ଭୁବନେଶ୍ୱର – ୨୪- ଅକ୍ଟୋବର, ପାରାଦୀପର ୨୨ ବର୍ଷୀୟ ଛାତ୍ରୀ ମିସ୍ ପି. ମାଧୁସ୍ମିତାଙ୍କୁ ମଣିପାଲ ହସ୍ପିଟାଲ୍, ଭୁବନେଶ୍ୱରରେ ଦୁର୍ଲଭ ପ୍ରକାରର ଡେସମୋଇଡ୍ ଟ୍ୟୁମର (Desmoid Tumour)ରୁ ସଫଳ ଭାବରେ ଚିକିତ୍ସା କରାଯାଇଛି । ଏହି ଟ୍ୟୁମର ତାଙ୍କ ନାଭି ଠାରୁ ତଳେ ଥିବା ପେଟର ଭିତର ଭାଗକୁ ଆବରଣ କରିଥିଲା ଏହା ଅତ୍ୟନ୍ତ ଜଟିଳ ଅପରେସନ ଥିଲା ଯେଉଁଥିରେ ଅନେକ ବିଭାଗର ଡାକ୍ତରମାନେ ଏକତ୍ର ହୋଇ ବିଭିନ୍ନ ଷ୍ଟେଜ୍ରେ ଅପରେସନ୍ କରିଥିଲେ, ଯାହା ଫଳରେ ଛାତ୍ରୀ ଜଣକ ମୃତ୍ୟୁକୁ ହରାଇ ନୂତନ ଜୀବନ ପାଇଛି।
ଗ୍ରାଫିକ୍ ଡିଜାଇନ୍ ଛାତ୍ରୀ ମାଧୁସ୍ମିତା ଦିଲ୍ଲୀରେ NCC ଅଭ୍ୟାସ ସମୟରେ ନିଜ ପେଟର ତଳ ଭାଗରେ ଏକ ଯନ୍ତ୍ରଣା ଅନୁଭବ କରିଥିଲେ। ପ୍ରଥମେ ସେ ଏହାକୁ ସାଧାରଣ ସମସ୍ୟା ଭାବି ଅବହେଳା କରିଥିଲେ, କିନ୍ତୁ ଛଅ ମାସ ପରେ ଯନ୍ତ୍ରଣା ବଢ଼ିବାରୁ ଏବଂ ବୃଦ୍ଧି ହେବାରୁ ସେ ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ଆସିଥିଲେ।
ମଣିପାଲ ହସ୍ପିଟାଲରେ କରାଯାଇଥିବା MRI, HRCT ଓ biopsy ରିପୋର୍ଟ ପରେ ତାଙ୍କ spindle cell neoplasm ଚିହ୍ନଟ ହେବା ପରେ ଡାକ୍ତରମାନେ ସର୍ଜରୀ ନିଷ୍ପତ୍ତି ନେଲେ। ଅପରେସନ୍ ସମୟରେ ପେଟର ସମଗ୍ର ଭାଗକୁ ଆବରଣ କରିଥିବା ୧୫ x ୧୦ ସେ.ମି. ଆକାରର ଗଠିତି ଚିହ୍ନଟ ହେଲା। ଯାହାକୁ କର୍କଟ ଶଲ୍ୟରୋଗ ବିଶେଷଜ୍ଞ ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟ ଅପରେସନ୍ କରିଥିଲେ, ତାପରେ ଶଲ୍ୟ ରୋଗ ବିଶେଷଜ୍ଞ ଡାକ୍ତର ରମ୍ୟ ରଞ୍ଜନ ବେହେରା ଆବଡୋମାଲ ୱାଲକୁ ପୁର୍ନ ନିର୍ମାଣ କରିଥିଲେ, ଏବଂ ଶେଷରେ ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ବିଶ୍ୱଜିତ୍ ମିଶ୍ର Pedicle flap coverage କରି ଜଟିଳ ସର୍ଜରୀକୁ ସଫଳତାର ସହିତ କରିପାରିଥିଲେ।
ପରେ ହିଷ୍ଟୋପାଥୋଲଜି ରିପୋର୍ଟରେ ଏହି ଟ୍ୟୁମରକୁ ଡେସମୋଇଡ୍ ଟ୍ୟୁମର ବୋଲି ନିଶ୍ଚିତ କରାଯାଇଛି। ଏହି ଟ୍ୟୁମର ଦୁର୍ଲଭ ହେଲେ ମଧ୍ୟ ଦୂର ସ୍ଥାନକୁ ଛଡ଼ାଯାଏ ନାହିଁ, କିନ୍ତୁ ସ୍ଥାନୀୟ ଭାବରେ ବିକାଶ ଓ ପୁନରାବୃତ୍ତି ହେବାର ସମ୍ଭାବନା ଅଧିକ।
ଡାକ୍ତର ନିତିଶ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି। “ ଏହା ଏକ ଜଟିଳ ଅପରେସନ୍ ଥିଲା, ମଣିପାଲ ହସ୍ପିଟାଲର କ୍ୟାନସର ବିଭାଗ, ସର୍ଜରୀ ବିଭାଗ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ମାନଙ୍କର ମିଳିତ ସହଯୋଗରେ ପେଟ ଭିତରୁ ଟ୍ୟୁମରକୁ ସମ୍ପୂର୍ଣ୍ଣ ଭାବରେ ବାହାର କରି ସଫଳତା ମିଳିଛିି ”
