ଭୁବନେଶ୍ୱର : ଭାରତର ଅଗ୍ରଣୀ ପ୍ରିମିୟମ, ହାଇ ପରଫର୍ମାନ୍ସ ଇଞ୍ଜିନ ଏବଂ ଇଣ୍ଡଷ୍ଟ୍ରିଆଲ ଲୁବ୍ରିକେଟ୍ ନିର୍ମାତା ମୋଟୁଲ ସେହତ କି ସମୃଦ୍ଧି ଏହାର ସିଏସଆର କାର୍ଯ୍ୟକ୍ରମ ‘ମୋଟୁଲ ସେହତ କି ସମୃଦ୍ଧି’ର ଶୁଭାରମ୍ଭ କରିଛି ଅଟୋ ମେକାନିକ୍, ସେମାନଙ୍କ ଉପରେ ନିର୍ଭରଶୀଳ ଏବଂ ଅନ୍ୟାନ୍ୟ ସମୁଦାୟ ସଦସ୍ୟଙ୍କ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ବୃଦ୍ଧି କରିବା ଉଦେ୍ଦଶ୍ୟରେ ସେପ୍େଟମ୍ବର ୨୪, ୨୦୨୪ରେ ଭୁବନେଶ୍ୱରରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ତିନୋଟି ଫଲୋଅପ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଭାରତର ୨୦ଟି ସହରରେ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟରୁ ଏହା ହେଉଛି ପ୍ରଥମ । ସ୍ମାଇଲ ଫାଉଣ୍ଡେସନ ସହଯୋଗରେ ମୋଟୁଲ ଇଣ୍ଡିଆ ର ନେତୃତ୍ୱରେ ଏହି ଅଭିଯାନ ଜୁନ୍ ୨୦୨୪ରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପଞ୍ଜାବ, ରାଜସ୍ଥାନ, ଉତରପ୍ରଦେଶ, ଆସାମ, ଓଡ଼ିଶା, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର ପ୍ରମୁଖ ଅଂଚଳକୁ ଅନ୍ତର୍ଭୁକ୍ତ କରାଯିବ ।
ମୋଟୁଲ ଇଣ୍ଡିଆ ଆଣ୍ଡ ସାଉଥ ଏସିଆର ସିଇଓ ନଗେନ୍ଦ୍ର ପାଇ କହିଛନ୍ତି, “ସେହତ କି ସମୃଦ୍ଧି ଜରିଆରେ ସାରା ଦେଶରେ ଅଟୋ ମେକାନିକ ଏବଂ ସେମାନଙ୍କ ପରିବାରର ମଙ୍ଗଳ କୁ ପୋଷଣ କରିବା ଆମର ଲକ୍ଷ୍ୟ । ଆମେ ସ୍ୱାସ୍ଥ୍ୟସେବା ଉପଲବ୍ଧତା ବିଷୟରେ ସେମାନଙ୍କ ଜୀବନରେ ଏକ ଉଲ୍ଲେଖନୀୟ ପ୍ରଭାବ ସୃଷ୍ଟି କରିବାକୁ ଚାହୁଁଛୁ । ସ୍ମାଇଲ୍ ଫାଉଣ୍ଡେସନ୍ ସହିତ ମିଶି ପ୍ରଭାବଶାଳୀ ସାମାଜିକ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସେମାନଙ୍କର ଦକ୍ଷତା ସହିତ, ଆମେ ଅଟୋ ଶିଳ୍ପର ମେରୁଦଣ୍ଡ ହୋଇଥିବା ସମୁଦାୟରେ ସ୍ୱାସ୍ଥ୍ୟ-ଯନôଶୀଳ ଆଚରଣ ସୃଷ୍ଟି କରିବାକୁ କଳ୍ପନା କରୁଛୁ ।”
ସ୍ମାଇଲ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ପୁନୀତ ବାଲି କହିଛନ୍ତି, “ସ୍ମାଇଲ ଫାଉଣ୍ଡେସନରେ ଆମେ ସକାରାତ୍ମକ ପରିବର୍ତର୍ନ ଆଣିବା ପାଇଁ ଭାଗିଦାରୀ ଶକ୍ତିରେ ବିଶ୍ୱାସ କରୁ । ସେହତ କି ସମୃଦ୍ଧି ଅଭିଯାନ ପାଇଁ ମୋଟୁଲଙ୍କ ସହ ଆମର ସହଯୋଗ ଏକ ପ୍ରମୁଖ ଉଦାହରଣ । ଏହି ଭାଗିଦାରୀ ମାଧ୍ୟମରେ, ଆମେ ଅଟୋମୋବାଇଲ ଶିଳ୍ପ ଯୋଗାଣ ଶୃଙ୍ଖଳାର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଗୋଷ୍ଠୀ – ଅଟୋ ମେକାନିକ୍ସ ଏବଂ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରୁଛୁ, ସୁନିଶ୍ଚିତ କରୁଛୁ ଯେ ସେମାନେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଆମେ ମିଳିମିଶି ଏକ ପରିବର୍ତନ ସୃଷ୍ଟି କରୁଛୁ ।”