୍ତର ସନ୍ଦୀପ ଅଭିଜିତ ପଟ୍ଟନାୟକ, କନସଲ୍ଟାଣ୍ଟ – କ୍ଲିନିକାଲ୍ ହେମାଟୋଲୋଜି , ବୋନ୍ ମ୍ୟାରୋ ଟ୍ରାନସପ୍ଲାଣ୍ଟ୍  ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରାରମ୍ଭିକ ତଦନ୍ତରେ କୌଣସି ସ୍ପଷ୍ଟ ରୋଗ ନିର୍ଣ୍ଣୟ ହୋଇନଥିଲା, କିନ୍ତୁ ତାଙ୍କ ଅସ୍ଥିମଜ୍ଜା ରିପୋର୍ଟରେ ଗୋଟିଏ ଜଟିଳ ଓ ଦୁର୍ଲଭ ରୋଗ ପ୍ରକାଶ ପାଇଥିଲା – ଯାହାରେ ଅସ୍ଥିମଜ୍ଜାର ଏକ ବୈଶିଷ୍ଟ୍ୟପୂର୍ଣ୍ଣ ମାଇଲୋଇଡ୍ ଆଣ୍ଟିଜେନ୍ ହାରାଇଯିବା (secondary myelodysplastic syndrome), ସହିତ ଅସ୍ଥିମଜ୍ଜା ଟିବି, ଇ. କୋଲି ଓ ପ୍ୟାଣ୍ଟୋନିଆ ଜନିତ ବ୍ୟାକ୍ଟେରିଆଲ୍ ସଂକ୍ରମଣ, ଅଙ୍ଗଗୁଡିକ ଚାରିପାଖରେ ପାଣି ଜମିଯିବା (polyserositis) ଓ ଏକ ଦ୍ରୁତ ଗମ୍ଭୀର ଅବସ୍ଥା – hemophagocytic lymphohistiocytosis (HLH) ବିକାଶ ହେଉଥିବା ଦେଖିଯାଇଥିଲା।”


ଅନ୍ୟ ଅଂଗକୁ ପ୍ରଭାବିତ କରୁଥିବା ଟିବି, ବିଶେଷକରି ଅସ୍ଥିମଜ୍ଜାରେ ମାତ୍ର ଥିବା ଟିବି ଯେତେବେଳେ ମାଇଏଲୋଡିସ୍ପ୍ଲାସିଆ (Myelodysplasia) ଓ ଏଚଏଲଏଚ୍ (HLH) ସହିତ ଯୁକ୍ତ ହୁଏ, ସେହିଥିରେ ଏହି ଅବସ୍ଥା ଅତ୍ୟନ୍ତ ଦୁର୍ଲଭ ଓ ଜୀବନ ପ୍ରତି ବିପଦପୂର୍ଣ୍ଣ ହୁଏ। ଏହାକୁ ସଠିକ୍ ଭାବେ ଚିହ୍ନଟ କରି ଚିକିତ୍ସା କରିବା ପାଇଁ ଏକ ବିଶେଷ ଚିକିତ୍ସା ଆବଶ୍ୟକ। ଏହି ଚିକିତ୍ସାକୁ ଧ୍ୟାନରେ ରଖି, ଡାକ୍ତର ସନ୍ଦୀପ ଅଭିଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ମଣିପାଲ ହସ୍ପିଟାଲର ଏକ ଅଭିଜ୍ଞ ଡାକ୍ତରୀ ଟିମ୍‌ —ଯେଉଁଥିରେ ଡାକ୍ତର ଶୁଭଶ୍ରୀ ସାମନ୍ତରାୟ (ଅସୋସିଏଟ କନସଲଟେଣ୍ଟ – ସଂକ୍ରାମକ ରୋଗ), ଡାକ୍ତର ସମ୍ବିତ କୁମାର ଭୁଁୟା (ପେଟ ଓ ଯକୃତ ରୋଗ ବିଶେଷଜ୍ଞ), ଓ ଡାକ୍ତର ପ୍ରଦୀପ ନାରାୟଣ ସାହୁ (ଭେଷଜ ରୋଗ ବିଶେଷଜ୍ଞ) ସମିଳିତ ଥିଲେ—ଏକ ସଂଗଠିତ ଓ ପ୍ରୋଟୋକଲ୍-ଆଧାରିତ ଚିକିତ୍ସା ପ୍ରଣାଳୀ ଚୟନ କରିଥିଲେ।


ଡାକ୍ତର ସନ୍ଦୀପ ଅଭିଜିତ ପଟ୍ଟନାୟକ କହିଲେ, “HLH ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଆଡମିସନ୍ କରି ଅଧିକ ଡୋଜର ଷ୍ଟେରଏଡ୍ ଦେବା ଆବଶ୍ୟକ, ଯାହା ରୋଗୀର ଅତ୍ୟାଧିକ ସକ୍ରିୟ ଇମ୍ୟୁନ୍ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। କିନ୍ତୁ ଏହି ରୋଗୀଙ୍କ ମାମଲାରେ ଏହା ସମ୍ଭବ ହେଉନଥିଲା, କାରଣ ତାଙ୍କ ଶରୀର ଏପରି ଅନେକ ସଂକ୍ରମଣ, ବିଶେଷକରି ଟିବି ଓ ଇ.କୋଲାଇ ସହିତ ପୂର୍ବରୁ ହିଁ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିଲା।


ସଠିକ୍ ଆଣ୍ଟିବାୟୋଟିକ୍ ଏବଂ ଟିବି ଔଷଧ ନିୟମିତ ବ୍ୟବହାର କରିବା ଫଳରେ ମାତ୍ର ୧୦ ଦିନ ଭିତରେ ଯୁବକ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ତାଙ୍କ ସଂକ୍ରମଣ ଗୁଡିକ ଧୀରେ ଧୀରେ କମିବାକୁ ଲାଗିଲା । ଶେଷରେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି ।


ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର ଏହି ପାଇଁ ଡାକ୍ତର ସନ୍ଦୀପ ଅଭିଜିତ ପଟ୍ଟନାୟକ , ଡାକ୍ତର ଶୁଭଶ୍ରୀ ସାମନ୍ତରାୟ , ଡାକ୍ତର ସମ୍ବିତ କୁମାର ଭୁଁୟା ଓ ଡାକ୍ତର ପ୍ରଦୀପ ନାରାୟଣ ସାହୁ ଓ ତାଙ୍କ ପୁରା ଟିମ୍ ଙ୍କୁ  ଶୁଭେଛା ଜଣାଇଛନ୍ତି । ମଣିପାଲ ହସ୍ପିଟାଲରେ ଅଭିଜ୍ଞ ଡାକ୍ତରଙ୍କ ଟିମ୍ ଓ ଅତ୍ୟାଧୁନିକ ମେସିନ୍ ଥିବାରୁ ଆମ ଚିକିତ୍ସା କରି ଅନେକ ଜଟିଳ ରୋଗୀଙ୍କ ଜୀବନ ରକ୍ଷା କରିପାରିଛୁ ।


Spread the love

Leave A Reply

Your email address will not be published.