ଭୁବନେଶ୍ୱର,୧୯/୦୩:ଓଡିଶା NPS ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘକୁ ଚିଠି ଲେଖିଲା ମାଧ୍ୟମିକ ଶିକ୍ଷା ପରିଷଦ। ରାମନବମୀ ଓ ଇଦ୍ ଉଲ୍ ଫିତର ପର୍ବରେ ମଧ୍ଯ ମାଟ୍ରିକ ଖାତା ମୂଲ୍ୟାଙ୍କନ ଜାରି ରହିବ। ଖାତା ଦେଖା ପର୍ଯ୍ୟାୟ ନିର୍ଦିଷ୍ଟ ସମୟ ସୀମା ରେ ସାରିବାକୁ ଧାର୍ଯ୍ୟ ହୋଇଛି।ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ଖାତା ଦେଖା ବନ୍ଦ ହୋଇପାରିବ ନାହିଁ।ଓଡିଶା NPS ଶିକ୍ଷକ ସଂଘ ଆବେଦନ କୁ ମଞ୍ଜୁର କଲା ନାହିଁ ବୋର୍ଡ଼ କର୍ତ୍ତୁପକ୍ଷ। ରେଜଲ୍ଟ ପ୍ରକାଶ ଶୀଘ୍ର କରାଗଲେ ପରୀକ୍ଷାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ଯିବେ ତେଣୁ ଖାତା ମୂଲ୍ୟାଙ୍କନ ଧାର୍ଯ୍ୟ ସମୟରେ ହିଁ ସରିବ।