ଭୁବନେଶ୍ୱର, ୨୮ / ୦୬ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱର ସବୁଠାରୁ ବଡ଼ ରଥଯାତ୍ରା ଅବସରରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ପୁରୀ ବିଚ୍ରୋଡରେ ପୁରୀ ହୋଟେଲ ସାମ୍ନାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରେ ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ କରି ଉନ୍ନତମାନର ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯାଇଛି । ଏହି କେନ୍ଦ୍ରକୁ ମଣିପାଲ ହସ୍ପିଟଲର ୟୁନୀଟ୍ ହେଡ୍ (ସେଲ୍ ଓ ମାକେଟିଂ) ବିଜୟ ଚଙ୍ଗାରଥ ଫିତା କାଟି ଉଦଘାଟନ କରିଥିଲେ ।
ଏହି ସ୍ୱାସ୍ଥ୍ୟକେନ୍ଦ୍ର ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ (ବାହୁଡା ଯାତ୍ରା) କର୍ଯ୍ୟରତ ରହିବ । ବିଶ୍ୱ ପ୍ରସିଦ୍ଧ ଏହି ବିଶାଳ ରଥଯାତ୍ରା ଦର୍ଶନ କରିବା ପାଇଁ ଆସୁଥିବା ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆବଶ୍ୟକ ସମୟରେ ସଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ଏଠାରେ ମଣିପାଲ ହସ୍ପିଟାଲର ଅଭିଜ୍ଞ ଡାକ୍ତରଙ୍କ ସମେତ ପ୍ରଶିକ୍ଷିତ ପାରାମେଡିକାଲ ଟିମ୍ କାର୍ଯ୍ୟରତ ଅଛନ୍ତି । ଯେଉଁମାନେ ଯେକୌଣସି ଆପାତକାଳୀନ ସମୟରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସମସ୍ୟାକୁ ସଠିକ୍ ମୁକାବିଲା କରିବା ପାଇଁ ସକ୍ଷମ ଅଟନ୍ତି ।
ଏହି ଅବସରରେ ମଣିପାଲ ହସ୍ପିଟାଲର ହସ୍ପିଟାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି, “ରଥଯାତ୍ରା ସମୟରେ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ପୁରୀରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଆମପାଇଁ ଏକ ଗୌରବର ବିଷୟ । ଏଭଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କରିବାର ଉଦ୍ଧେଶ୍ୟ ହେଲା ସ୍ୱାସ୍ଥ୍ୟସେବା କେବଳ ହସ୍ପିଟାଲର ସୀମା ମଧ୍ୟରେ ସୀମିତ ନରଖି ଦେଶ ବିଦେଶରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆବଶ୍ୟକ ପଡିଲେ ସାହାର୍ଯ୍ୟ କରିବା”
ଏହା ସହିତ ଗୁରତ୍ର ଅବସ୍ଥାରେ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପୁରୀ ଠାରେ ମଣିପାଲ ହସ୍ପିଟାଲ ପକ୍ଷରୁ ଅତ୍ୟାଧୁନିକ ସୁସଜ୍ଜିତ 5G ଆମ୍ବୁଲାନ୍ସ୍ ମଧ୍ୟ ଉପଲବ୍ଧ ରହିଛି । ଏହି ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଟେଲିମେଡିସନ୍ ସୁବିଧା, ଡିଫିବ୍ରିଲେଟର, ଭେଣ୍ଟିଲେଟର ଏବଂ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସରେ ସମ୍ପୂର୍ଣ୍ଣ ଭାବରେ ଏମିତି ଭାବରେ ସଜ୍ଜିତ, ଯେଉଁଥିରେ ରୋଗୀଙ୍କୁ ସ୍ଥିର କରି ଦ୍ରୁତଭାବରେ ସ୍ଥାନାନ୍ତର କରାଯାଇପାରିବ ।
ଏହି ପଦକ୍ଷେପ ମାଧ୍ୟମରେ, ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ସମାଜମୁଖୀ, ପୂର୍ବପ୍ରସ୍ତୁତ ଓ ସଚେତନ ସ୍ୱାସ୍ଥ୍ୟ ସେବା ପ୍ରଦାନ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପୁନଃ ସାବିତ କରିଛି । ଏହି ଫାର୍ସ୍ଟଏଡ୍ ମେଡିକାଲ୍ ସେଣ୍ଟର ରଥଯାତ୍ରା ପରି ବହୁ ଲୋକ ଭିଡ଼ ଥିବା ଅବସରରେ ଲୋକଙ୍କ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଝାଲି ଭାବରେ କାର୍ଯ୍ୟ କରୁଛି ।
ଭାରତରେ ବାର୍ଷିକ ୭ ନିୟୁତରୁ ଅଧିକ ରୋଗୀଙ୍କୁ ସେବା ଯୋଗାଉଥିବା ଲୋକଙ୍କ ମଧ୍ୟରେ ଆସ୍ପିଓନିରିନ୍ ହେଲ୍ଥ କେୟାର, ମଣିପାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହାର ମଲ୍ଟିସ୍ପେଶାଲିଟି ଏବଂ ତୃତୀୟ ସ୍ତରୀୟ ଯତ୍ନ ବିତରଣ ସ୍ପେକ୍ଟ୍ରମ ମାଧ୍ୟମରେ ଏକ ସୁଲଭ, ଉଚ୍ଚ ଗୁଣବତା ବିଶିଷ୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିବା ଏବଂ ଏହାକୁ ଡାକ୍ତରଖାନା ବାହାରେ ସେବା ରେ ବିସ୍ତାର କରିବା ଏହାର ଲକ୍ଷ୍ୟ । ମେଡିକା ସିନର୍ଜି ହସ୍ପିଟାଲ ଏବଂ ଏଏମଆରଆଇ ହସ୍ପିଟାଲଲିମିଟେଡ୍ (ସେପ୍ଟମ୍ବର ୨୦୨୩ରେ ଅଧିଗ୍ରହଣ) ଅଧିଗ୍ରହଣ ଶେଷ ହେବା ସହିତ ସମନ୍ୱିତ ନେଟୱାର୍କରେ ଆଜି ୧୦,୫୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ୧୯ଟି ସହରର ୩୭ଟି ଡାକ୍ତରଖାନାର ସର୍ବଭାରତୀୟ ପାଦଚିହ୍ନ ରହିଛି ଏବଂ ୫,୬୦୦ରୁ ଅଧିକ ଡାକ୍ତର ଏବଂ ୧୮,୬୦୦ରୁ ଅଧିକ କର୍ମଚାରୀଙ୍କ ଦକ୍ଷ ପୁଲ୍ ରହିଛି ।