ଭୁବନେଶ୍ୱର : ମାରୁତି ସୁଜୁକି ଲିମିଟେଡ (ଏମଏସଆଇଏଲ) ଆଜି ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ – ୨୦୨୫ରେ ନିଜର ପ୍ରଥମ ବି-ଇଭି (ବ୍ୟାଟେରୀ ଇଲେକଟ୍ରିକ ଭେଇକଲ) ଏସୟୁଭି – ଇ ଭିଟାରା ଏବଂ ବ୍ୟାପକ ‘ଇ ଫର ମି’ ଇଲେକଟ୍ରିକ ଇକୋ ସଲ୍ୟୁସନ୍ସର ଶୁଭାରମ୍ଭ କରିଛି ।
ଗ୍ରାଉଣ୍ଡ – ଅପ ହାର୍ଟଟେକ୍ଟ –ଇ ପ୍ଲାଟଫର୍ମରେ ନିର୍ମିତ ଇ ଭିଟାରା ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଉତ୍କୃଷ୍ଟ ପରିସୀମା ପ୍ରଦାନ କରିଥାଏ, ଯେଉଁଥିରେ ଅତୁଳନୀୟ ଆରାମ ଏବଂ ସୁରକ୍ଷା ସୁବିଧା ରହିଛି ।
ଶୁଭାରମ୍ଭ ଅବସରରେ ଅବସରରେ ସୁଜୁକି ମୋଟର କର୍ପୋରେସନ ରିପ୍ରେଜେନଟିଭି ନିର୍ଦ୍ଦେଶକ ତଥା ପ୍ରେସିଡେଂଟ ଶ୍ରୀ ତୋଶିହିରୋ ସୁଜୁକି କହିଛନ୍ତି ଯେ, “ତ୍ରୀମୁଖୀ ରଣନୀତି ମାଧ୍ୟମରେ ବିଇଭିକୁ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ପ୍ରଥମେ ସର୍ବୋତମ ପ୍ରଦର୍ଶନ ପାଇଁ ଏକ ବିଇଭି ଉତ୍ସର୍ଗୀକୃତ ପ୍ଲାଟଫର୍ମ ବିକଶିତ କରିବା । ଦ୍ୱିତୀୟ ହେଉଛି ଗ୍ରାହକଙ୍କ ଆବଶ୍ୟକତା ଆଧାରରେ ଟାର୍ଗେଟ ବଜାର ପାଇଁ ଉପଯୁକ୍ତ ଉତ୍ପାଦ ବିକଶିତ କରିବା । ତୃତୀୟଟି ହେଉଛି ଆମର ବୈଶ୍ୱିକ ଅର୍ଥନୀତିର ଲାଭ ଉଠାଇବା ଏବଂ ବିଶ୍ୱ ପାଇଁ ଗୋଟିଏ ସ୍ଥାନରେ ଉତ୍ପାଦନକୁ କେନ୍ଦ୍ରୀଭୂତ କରିବା । ଏହି ଉଦ୍ଦେଶ୍ୟରେ ଆମେ ଏହାର ଗୁଣାତ୍ମକ ଉତ୍ପାଦନ ଏବଂ ସ୍କେଲ ମେରିଟ କାରଣରୁ ଭାରତକୁ ବିଶ୍ୱ ସ୍ତରୀୟ ଉତ୍ପାଦନ ଆଧାର ଭାବରେ ବାଛିଛୁ । ଆଉ ଏହା ହେଉଛି ମେକ ଇନ ଇଣ୍ଡିଆ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱପ୍ନ । ”
ମାରୁତି ସୁଜିକି ଇଣ୍ଡିଆ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ତଥା ସିଇଓ ହିସାଶୀ ଟାକେଉଚି କହିଛନ୍ତି ଯେ, “ଇ ଭିଟାରା ହେଉଛି ଏକ ନୂତନ ପ୍ଲାଟଫର୍ମ ନିର୍ମିତ ଏକ ଏସୟୁଭି, ଯାହାକୁ ହାର୍ଟଟେକ୍ଟ-ଇ କୁହାଯାଏ, ଯାହା କେବଳ ଇଲେକଟ୍ରିକ ଯାନ ପାଇଁ ଡିଜାଇନ କରାଯାଇଛି । ଗୋଟିଏ ଚାର୍ଜରେ ୬୧ କେଡବ୍ଲୁଏଚ ସହିତ ୫୦୦ କିମିରୁ ଅଧିକ ଡେଲିଭରି କରିବା ନିମନ୍ତେ ଏହା ଅତ୍ୟନ୍ତ ଦକ୍ଷ ବ୍ୟାଟେରୀ ପ୍ୟାକ ବିକଳ୍ପ ସହିତ ଆସୁଛି । ଆମେ ଇ ଭିଟାରାକୁ ଅନେକ ପ୍ରିମିୟମ ଏବଂ ଉନ୍ନତ ବୈଶିଷ୍ଟ୍ୟ ଯଥା ଲେଭେଲ ୨ ଏଡିଏଏସ. ଇଂଟିଗ୍ରେଟେଡ ଡିଜିଟାଲ ଡିସପ୍ଲେ ଏବଂ ନେକ୍ସଟ-ଜେନ ସୁଜୁକି କନେକ୍ଟ ସହିତ ସଜ୍ଜିତ କରିଛୁ । ”
ନିରାପତା ଓ ଜ୍ଞାନକୌଶଳ ଦୃଷ୍ଟିରୁ ଏଥିରେ ୭ଟି ଏୟାର ବ୍ୟାଗ (ଡ୍ରାଇଭର ପାଶ୍ୱର୍ ଆଂଠୁ ଏୟାରବ୍ୟାଗ ସମେତ) ରେଞ୍ଜରେ ମାନକ ଭାବରେ ଏବଂ ସ୍ତର ଏଡିଏଏସ (ଆଡଭାନ୍ସଡ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ରହିଛି) । ଏହା ସହ ୨ ବ୍ୟାଟେରୀ ବିକଳ୍ପ ୪୯ କେଡବ୍ଲୁଏଚ ଏବଂ ୬୧ କେଡବ୍ଲୁଏଚ, ଗୋଟିଏ ଚାର୍ଜରେ ୫୦୦ କିମି ୧ ରୁ ଅଧିକ ଗାଡି ଚଳାଇବାର ସ୍ୱାଧୀନତା ପ୍ରଦାନ କରେ ।
ଦେଶବ୍ୟାପୀ ନେକ୍ସା ଡିଲରସିପ ମାଧ୍ୟମରେ ପର୍ଯ୍ୟାୟକ୍ରମେ ରୋଲଆଉଟ ମାଧ୍ୟମରେ ଇ ଭିଟାରା ପ୍ରଦର୍ଶିତ ହେବ । ଭାରତକୁ ଇଭି ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ ହବ ଭାବରେ ପ୍ରତିଷ୍ଠା କରିବା ପାଇଁ ଏହାର ସମର୍ପଣ ଦୋହରାଇ ଇ ଭିଟାରା ଜାପାନ ଏବଂ ୟୁରୋପ ଭଳି ବଜାର ସମେତ ୧୦୦ରୁ ଅଧିକ ଦେଶକୁ ରପ୍ତାନି କରାଯିବ ।