୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୫ର ଦ୍ୱିତୀୟ ସନ୍ଧ୍ୟାରେ ସଙ୍ଗୀତର ମହକ

Spread the love

ଭୁବନେଶ୍ୱର: ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଖ୍ୟାତାନାମା ପ୍ରସିଦ୍ଧ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଶ୍ରୀ କୁମାର ମାର୍ଦୁରଙ୍କ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଏବଂ ପ୍ରସିଦ୍ଧ କର୍ଣ୍ଣାଟକୀ ମାଣ୍ଡୋଲିନ୍ ବାଦକ ଯୋଡ଼ି ୟୁପି ରାଜୁ ଏବଂ ୟୁ ନାଗାମଣିଙ୍କ ଦ୍ୱାରା ମାଣ୍ଡୋଲିନ୍ ବାଦନ ଉପସ୍ଥାପନ ରବୀନ୍ଦ୍ର ମଣ୍ଡପରେ ଦେଖିବାକୁ ମିଳିଥିଲା ।


ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ଫସଫେଟ୍ସ ଲିମିଟେଡର କର୍ପୋରେଟ୍ ବ୍ୟାପାରରମୁଖ୍ୟ ଶ୍ରୀଯୁକ୍ତ ସୁଧୀ ରଞ୍ଜନ ମିଶ୍ର;ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଅପରେସନ୍ ନିର୍ଦ୍ଦେଶକଶ୍ରୀଯୁକ୍ତ ସ୍ୱାମୀ ସତ୍ୟଚୈତନ୍ୟ;ବିଶିଷ୍ଟ ଗାୟକ ଶ୍ରୀଯୁକ୍ତ ବାବୁ ପାଣିଗ୍ରାହୀଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।


କାର୍ଯ୍ୟକ୍ରମଟି ଧାରୱାଡର ପ୍ରସିଦ୍ଧ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଶ୍ରୀ କୁମାର ମାର୍ଦୁରଙ୍କ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣରୁ ଆରମ୍ଭ ହୋଇଥିଲା । ଯାହାଙ୍କ ସଂଗୀତରେ ଖୟାଲ, ଠୁମରୀ, ଦାଦ୍ରା, ଭଜନ, କନ୍ନଡ ଦାସ ସାହିତ୍ୟ ଏବଂ ଭବଗୀତ ସହିତ ବୈଷୟିକ ସଠିକତା ଏବଂ ସୁରଳ ଅଭିବ୍ୟକ୍ତି ଅନ୍ତର୍ଭୁକ୍ତ ଥିଲା । ସାଥୀମାନଙ୍କ ବାଦ୍ୟରେ ସରଳ ଏକାଗ୍ରତାଯାହା ଶ୍ରୀ କୁମାର ମାର୍ଦୁରଙ୍କ କଳାକୁ ବିକଶିତ କରିବା ସହିତ ଜୟପୁର ଘରାନାକୁ ସୁନ୍ଦର ଭାବରେ ମିଶ୍ରଣ କରି ତାଙ୍କର ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିଥିଲେ ।ତାଙ୍କୁ ତବଳାରେ ଅମିତାଭ ସେନ, ହାରମୋନିୟମରେ ଆକାଶ ବିଶ୍ୱାଳ ଓ କଣ୍ଠରେ ପବନକୁମାର ଚୋବେ ସହଯୋଗ କରିଥିଲେ ।


ଦ୍ୱିତୀୟ ସନ୍ଧ୍ୟାରେ ପ୍ରସିଦ୍ଧ କର୍ଣ୍ଣାଟକୀ ମାଣ୍ଡୋଲିନ୍ ଯୋଡ଼ି, ମାଣ୍ଡୋଲିନ୍ ୟୁପି ରାଜୁ ଏବଂ ୟୁ ନାଗାମଣିଙ୍କ ଦ୍ୱାରା ମାଣ୍ଡୋଲିନ୍ ବାଦନ ପରିବେଷିତ ହୋଇଥିଲା । ସେମାନଙ୍କ ରାଗ ଓ ତାଳର ସୁକ୍ଷ୍ମ ବୋଧଗମ୍ୟତା ସୁମଧୁର ବାର୍ତ୍ତାଳାପକୁ ଯୋଡ଼ିବା ସହିତ ଶୁଦ୍ଧ ସଙ୍ଗୀତର ସାମଞ୍ଜସ୍ୟର ମୁହୂର୍ତ ସୃଷ୍ଟି କରିଥିଲା । ସେମାନଙ୍କ ତାଳମେଳରେ ପ୍ରଦର୍ଶିତ ହୋଇଥିଲା ବାଦ୍ୟୟନ୍ତ୍ର ସଙ୍ଗମର ଏକ ଭାବପୂର୍ଣ୍ଣ ମୁହୂର୍ତ ଯାହା ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖିଥିଲା । ତାଙ୍କୁ ଥାଭିଲ୍ (ମର୍ଦ୍ଦଳ)ରେ କେ. ସେକର ଓ ଘଟମରେ ଡକ୍ଟର ଏସ. କାର୍ତିକ ସହଯୋଗ କରିଥିଲେ ।ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଶ୍ରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

 


Spread the love

Leave A Reply

Your email address will not be published.