ଭୁବନେଶ୍ୱର : ଭାରତର ଜଙ୍ଗଲଗୁଡ଼ିକରେ ମଣିଷ ଏବଂ ହାତୀଙ୍କ ମଧ୍ୟରେ ସଂଘର୍ଷ କ୍ରମାଗତ ଭାବେ ବଢିଚାଲିଥିବା ବେଳେ, ବୈଜ୍ଞାନିକ, ବନ ଅଧିକାରୀ ଏବଂ ସଂରକ୍ଷଣ ବିଶେଷଜ୍ଞମାନେ କେବଳ ସାମୟିକ ପ୍ରତିକାର ବଦଳରେ ବିଜ୍ଞାନ ଭିତିକ ଭୂଭାଗ ଯୋଜନା ଏବଂ ସମୁଦାୟ-କେନ୍ଦ୍ରିତ ପ୍ରଶମନ ରଣନୀତି ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି । ମଣିଷ-ହାତୀ ସହବସ୍ଥାନ ଉପରେ ଆୟୋଜିତ ‘ଓଡ଼ିଶା ଲ୍ୟାଣ୍ଡସ୍କେପ୍ ସିମ୍ପୋଜିୟମ୍\’ରେ ଏହି ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଛି, ଯେଉଁଠାରେ ବିଶେଷଜ୍ଞମାନେ ମଣିଷ ଏବଂ ହାତୀ କିଭଳି ନିରାପଦ ଭାବରେ ସହବସ୍ଥାନ କରିପାରିବେ, ସେଥିପାଇଁ ବ୍ୟବହାରିକ ମାର୍ଗ ପରୀକ୍ଷା କରିବାକୁ ଏକତ୍ରିତ ହୋଇଥିଲେ । ଏହି ସିମ୍ପୋଜିୟମ୍ରେ ଓଡ଼ିଶାର ବିଭିନ୍ନ ହାତୀ ସଂଘର୍ଷ ପ୍ରବଣ ଅଂଚଳର ବରିଷ୍ଠ ବନ ଅଧିକାରୀ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ ।
Also Read: ରାଜ୍ୟରେ ବଢୁଛି ଦାଦନ ସଂଖ୍ୟା,ବର୍ଷକରେ ବଢିଲେ 22 ହଜାର ଦାଦନ
ଏହି ଅବସରରେ ଢେଙ୍କାନାଳର ବିଭାଗୀୟ ବନ ଅଧିକାରୀ ସୁମିତ କୁମାର କର ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ସଂଘର୍ଷ ହ୍ରାସ କରିବା ପାଇଁ ସକ୍ରିୟ ଓ ବିଜ୍ଞାନ-ପରିଚାଳିତ ପଦ୍ଧତି, ଅନ୍ୟ ବନ ବିଭାଗଗୁଡିକରେ ଏଭଳି ଆଲୋଚନାଚକ୍ରଗୁଡିକ ମାଧ୍ୟମରେ ସ୍ଥାୟୀ ଆଲୋଚନା ଓ ବିତର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତିଯେ, “ହାତୀ-ମଣିଷ ସଂଘର୍ଷ ଅନ୍ୟତମ ଜଟିଳ ସଂରକ୍ଷଣ ଓ ଗ୍ରାମାଂଚଳ ଜୀବିକା ଆହ୍ୱାନ ଭାବେ ଉଭା ହୋଇଛି । ଆମର ଚ୍ୟାଲେଞ୍ଜ ହେଉଛି ପ୍ରତିକ୍ରିୟାଶୀଳ ସଂଘର୍ଷ ପରିଚାଳନାରୁ ଆଗକୁ ବଢିବା ଓ ସକ୍ରିୟ, ବିଜ୍ଞାନ-ପରିଚାଳିତ ଓ ସାମାଜିକ ଭାବେ ସମାବେଶୀ ପଦ୍ଧତିଗୁଡିକୁ ଆପଣାଇବା । ମଣିଷ-ହାତୀ ସହାବସ୍ଥାନ ଦିଗରେ ବନ ବିଭାଗର ପଦକ୍ଷେପଗଡିକୁ ସମର୍ଥନ କରିବା ପାଇଁ ସମସ୍ତ ହିତାଧିକାରୀମାନେ ଏକାଠି ହେବା ଉଚିତ ।”
Also Read : ରାଜଧାନୀରେ ଗ୍ୟାସ୍ ସଙ୍କଟ,LPG ସିଲିଣ୍ଡର ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ୍
ସେହିପରି ଆଲୋଚନାଚକ୍ରରେ ସମସ୍ତ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ସଂଘର୍ଷ ଗଭୀର ପରିବେଶଜନିତ ଓ ଭୂଭାଗ ଆହ୍ୱାନଗୁଡିକୁ ଦର୍ଶାଉଛି । ହାତୀମାନେ ବୃହତ ଓ ସଂଯୋଜିତ ବାସସ୍ଥାନର ଆବଶ୍ୟକ କରନ୍ତି ଯେଉଁଠାରେ ବିବିଧ ଉଦ୍ଭିଦ ଓ ନିର୍ଭରଯୋଗ୍ୟ ଖାଦ୍ୟ ସଂଶାଧନ ରହିଥିବ । କୃଷି ଓ ଭିତିଭୂମି ସମ୍ପ୍ରସାରଣ ଓ ଜନବସତି ବୃଦ୍ଧି ଯୋଗୁଁ ଜଙ୍ଗଲଗୁଡିକ ଖଣ୍ଡିତ ହେଉଛି ଯାହାଫଳରେ ହାତୀମାନେ ମଣିଷ ବାସ କରୁଥିବା ଅଂଚଳ ଆଡକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ତେଣୁ ଯଦି ବାସସ୍ଥାନ ଗୁଣବତା ଖରାପ ରୁହେ ତେବେ କେବଳ ଜଙ୍ଗଲ ଅଂଚଳ ବୃଦ୍ଧି କରିଲେ ତାହା ସଂଘର୍ଷ ହ୍ରାସ କରିନପାରେ । ଜଙ୍ଗଲ ଉତ୍ପାଦକତା ଉନ୍ନତ କରିବା, ଚାରାଭୂମିର ପୁନରୁଦ୍ଧାର ଓ ଇକୋଲୋଜିକାଲ କରିଡରଗୁଡିକୁ ବଜାୟ ରଖିବା ଆଦି ପ୍ରମୁଖ ରଣନୀତି ଅଟେ ଯାହା ଦ୍ୱାରା କୃଷି ଭୂଭାଗ ଉପରେ ଚାପ ହ୍ରାସ କରାଯାଇପାରିବ । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡିଶା ଫରେଷ୍ଟ ରେଞ୍ଜର୍ସ କଲେଜର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା, ଢେଙ୍କାନାଳର ବିଭାଗୀୟ ବନ ଅଧିକାରୀ ସୁମିତ କୁମାର କର, ଜିଏମଆର ଏନର୍ଜିର ଇଏଚଏସ ଆଣ୍ଡ ସଷ୍ଟେନାବିଲିଟି ବିଭାଗ ମୁଖ୍ୟ ପ୍ରବୀଣ ଏ, ଏସଏନଇଏଚଏର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାମାସାମୀ କ୍ରିଷ୍ଣନ ଏବଂ ବରିଷ୍ଠ ବନ୍ୟପ୍ରାଣୀ ପଶୁ ଚିକିତ୍ସକ ଡକ୍ଟର ଏନ.ଏସ. ମନୋହରନ ଆଦି ସାମିଲ ଥିଲେ ।