ବର୍ତ୍ତମାନ ମାଧୁସ୍ମିତା ସମ୍ପୂର୍ଣ୍ଣ ସୁସ୍ଥ୍ୟ ଅଛନ୍ତି ଏବଂ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ଯନ୍ତ୍ରଣାରୁ ମୁକ୍ତି ଏବଂ ନୂତନ ଜୀବନ ପାଇଁ ଥିବାରୁ ସେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଡାକ୍ତର ଟିମ୍ ପ୍ରତି ଆଭାର ବ୍ୟକ୍ତ କରି କହିଛନ୍ତି, “ମଣିପାଲ ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କ ଯତ୍ନ ମୋ ଜୀବନକୁ ପୁଣି ଥରେ ସାଧାରଣ ଭାବରେ ଫେରେଇ ଦେଲା।”
ରୋଗୀ କେନ୍ଦ୍ରିତ ଚିକିତ୍ସା ଓ ଉତ୍କର୍ଷ ସେବା ପାଇଁ ପରିଚିତ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ନିରନ୍ତର ଭାବରେ ଉନ୍ନତ ଚିକିତ୍ସା ମାଧ୍ୟମରେ ଜୀବନକୁ ନୂଆ ଆଶା ଦେଉଛି।
ସ୍ୱାସ୍ଥ୍ୟ ସେବାରେ ଏକ ଅଗ୍ରଣୀ ସଂସ୍ଥା ଭାବରେ, ମାଣିପାଲ୍ ହସ୍ପିଟାଲ୍ ଭାରତରେ ୭୦ ବର୍ଷରୁ ଅଧିକ ଅନୁଭବ ସହିତ ଶୀର୍ଷ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଗଣ୍ୟ। ବର୍ତ୍ତମାନ ପ୍ରତିବର୍ଷ ୭ ମିଲିୟନ୍ (୭୦ ଲକ୍ଷ) ରୁ ଅଧିକ ରୋଗୀଙ୍କୁ ସେବା ଦେଉଛି ଏବଂ ଏପର୍ଯ୍ୟନ୍ତ ୬୦ ମିଲିୟନ୍ (୬ କୋଟି) ରୋଗୀଙ୍କୁ ଚିକିତ୍ସା ଦିଆଯାଇଛି। ଏହାର ଲକ୍ଷ୍ୟ ହେଉଛି ଏକ ଅର୍ଥନୀତିକ ଭାବେ ସହଜ ଓ ଉଚ୍ଚ ଗୁଣସ୍ତରର ସ୍ୱାସ୍ଥ୍ୟସେବା ଢଞ୍ଚା ଉନ୍ନତ କରିବା, ଯାହା ଏହାର ମଲ୍ଟିସ୍ପେଶାଲିଟି ଓ ଟର୍ସିଆରି କେୟାର୍ ସେବା ପ୍ରଣାଳୀ ଦ୍ୱାରା ପ୍ରଦାନ କରାଯାଏ, ଏବଂ ଏହାକୁ ଆଉ ବହିର୍ଗତ ସ୍ୱାସ୍ଥ୍ୟ ସେବା (out-of-hospital care) ଯାଏଁ ବିସ୍ତାର କରାଯାଉଛି।
ସେପ୍ଟେମ୍ବର ୨୦୨୩ରେ Medica Synergie Hospitals ଓ AMRI Hospitals Limited ର ଅଧିଗ୍ରହଣ ପରେ, ମାଣିପାଲ୍ ହସ୍ପିଟାଲ୍ ଏବେ ଭାରତର ୧୯ଟି ସହରରେ ୩୮ଟି ହସ୍ପିଟାଲ୍ ସହିତ ଏକ ସଂଯୁକ୍ତ ନେଟୱାର୍କ ତିଆରି କରିଛି। ଏହି ନେଟୱାର୍କରେ ୧୦,୫୦୦+ ବେଡ୍, ୭,୨୦୦+ ଡାକ୍ତରଙ୍କ ଏକ ପ୍ରତିଭାଶାଳୀ ଟିମ୍ ଏବଂ ୧୮,୬୦୦+ କର୍ମଚାରୀ ସଂଖ୍ୟା ଅଛି।
ମାଣିପାଲ୍ ହସ୍ପିଟାଲ୍ ବିଶ୍ୱର ବିଭିନ୍ନ ଦେଶରୁ ଆସୁଥିବା ରୋଗୀଙ୍କୁ ଶାମୂହିକ ଭାବେ ଚିକିତ୍ସାତ୍ମକ ଓ ପ୍ରତିରୋଧମୂଳକ ସେବା ପ୍ରଦାନ କରେ। ଏହି ହସ୍ପିଟାଲ୍ NABH ଓ AAHRPP ଦ୍ୱାରା ମାନ୍ୟତାପ୍ରାପ୍ତ ଅଟୁଛି ଓ ଏହାର ଅଧିକାଂଶ ଶାଖା NABL, ଇମର୍ଜେନ୍ସି ଓ ବ୍ଲଡ୍ ବ୍ୟାଙ୍କ ମାନ୍ୟତା ସହିତ ସୁଶ୍ରୂଷା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚିହ୍ନଟ।
ବିଭିନ୍ନ ଉପଭୋକ୍ତା ସର୍ବେକ୍ଷଣ ଅନୁଯାୟୀ, ମାଣିପାଲ୍ ହସ୍ପିଟାଲ୍ କୁ ଭାରତର ସବୁଠୁ ବେଶି ଆଦର୍ଶ ଓ ରୋଗୀ ଦ୍ୱାରା ସୁପାରିଶିତ ହସ୍ପିଟାଲ୍ ବୋଲି ମାନ୍ୟତା ମିଳିଛି।