ଭୁବନେଶ୍ୱର: ଅଗ୍ରଣୀ ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲ ଡେଷ୍ଟିନେଶନ, ମିନ୍ତ୍ରା ପକ୍ଷରୁ ଏହାର ଫ୍ଲାଗସିପ ବିଗ୍ ଫ୍ୟାଶନ ଫେଷ୍ଟିଭାଲ (ବିଏଫଏଫ)ର ଘୋଷଣା କରାଯାଇଛି । ଚଳିତ ବର୍ଷର ବିଏଫଏଫ ସଂସ୍କରଣରେ ଆନ୍ତର୍ଜାତୀୟ, ଘରୋଇ, ସ୍ୱଦେଶୀ ଓ ଡି୨ସି ବ୍ରାଣ୍ଡଗୁଡିକ ସମେତ ୧୫୦୦୦ ବ୍ରାଣ୍ଡର ୪ ମିଲିୟନରୁ ଅଧିକ ଷ୍ଟାଇଲର ଏକ ବିସ୍ତୃତ ସଂଗ୍ରହ ଉପଲବ୍ଧ ରହିବ । ଏହା ଫେଷ୍ଟିଭ ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲକୁ ପ୍ରଦର୍ଶିତ କରିଛି ଏବଂ ମେଟ୍ରୋ ଓ ଅଣମେଟ୍ରୋ ସହରଗୁଡିକର ଲକ୍ଷ ଲକ୍ଷ ସପରଙ୍କୁ ସପିଂ ପାଇଁ ଆମନ୍ତ୍ରିତ କରିଛି ।
ଏହି ପରିପ୍ରେକ୍ଷୀରେ ବିଏଫଏଫ ମିନ୍ତ୍ରାର ରେଭେନ୍ୟୁ ଆଣ୍ଡ ଗ୍ରୋଥ୍ ବିଭାଗର ବରିଷ୍ଠ ନିର୍ଦ୍ଦେଶକ, ଭରତ କୁମାର କହିଛନ୍ତି, “ବିଗ୍ ଫ୍ୟାଶନ ଫେଷ୍ଟିଭାଲ ଭାରତର ଫେଷ୍ଟିଭ କ୍ୟାଲେଣ୍ଡରରେ ଏକ ବାର୍ଷିକ ମାଇଲଷ୍ଟୋନରେ ପରିଣତ ହୋଇଛି, ଯାହା ଫ୍ୟାଶନ, ବିୟୁଟି ଓ ଲାଇଫଷ୍ଟାଇଲକୁ ବୃହତ ମାତ୍ରାରେ ଏକତ୍ରିତ କରିଛି । ଚଳିତ ବର୍ଷ ଗ୍ରାହକମାନେ ଫାଷ୍ଟ ଡେଲିଭରିର ସୁବିଧା ଓ ଏକ ସହଜ ସପିଙ୍ଗ ଅଭିଜ୍ଞତା ସହିତ ୪ ମିଲିୟନରୁ ଅଧିକ ଷ୍ଟାଇଲର ଏକ ବିସ୍ତୃତ ଶୃଙ୍ଖଳାରୁ ଚୟନ କରିବା ପାଇଁ ସକ୍ଷମ ହୋଇପାରିବେ ।”

ବିଏଫଏଫର ଏହି ସଂସ୍କରଣରେ ଏକାଧିକ ନୂଆ ଲଂଚ ଏବଂ ଲୋକପ୍ରିୟ ବ୍ରାଣ୍ଡଗୁଡିକରୁ ଏଥିନିକ ୱେୟାରର ଏକ ବିସ୍ତୃତ ସିଲେକ୍ସନ ଦେଖିବାକୁ ମିଳିବ ଯାହା ଗ୍ରାହକଙ୍କୁ ପ୍ରତ୍ୟେକ ଅବସରରେ ଏକ ନୂଆ ଲୁକ୍ ପାଇଁ କାରଣ ପ୍ରଦାନ କରିବ । ଏଥ୍ନିକ ଅଫିସ କୋ-ଅର୍ଡସ, ସାର୍ଟ କୋଲାର କୁର୍ତା ସେଟ୍, ଏମ୍ବ୍ରୋୟଡର୍ଡ ଏ-ଲାଇନ କୂର୍ତା ସେଟ୍, ପେପ୍ଲମ ସାରାରା ସେଟ୍, ଡ୍ରେପ୍ଡ ସ୍କର୍ଟ ସେଟ, କାଫ୍ତାନ ସେଟ ଆଦି ଚଳିତ ବର୍ଷର ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କ ମଧ୍ୟରେ ଟ୍ରେଣ୍ଡିଂରେ ରହିଛି । ଲୋକପ୍ରିୟ ଏଥ୍ନିକ ବ୍ରାଣ୍ଡରେ ଇଣ୍ଡୋଇରା, ଲିବାସ, ଭରଙ୍ଗା, ବିବା, ଅରେଲିଆ, ଜମ୍ପର୍ସ, ବିଶୁଦ୍ଧ, କାଲିନି, ହାଉସ ଅଫ୍ ପଟୌଦି ଓ ଅନୌକ ଆଦି ସାମିଲ ରହିଛି । ଏହି ବର୍ଗ ଇଣ୍ଡସ ଢ ମଲାଇକା ଅରୋରା, ଛାପ୍ ଢ ଅଦା ଶର୍ମା, ଲକ୍ଷ୍ମୀପତି ଢ ରଶ୍ମିକା ମନ୍ଦାନା ଆଦିରୁ ଫେଷ୍ଟିଭ-ରେଡୀ ଲୁକ୍ ସହିତ ନୂଆ ସେଲିବ୍ରିଟି ଲଂଚଗୁଡିକୁ ପରିଲକ୍ଷିତ କରିବ ।
ଏହି ବର୍ଗଗୁଡିକ ବିଏଫଏଫ ସମୟରେ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି ଯେଉଁଥିରେ ପୁରୁେ ଓ ମହିଳାଙ୍କ ଏଥ୍ନିକ ୱେୟାର, ମେନ୍ସ କାଜୁଆଲ ୱେୟାର, ୱମେନ୍ସ ୱେଷ୍ଟର୍ଣ୍ଣ ୱେୟାର, ବିୟୁଟି ଓ ପର୍ସନାଲ କେୟାର, ୱାଚ ଓ ୱେୟାରେବୁଲ୍ସ, ଜୁଏଲାରୀ ଓ ଆକ୍ସେସରି, ସ୍ପୋର୍ଟସ ଫୁଟ୍ୱେୟାର, ହୋମ୍ ଆଣ୍ଡ ଲିଭିଂ ବର୍ଗ ସାମିଲ ରହିଛି ।
ଗ୍ରାହକମାନେ ପ୍ରଥମ ଥର ପାଇଁ ବିଏଫଏଫ ଲାଗି ଏମ୍-ନାଓରେ ପାର୍ବଣ ସପିଂର ଉତ୍ସାହକୁ ଅନୁଭବ କରିବେ । ଏମ-ନାଓ ଗତବର୍ଷ ଡିସେମ୍ବରରେ ଲଂଚ ହୋଇଥିବା ବେଳେ, ଚଳିତ ବର୍ଷ ପାର୍ବଣ ଋତୁରେ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଏନସିଆର ଓ ହାଇଦ୍ରାବାଦର ଗ୍ରାହକମାନେ ୩୦ ମିନିଟରେ ନିଜର ଫେଷ୍ଟିଭ ୱାର୍ଡରୋବକୁ ନୂଆ ରୂପ ଦେବା ପାଇଁ ସକ୍ଷମ ହେବେ ।
୬୦୦ରୁ ଅଧିକ ବ୍ରାଣ୍ଡରୁ ୯୦,୦୦୦ରୁ ଅଧିକ ଏସକେୟୁ ସହିତ ଏମ-ନାଓକୁ ସେମାନଙ୍କର ଲାଷ୍ଟ-ମିନନିଟ ସପିଂ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ କରାଯାଇଛି । ଏହି ହାଇପର-ସ୍ପିଡ ପ୍ରସ୍ତାବ ବିଶ୍ୱବ୍ୟାପୀ ଲୋକପ୍ରିୟ ବ୍ରାଣ୍ଡ ଯେପରିକି ଭେରୋ ମୋଡା, ମ୍ୟାଙ୍ଗୋ, ଟପି ହିଲଫାୟର, ଲିଭାଇସ, ଜ୍ୟାକ୍ ଆଣ୍ଡ ଜୋନ୍ସ, ଓନ୍ଲି ଆଦିର ଏକ ସିଲେକ୍ସନ ସହିତ ଜମ୍ପର୍ସ, ସୋଜନ୍ୟ, କିଶାହ, ହାଉସ ଅଫ୍ ପଟୌଦି, ସାଙ୍ଗ୍ରିଆ, ଭଳି ଏଥ୍ନିକ ବ୍ରାଣ୍ଡର କଲେକ୍ସନ ପ୍ରଦାନ କରୁଛି । ୱାଇଏସଏଲ, ପ୍ରାଡା, କାରୋଲିନା, ହେରେରା, ହୁଡା ବିୟୁଟି, ମ୍ୟାକ୍, ବବି ବ୍ରାଉନ, ଓଲାପ୍ଲେକ୍ସ, ସେରାଭି ଓ ଏଷ୍ଟି ଲାଉଡର ଭଳି ପ୍ରିମିୟମ ବିୟୁଟି ବ୍ରାଣ୍ଡଗୁଡିକ ମଧ୍ୟ ଉପଲବ୍ଧ ରହିଛି ।