ମଣିପାଲ୍ ହସ୍ପିଟାଲକୁ ଓଡ଼ିଶାରେ ୧୧ ବର୍ଷ ପୂର୍ତ୍ତି

Spread the love

ଭୁବନେଶ୍ୱର : ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଓଡ଼ିଶାରେ ତାହାର ଉପସ୍ଥିତିକୁ ୧୧ ବର୍ଷ ପୂରଣ କରିଛି। ଗତ ୧୧ ବର୍ଷରେ ଏଠାରେ ୨ ଲକ୍ଷରୁ ଅଧିକ ସର୍ଜେରୀ ସଫଳ ଭାବେ କରାଯାଇଛି। ତାଙ୍କର ସର୍ଜରୀ ଯାତ୍ରାକୁ ସ୍ମରଣ କରି ଏକ ବିଶେଷ ସର୍ଜିକାଲ୍ ଟ୍ରଷ୍ଟ କ୍ୟାମ୍ପେନ୍ ଆରମ୍ଭ କରିଛି। ଏହି ଅଭିଯାନ ୧୧ ବର୍ଷର ଭରସା, ଦକ୍ଷତା ଓ ଆଶାର ପ୍ରତୀକ।

ଗତ ୧୧ ବର୍ଷରେ ଜଟିଳ ଓ ଉଚ୍ଚ ମାନର ସର୍ଜରୀ ପାଇଁ ଏକ ଭରସାଯୋଗ୍ୟ ହସ୍ପିଟାଲ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି ଓଡ଼ିଶା ସହିତ ସହ ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ମଧ୍ୟ ରୋଗୀମାନେ ଏଠାରେ ଚିକିତ୍ସା ପାଇଁ ଆସୁଛନ୍ତି। ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ରୋଗୀ ମଣିପାଲ ହସ୍ପିଟାଲ ଭୁବନେଶ୍ୱରକୁ ଆସିଥାନ୍ତି।

ଏହି କ୍ୟାମ୍ପେନ୍‌ରେ ୬ଟି ମୁଖ୍ୟ ସର୍ଜେରୀ ବିଭାଗ ଉପରେ ଗୁରୁତ୍ୱ ଦିଆଯାଇଛି , ନ୍ୟୁରୋ ସର୍ଜରୀ, ଜଏଣ୍ଟ ରିପ୍ଲେସମେଣ୍ଟ୍ ସର୍ଜରୀ, ଓ ଆର୍ଥ୍ରୋସ୍କୋପି, କ୍ୟାନସର ସର୍ଜରୀ, ଅଙ୍ଗ ପ୍ରତ୍ୟାରୋପଣ, ସ୍ପାଇନ୍ ସର୍ଜରୀ ଓ ଗ୍ୟାସଷ୍ଟ୍ରୋ ସର୍ଜରୀ। ଏହି ସମସ୍ତ ବିଭାଗରେ ଅନୁଭବୀ ଡାକ୍ତରୀ ଟିମ୍ ଜଟିଳ ରୋଗର ସଫଳ ଚିକିତ୍ସା କରୁଛନ୍ତି। ଗତ ୧୧ ବର୍ଷରେ ୨ ଲକ୍ଷରୁ ଅଧିକ ସର୍ଜରୀ ସଫଳ ଭାବେ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି, ସୁସ୍ପଷ୍ଟ ଚିକିତ୍ସା ପ୍ରକ୍ରିୟା ଓ ଭିନ୍ନ ଭିନ୍ନ ବିଭାଗର ଡାକ୍ତରମାନଙ୍କ ସହଯୋଗ ମଣିପାଲ ହସ୍ପିଟାଲର ସର୍ଜରୀ ବିଭାଗକୁ ଅଧିକ ଲୋକପ୍ରିୟ କରିପାରିଛି।

ମଣିପାଲ୍ ହସ୍ପିଟାଲ୍‌ର ଚିକିତ୍ସା ପ୍ରଣାଳୀକୁ “ଲାଇଫ୍ ୩୬୦ ଡିଗ୍ରୀ” ବୋଲି କୁହାଯାଏ। ଏଠାରେ ରୋଗ ଚିହ୍ନଟରୁ ଆରମ୍ଭ କରି ଅପରେସନ୍‌, ସୁସ୍ଥ ହେବା, ପୁନଃଚିକିତ୍ସା ଓ ହସ୍ପିଟାଲ୍ ଛାଡ଼ିବା ପରେ ମଧ୍ୟ ରୋଗୀଙ୍କ ଦେଖାଶୁଣା କରାଯାଏ। ରୋଗୀଙ୍କ ସୁବିଧା ପାଇଁ, ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଅନେକ ପ୍ରମୁଖ ବୀମା କମ୍ପାନୀ ଓ ଥର୍ଡ ପାର୍ଟି ଏଡମିନିଷ୍ଟ୍ରେଟର ସହିତ ଜଡିତ ଅଛି, ଯାହା ଫଳରେ ଅପ୍ରୁଭାଲ୍ ଓ ଡିସ୍‌ଚାର୍ଜ ପ୍ରକ୍ରିୟା ସହଜ ହୁଏ।

ଏହି କ୍ୟାମ୍ପେନ୍‌ର ମୂଳ ସନ୍ଦେଶ ହେଉଛି – ଭରସାଯୋଗ୍ୟ ଆଶା। ଏ ଅବସରରେ ଡାକ୍ତର ଶକ୍ତିମୟ ମହାପାତ୍ର, କ୍ଲଷ୍ଟର ଡାଇରେକଟର (ଦକ୍ଷିଣ–ପୂର୍ବ), ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର କହିଛନ୍ତି,

“ଅନେକ ପରିବାର ପାଇଁ ହସ୍ପିଟାଲ୍‌କୁ ଆସିବା ଜୀବନର ସବୁଠାରୁ ଜଟିଳ ସମୟ। ଗତ ୧୧ ବର୍ଷ ଧରି ଆମେ ସେହି ଭରସାକୁ ପ୍ରତିଶ୍ରୁତି ନୁହେଁ, ବରଂ ସଫଳ ଫଳାଫଳ, ସଠିକ୍ ଚିକିତ୍ସା ମାନଦଣ୍ଡ ମାଧ୍ୟମରେ ରକ୍ଷା କରିଆସୁଛୁ। ଏହି କ୍ୟାମ୍ପେନ୍ କେବଳ ସଂଖ୍ୟା ପାଇଁ ନୁହେଁ, ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଲୋକମାନେ ଯେଉଁମାନେ ଆମ ଉପରେ ଯେ ଭରଷା ରଖିଛନ୍ତି, ତାହାକୁ ସମ୍ମାନ ଦେବା ପାଇଁ।”


Spread the love

Leave A Reply

Your email address will not be published.